“ନାଟସମ୍ରାଟ” ପାଇଁ ନାନାଙ୍କୁ ଜାତୀୟ ପୁରସ୍କାର ମିଳିବା ଉଚିତ: ଇର୍ଫାନ ଖାନ୍‌

ମୁମ୍ବାଇ: ମରାଠୀ ଫିଲ୍ମ “ନାଟସମ୍ରାଟ” ପାଇଁ ନାନା ପାଟେକରଙ୍କୁ ଜାତୀୟ ପୁରସ୍କାର ମିଳିବା ଉଚିତ। ସେ ଏହି ଫିଲ୍ମରେ ଉଚ୍ଚକୋଟିର ଅଭିନୟ କରିଛନ୍ତି। ଗୁରୁବାର ଏହା କହିଛନ୍ତି ପଦ୍ମଶ୍ରୀ ଇର୍ଫାନ ଖାନ୍‌।

ସେ କହିଛନ୍ତି,“ନାଟସମ୍ରାଟ ହେଉଛି ଏକ ଅତି ଉଚ୍ଚକୋଟିର ଫିଲ୍ମ। ଏହି ଫିଲ୍ମରେ ଅତି ଭଲ ଅଭିନୟ କରିଛନ୍ତି ନାନା ପାଟେକର। ଏଥିପାଇଁ ନାନା ଜାତୀୟ ପୁରସ୍କାର ପାଇବା ଉଚିତ।”

ମହେସ ମଞ୍ଜ୍ରେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗତ ଜାନୁଆରୀରେ ମୁକ୍ତିଲାଭ କରିଥିଲା। ‘ନାଟସମ୍ରାଟ’ ଫିଲ୍ମ ମଧ୍ୟ ଭଲ ବ୍ୟବସାୟ କରିଥିଲା।