ଶେଷରେ ମାନିଲେ, ପ୍ରେମ ପୁଟୁଳି ଖୋଲିଲେ

ମୁମ୍ବାଇ: ବଡ଼ ପରଦାର କଳାକାରଙ୍କ ଭଳି ଛୋଟ ପରଦାର କଳାକାରମାନେ ମଧ୍ୟ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ସେମାନଙ୍କ ରିଲ୍‌ ଲାଇଫ୍‌ ସହ ରିଅଲ ଲାଇଫ୍‌କୁ ନେଇ ଟୁପୁରୁଟାପୁରୁ ଚାଲିଥାଏ। ଏଠି କାହାର କେତେବେଳେ ବ୍ରେକ୍‌ଅପ୍‌ ହୁଏତ କାହାର ପ୍ୟାଚ୍‌ଅପ୍‌। କିନ୍ତୁ ଯେତେବେଳେ ଆମ ମନପସନ୍ଦର କୌଣସି କଳାକାରଙ୍କ ବ୍ରେକ୍‌ଅପ୍ ହୋଇଯାଏ, ଆମକୁ  କଷ୍ଟ ଲାଗେ। ଆଉ ଯେତେବେଳେ ସେମାନଙ୍କର ପ୍ୟାଚ୍‌ଅପ୍‌ ହୋଇଯାଏ ଆମକୁ ଖୁବ୍‌ ଖୁସି ଲାଗିଥାଏ। ଆପଣ ଭାବୁଥିବେ ଆମେ […]

Naamkaran

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 05:41 PM IST

ମୁମ୍ବାଇ: ବଡ଼ ପରଦାର କଳାକାରଙ୍କ ଭଳି ଛୋଟ ପରଦାର କଳାକାରମାନେ ମଧ୍ୟ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ସେମାନଙ୍କ ରିଲ୍‌ ଲାଇଫ୍‌ ସହ ରିଅଲ ଲାଇଫ୍‌କୁ ନେଇ ଟୁପୁରୁଟାପୁରୁ ଚାଲିଥାଏ। ଏଠି କାହାର କେତେବେଳେ ବ୍ରେକ୍‌ଅପ୍‌ ହୁଏତ କାହାର ପ୍ୟାଚ୍‌ଅପ୍‌। କିନ୍ତୁ ଯେତେବେଳେ ଆମ ମନପସନ୍ଦର କୌଣସି କଳାକାରଙ୍କ ବ୍ରେକ୍‌ଅପ୍ ହୋଇଯାଏ, ଆମକୁ  କଷ୍ଟ ଲାଗେ। ଆଉ ଯେତେବେଳେ ସେମାନଙ୍କର ପ୍ୟାଚ୍‌ଅପ୍‌ ହୋଇଯାଏ ଆମକୁ ଖୁବ୍‌ ଖୁସି ଲାଗିଥାଏ। ଆପଣ ଭାବୁଥିବେ ଆମେ ଏତେ ସବୁ କଥା କାହିଁକି କହୁଛୁ?

ଏମିତି କହିବାର କାରଣ ହେଉଛି ଆମେ ଆଜି ଆପଣମାନଙ୍କୁ ଏକ ଲଭ୍‌ କପଲଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବାହା ହେବାକୁ ଯାଉଛନ୍ତି। ଏହି ଦୁଇ ଲଭବାର୍ଡ ଆଉ କେହି ନୁହନ୍ତି, ସେମାନେ ହେଉଛନ୍ତି ଷ୍ଟାରପ୍ଲସ୍‌ରେ ପ୍ରସାରିତ ହେଉଥିବା ଧାରବାହିକ ‘ନାମକରଣ’ର ଅଭ୍‌ନୀ ଓ ନୀଲ୍‌। ଦୁହିଁଙ୍କ ଅନ୍‌ ସ୍କ୍ରିନ୍‌ କେମେଷ୍ଟ୍ରିକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି।

ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଆଫେୟାର ଥିବା ଖବର ଆସିଥିଲା। କିନ୍ତୁ ଦୁହେଁ ଏହି କଥାକୁ କେବେ ସ୍ୱୀକାର କରି ନ ଥିଲେ। କିନ୍ତୁ ଏବେ ନୀଲ୍‌ (ଜେନ୍‌ ଇମାମ୍‌) ନିଜେ କହିଛନ୍ତି ଯେ ସେ ଅଭ୍‌ନୀ (ଅଦିତି ରାଠୋର)ଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଅଦିତିଙ୍କର ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ‘‘ଅଦିତି ଜଣେ ଦକ୍ଷ ଅଭିନେତ୍ରୀ। ତାଙ୍କ ପରିଶ୍ରମ ଦେଖିଲେ ଖୁବ୍‌ ଖୁସି ଲାଗେ। ସେ ସମସ୍ତଙ୍କୁ ଖୁବ୍‌ ଉତ୍ସାହିତ କରନ୍ତି। ସୁଯୋଗ ମିଳିଲେ ମୁଁ ତାଙ୍କୁ ବିବାହ କରିବି।’’

ପୂର୍ବରୁ ଅଦିତିଙ୍କ ସହିତ ତାଙ୍କ ସଂପର୍କ ବିଷୟରେ ପଚାରିଲେ ଏଣୁତେଣୁ କହି କଥା ଏଡ଼ାଇ ଯାଉଥିବା ନୀଲ୍ ଏଥର କିନ୍ତୁ ତାଙ୍କ ପ୍ରେମ କାହାଣୀକୁ ଖୋଲାଖୋଲି ବଖାଣିଛନ୍ତି। ଦେଖାଯାଉ ତାଙ୍କ ଲଭ୍ ଷ୍ଟୋରୀର ହାପି ଏଣ୍ଡିଂ ହେଉଛି ନା ନାହିଁ?

 

 

Related story