‘ରଙ୍ଗୁନ୍‌’ରେ ଶାହିଦ୍‌ କପୁରଙ୍କ  ନୂଆ ଲୁକ୍

ମୁମ୍ୱାଇ:ବଲିଉଡ୍ ଷ୍ଟାର ଶାହିଦ୍‌ କପୁର ଏବେ ତାଙ୍କ ଆଗାମୀ ଫିଲ୍ମ ‘ରଙ୍ଗୁନ୍’ ପାଇଁ ବ୍ୟସ୍ତ ଅଛନ୍ତି। ତେବେ ଶାହିଦ୍ ସୁଟିଂ ସେଟ୍‌ରେ ଉଠାଇଥିବା ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ସହ ସେ ଲେଖିଛନ୍ତି,“ଶେଷରେ ସବୁଠୁ ଅଧିକ ପସନ୍ଦ ଯୋଗ୍ୟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଲା।” ଏହି ଫଟୋରେ ଶାହିଦଙ୍କୁ ରଫ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ପୂର୍ବରୁ ଶାହିଦ୍‌ କରିଥିବା ସବୁ ଚରିତ୍ର ଠାରୁ ଏହା ସଂପୂର୍ଣ୍ଣ ଭିନ୍ନ। ଶାହିଦ୍ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର […]

shahid

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 11:22 AM IST

ମୁମ୍ୱାଇ:ବଲିଉଡ୍ ଷ୍ଟାର ଶାହିଦ୍‌ କପୁର ଏବେ ତାଙ୍କ ଆଗାମୀ ଫିଲ୍ମ ‘ରଙ୍ଗୁନ୍’ ପାଇଁ ବ୍ୟସ୍ତ ଅଛନ୍ତି। ତେବେ ଶାହିଦ୍ ସୁଟିଂ ସେଟ୍‌ରେ ଉଠାଇଥିବା ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ସହ ସେ ଲେଖିଛନ୍ତି,“ଶେଷରେ ସବୁଠୁ ଅଧିକ ପସନ୍ଦ ଯୋଗ୍ୟ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଲା।”

ଏହି ଫଟୋରେ ଶାହିଦଙ୍କୁ ରଫ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ପୂର୍ବରୁ ଶାହିଦ୍‌ କରିଥିବା ସବୁ ଚରିତ୍ର ଠାରୁ ଏହା ସଂପୂର୍ଣ୍ଣ ଭିନ୍ନ।

ଶାହିଦ୍ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରିବା ପୂର୍ବରୁ  ଫିଲ୍ମ ‘ରଙ୍ଗୁନ୍’ର ଫୋଟ ସାମ୍ନାକୁ ଆସିଥିଲା। ବିଶାଲ ଭରଦ୍ୱାଜ୍‌ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଥିବା ବେଳେ ଶାହିଦ୍‌ଙ୍କ ସହ ଏହି ଫିଲ୍ମରେ କଙ୍ଗନା ରନାୱାତ୍, ସୈଫ୍‌ ଅଲ୍ଲୀ ଖାନଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମ ୩୦ ସେପ୍ଟେମ୍ୱରରେ ରିଲିଜ୍‌ ହେବ।

Related story