ମୁହଁ ଖୋଲିଲେ ନାନା:କହିଲେ ଇଣ୍ଡଷ୍ଟ୍ରିରେ ମୋର ବନ୍ଧୁ ଖୁବ୍‌ କମ୍‌ ଅଛନ୍ତି, ଶତ୍ରୁ କେହି ନାହାନ୍ତି, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଶେଷରେ ତନୁଶ୍ରୀ ଦତ୍ତ ଆଣିଥିବା ଅସଦାଚରଣ ଅଭିଯୋଗ ଉପରେ ମୁହଁ ଖୋଲିଲେ ନାନା ପାଟେକର। ସେ କହିଛନ୍ତି ଯେ, ୩୫ ବର୍ଷ ହେଲା ମୁଁ ଇଣ୍ଡଷ୍ଟ୍ରିରେ ଅଛି। ଆଜି ପର୍ଯ୍ୟନ୍ତ ମୋ ବିରୋଧରେ ଏମିତି ଆପତ୍ତିଜନକ ଅଭିଯୋଗ କେବେ ଆସିନାହିଁ। ତନୁଶ୍ରୀ କାହିଁକି ମୋ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ମୁଁ ଜାଣି ନାହିଁ। ସୁଟିଂ ସେଟ୍‌ରେ ମଧ୍ୟ କ’ଣ ଘଟିଥିଲା ମତେ ଜଣାନାହିଁ। ସୁଟିଂ ସେଟରେ ହଜାରେ ଲୋକ ଥିଲେ। ସମସ୍ତଙ୍କ ସାମ୍ନାରେ ସୁଟିଂ […]

tanushree-12-1

Tapas Behera
  • Published: Saturday, 06 October 2018
  • , Updated: 06 October 2018, 10:14 PM IST

ମୁମ୍ବାଇ: ଶେଷରେ ତନୁଶ୍ରୀ ଦତ୍ତ ଆଣିଥିବା ଅସଦାଚରଣ ଅଭିଯୋଗ ଉପରେ ମୁହଁ ଖୋଲିଲେ ନାନା ପାଟେକର। ସେ କହିଛନ୍ତି ଯେ, ୩୫ ବର୍ଷ ହେଲା ମୁଁ ଇଣ୍ଡଷ୍ଟ୍ରିରେ ଅଛି। ଆଜି ପର୍ଯ୍ୟନ୍ତ ମୋ ବିରୋଧରେ ଏମିତି ଆପତ୍ତିଜନକ ଅଭିଯୋଗ କେବେ ଆସିନାହିଁ। ତନୁଶ୍ରୀ କାହିଁକି ମୋ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ମୁଁ ଜାଣି ନାହିଁ। ସୁଟିଂ ସେଟ୍‌ରେ ମଧ୍ୟ କ’ଣ ଘଟିଥିଲା ମତେ ଜଣାନାହିଁ। ସୁଟିଂ ସେଟରେ ହଜାରେ ଲୋକ ଥିଲେ।

ସମସ୍ତଙ୍କ ସାମ୍ନାରେ ସୁଟିଂ ଚାଲୁଥିଲା। ମତେ ଖରାପ ଲାଗୁଛି କି ଯେ, ମତେ ଏମିତି ସଫେଇ ଦେବାକୁ ପଡ଼ୁଛି। ସେ ଆହୁରି କହିଛନ୍ତି ଯେ,ତନୁଶ୍ରୀ ସୁଟିଂ ଅଧାରୁ କାହିଁକି ଛାଡ଼ିଲେ ତାହା ବି ସେ ଜାଣିନାହାନ୍ତି।

ଫିଲ୍ମ ୩ ଦିନ ଧରି ସୁଟିଂ ଚାଲିଥିଲା। ହେଲେ ଶେଷଦିନକୁ ନେଇ ତନୁଶ୍ରୀ ଅଭିଯୋଗ ଆଣିଛନ୍ତି। ଯଦି ତାଙ୍କୁ କିଛି ଅନ୍‌କମ୍ଫଟେବୁଲ ଫିଲ୍‌ ହେଉଥିଲା କିମ୍ବା ତାଙ୍କ ସହ ସେମିତି କିଛି ବ୍ୟବହାର ହେଉଥିଲା ବୋଲି ଅନୁଭବ କରୁଥିଲେ ତେବେ ସେ ପ୍ରଥମ ଦିନରୁ କହିପାରିଥାନ୍ତେ। ଏମିତି ଅଭିଯୋଗକୁ ମୁ ନିନ୍ଦା କରୁଛି। ନାନା କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ ମୋର ବନ୍ଧୁ ବହୁ କମ୍‌ ଅଛନ୍ତି ହେଲେ ଶତ୍ରୁ ଜମା ନାହାନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୮ରେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଫିଲ୍ମର ଏକ ଗୀତରେ ନାନା ପାଟେକର ତନୁଶ୍ରୀଙ୍କ ପ୍ରତି ଅଶାଳୀନ ଆଚରଣ କରିଥିଲେ। ଯେଉଁଥି ପାଇଁ ସେ ଅଧାରୁ ଓହରି ଯାଇଥିଲେ ବୋଲି ତନୁଶ୍ରୀ ଅଭିଯୋଗ ଆଣିଥିଲେ।

https://youtu.be/EhJ15QFd-mg

Related story