ଘର ଭଡ଼ା ମିଳୁ ନଥିଲା, କାରରେ ବିତାଇଥିଲେ ଅନେକ ରାତି

ମୁମ୍ବାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ନାମକରଣ’ ନିକଟରେ ସରିଯାଇଛି। କିନ୍ତୁ  ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଶୁଣିବାକୁ ମିଳିଥିଲା ଶେଷ ବେଳକୁ ଟପ୍‌ ୫ ଟ୍ରେଣ୍ଡିଂରେ ଥିଲା ଏହି ସିରିଏଲ୍‌। ଆଜି ବି ଦର୍ଶକେ  ଶୋ’ର ଲିଡ୍‌ ଚରିତ୍ର ଅବ୍ନି ତଥା ଅଦିତୀ ରାଥୋର ଓ ନିଲ୍‌  ତଥା ଜୈନ୍‌ ଇମାମ୍‌ଙ୍କ କେମେଷ୍ଟ୍ରିକୁ ଭୁଲି ପାରି ନାହାନ୍ତି। ଏମିତି କି ଦୁହିଁଙ୍କ ଅଫେଆରକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହେଉଥିଲା। ଏତେ ସବୁ […]

niel

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 03:31 PM IST

ମୁମ୍ବାଇ: ଷ୍ଟାରପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ନାମକରଣ’ ନିକଟରେ ସରିଯାଇଛି। କିନ୍ତୁ  ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଶୁଣିବାକୁ ମିଳିଥିଲା ଶେଷ ବେଳକୁ ଟପ୍‌ ୫ ଟ୍ରେଣ୍ଡିଂରେ ଥିଲା ଏହି ସିରିଏଲ୍‌। ଆଜି ବି ଦର୍ଶକେ  ଶୋ’ର ଲିଡ୍‌ ଚରିତ୍ର ଅବ୍ନି ତଥା ଅଦିତୀ ରାଥୋର ଓ ନିଲ୍‌  ତଥା ଜୈନ୍‌ ଇମାମ୍‌ଙ୍କ କେମେଷ୍ଟ୍ରିକୁ ଭୁଲି ପାରି ନାହାନ୍ତି। ଏମିତି କି ଦୁହିଁଙ୍କ ଅଫେଆରକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହେଉଥିଲା। ଏତେ ସବୁ ଚର୍ଚ୍ଚା ପରେ ପୁଣି ଏବେ ଜୈନ୍‌ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଉ ଏକ ସତ କଥା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲା ପରେ ଆପଣଙ୍କୁ ନିହାତି ଭାବେ ଆଶ୍ଚର୍ଯ୍ୟ ଲାଗିବା ସହ କିଛି ଲୋକମାନଙ୍କ ଚିନ୍ତାଧାରାକୁ ନେଇ ଖରାପ ବି ଲାଗିପାରେ। ତେବେ ଚାଲନ୍ତୁ ଜାଣିବା ସେହି ଘଟଣା ବିଷୟରେ।

କଥା ହେଉଛି ନାମକରଣର ଅଭିନେତା ଜୈନ୍‌ ଇମାମ୍‌, ଅଭିନେତା ବରୁଣ ସୋବତୀ ସହ ରାଜୀବ୍‌ ଖଣ୍ଡେଲ୍‌ୱାଲାଙ୍କ ଚାଟ୍‌ ଶୋ’ ‘ଜଜ୍‌ବାତ୍‌- ସଙ୍ଗୀନ୍‌ ସେ ନମ୍‌କୀନ୍‌ ତକ୍‌’କୁ ଆସିଥିଲେ। ଏହି ଶୋ’ରେ ଜୈନ୍‌ ନିଜ  ଇଣ୍ଡଷ୍ଟ୍ରି ସହ ଜଡ଼ିତ କିଛି କଥା ଓ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା ସେୟାର କରିଥିଲେ।

ସେ ସମ୍ପର୍କରେ ଜୈନ୍‌ କହିଛନ୍ତି, ବାସହୀନ ହେବାପରେ କାରରେ କେମିତି ଅନେକ ରାତି କାଟିଥିଲେ। ଶୋ’ରେ ତାଙ୍କୁ ଇଣ୍ଡଷ୍ଟ୍ରିରେ ଆରମ୍ଭ ଦିନଗୁଡ଼ିକ ବିଷୟରେ ପଚରା ଯାଇଥିଲା। ଉତ୍ତରରେ ସେ କହିଥିଲେ, ‘‘ମୁଁ ଯେବେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲି, ସେ ସମୟରେ ମୋ ପାଇଁ କିଛି ବି ସହଜ ନ ଥିଲା। ମୁଁ ସେତେବେଳେ ଇଣ୍ଡଷ୍ଟ୍ରିରେ କାମ ପାଇଁ ସଂଘର୍ଷ କରୁଥିଲି। ସେହି ସମୟରେ ମୋ ଘର ମାଲିକ ମୋତେ ଘରୁ ବାହାର କରିଦେଇଥିଲେ। ମୁଁ ଅନେକ ରାତି କାରରେ କାଟିଛି।  ମୁଁ ଅନେକ ଦିନ ପର୍ଯ୍ୟନ୍ତ ଘର ଖୋଜୁଥିଲି। କିନ୍ତୁ ସେ ସମୟରେ ମୋତେ ଘର ଭଡା ଦେବାକୁ ବି କେହି ରାଜି ହୋଇ ନ ଥିଲେ। କାରଣ ମୁଁ ଜଣେ ମୁସ୍‌ଲିମ୍‌ ଥିଲି। ମୁଁ ଜୀବନରେ ଅନେକ ଘାତ ପ୍ରତିଘାତକୁ ସାମ୍ନା କଲା ପରେ ଆଜି ମୋତେ ଏତିକି ସଫଳତା ମିଳିଛି।’’

ଏହି ଚାଟ୍‌ ଶୋ’ରେ ଅଭିନେତା ବରୁଣ ସୋବତୀ ମଧ୍ୟ ନିଜ ଜୀବନ ସହ ଜଡ଼ିତ ଅନେକ  ଘଟଣା ବିଷୟରେ କହିଥିଲେ।

 

Related story