ଆଡଲ୍ଟ କମେଡି ଫିଲ୍ମ କରିବାକୁ ନର୍ଗିସ୍‌ଙ୍କର ଆଗ୍ରହ ନାହିଁ

ମୁମ୍ବାଇ: ବଲିଉଡ୍‌ରେ ଆଡଲ୍ଟ କମେଡି ଫିଲ୍ମ କରିବାକୁ ତାଙ୍କର ଆଗ୍ରହ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ନର୍ଗିସ୍ ଫଖରୀ। ସେ କହିଛନ୍ତି,“ମୁଁ ଆଡଲ୍ଟ ବା ସେକ୍ସ କମେଡି ଫିଲ୍ମ କରିବି ନାହିଁ। ଏଠାରେ (ଭାରତରେ) ସେନ୍ସ ଅଫ୍ ହ୍ୟୁମର୍  ଟିକେ ଭିନ୍ନ। ଆମେରିକା, ଜର୍ମାନୀ ଅବା ଲଣ୍ଡନରେ ଲୋକଙ୍କର ସେନ୍ସ ଅଫ୍ ହ୍ୟୁମର ଅଲଗା ପ୍ରକାରର। ତେଣୁ ମୁଁ ଆମେରିକାରେ ଆଡଲ୍ଟ ବା ସେକ୍ସ କମେଡି ଫିଲ୍ମ କରିବାକୁ ପସନ୍ଦ କରିବ କିନ୍ତୁ ଭାରତରେ ନୁହେଁ।” ଇଂରାଜୀ […]

nargis

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 11:23 AM IST

ମୁମ୍ବାଇ: ବଲିଉଡ୍‌ରେ ଆଡଲ୍ଟ କମେଡି ଫିଲ୍ମ କରିବାକୁ ତାଙ୍କର ଆଗ୍ରହ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ ନର୍ଗିସ୍ ଫଖରୀ।

ସେ କହିଛନ୍ତି,“ମୁଁ ଆଡଲ୍ଟ ବା ସେକ୍ସ କମେଡି ଫିଲ୍ମ କରିବି ନାହିଁ। ଏଠାରେ (ଭାରତରେ) ସେନ୍ସ ଅଫ୍ ହ୍ୟୁମର୍  ଟିକେ ଭିନ୍ନ। ଆମେରିକା, ଜର୍ମାନୀ ଅବା ଲଣ୍ଡନରେ ଲୋକଙ୍କର ସେନ୍ସ ଅଫ୍ ହ୍ୟୁମର ଅଲଗା ପ୍ରକାରର। ତେଣୁ ମୁଁ ଆମେରିକାରେ ଆଡଲ୍ଟ ବା ସେକ୍ସ କମେଡି ଫିଲ୍ମ କରିବାକୁ ପସନ୍ଦ କରିବ କିନ୍ତୁ ଭାରତରେ ନୁହେଁ।”

ଇଂରାଜୀ କମେଡି ଫିଲ୍ମଗୁଡ଼ିକ ଭଲ ବ୍ୟବସାୟ କରୁଥିବା ଦେଖି ନିକଟରେ ଅନେକ ହିନ୍ଦୀ ଫିଲ୍ମ ନିର୍ମାତା ମଧ୍ୟ ଏଥିରେ ପ୍ରୟାସ କରିଛନ୍ତି। ତେଣୁ “ଗ୍ରାଣ୍ଡମସ୍ତି”, “କ୍ୟା ସୁପର୍ କୁଲ୍ ହୈ ହମ୍” ଓ “ମସ୍ତିଜାଦେ” ଭଳି ହିନ୍ଦୀ ଆଡଲ୍ଟ କମେଡି ମାର୍କେଟ୍‌କୁ ଆସିଛି।

ନର୍ଗିସ୍ କହିଛନ୍ତି ଯେ ସେ ଏଯାବତ ଗୋଟିଏ ବି ହିନ୍ଦୀ ଆଡଲ୍ଟ କମେଡି ଫିଲ୍ମ ଦେଖି ନାହିଁ।

ନର୍ଗିସ୍‌ଙ୍କ ଅପ୍‌କମିଂ ଫିଲ୍ମ ହେଉଛି “ହାଉସ୍‌ଫୁଲ୍-୩”। ଏଥିରେ ତାଙ୍କ ସହିତ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ଓ ଲିସା ହେଡନ୍ ଅଭିନୟ କରିଛନ୍ତି। ଇତି ମଧ୍ୟରେ ଏହାର ସୁଟିଂ ଶେଷ ହୋଇଯାଇଛି।

ଏହା ବ୍ୟତୀତ ଆଗକୁ ରିଲିଜ୍ ହେବାକୁ ଥିବା “ଅଜହର” ଫିଲ୍ମରେ ମଧ୍ୟ ନର୍ଗିସ୍‌ ଅଭିନୟ କରିଛନ୍ତି। ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ଜୀବନୀ ଉପରେ ନିର୍ମିତ ଏହି ଫିଲ୍ମରେ ଇମରାନ୍ ହାସୀମ ଓ ପ୍ରାଚୀ ଦେଶାଇ ପ୍ରମୁଖ ଅଛନ୍ତି।

Related story