ରିଲିଜ୍‌ ହେଲା 'ଲୋକାଲ ଟୋକା ଲଭ୍‌ ଚୋଖା'

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରିଲିଜ୍‌ ହୋଇଛି ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହି ଫିଲ୍ମରେ ପ୍ରଥମଥର ବାବୁସାନ୍‌ ଏବଂ ସନମିରାଙ୍କ ଯୋଡି ଦେଖିବାକୁ ମିଳୁଛି। ଫିଲ୍ମର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି। ଏହି ଫିଲ୍ମରେ ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍ ଏବଂ ରୋମାନ୍ସକୁ ଦର୍ଶକ ଦେଖିବାକୁ ପାଇବେ। ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ମୋହନ […]

local-toka-love-chokha-et00081528-11-08-2018-02-05-13

Ordigital Desk
  • Published: Wednesday, 15 August 2018
  • , Updated: 15 August 2018, 01:58 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରିଲିଜ୍‌ ହୋଇଛି ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହି ଫିଲ୍ମରେ ପ୍ରଥମଥର ବାବୁସାନ୍‌ ଏବଂ ସନମିରାଙ୍କ ଯୋଡି ଦେଖିବାକୁ ମିଳୁଛି। ଫିଲ୍ମର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି।

ଏହି ଫିଲ୍ମରେ ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍ ଏବଂ ରୋମାନ୍ସକୁ ଦର୍ଶକ ଦେଖିବାକୁ ପାଇବେ। ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ନିର୍ମଳ ନାୟକ।

ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, ଡି.ପି ଖଣ୍ଡେଲ୍‌ୱାଲ୍‌ ଏବଂ ଅନୁପ୍‌ ଅଗ୍ରୱାଲ। ବୈଦ୍ୟନାଥ ଦାସ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଫିଲ୍ମର ଟାଇଟଲ୍‌ ଗୀତ ସମେତ ସମସ୍ତ ଗୀତ ରିଲିଜ ପୂର୍ବରୁ ହିଟ୍ ହୋଇସାରିଛି। ଏହି ଫିଲ୍ମରେ ମୋଟ ୫ଟି ମନଛୁଆଁ ଗୀତ ରହିଛି।

Related story