ହ୍ରିତିକ୍ ଓ ଟାଇଗରଙ୍କ ନୂଆ ଗୀତ ରିଲିଜ୍: ୪ ଘଣ୍ଟାରେ ୧କୋଟି ଭ୍ୟୁ
ମୁମ୍ବାଇ: ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶ୍ରଫ୍ଙ୍କ ଅଭିନୀତ ଫିଲ୍ମ ‘ୱାର୍’ର ଏକ ନୂଆ ଗୀତ ରିଲିଜ୍ ହୋଇଛି। ଗୀତଟି ହେଉଛି ‘ଜୟ ଜୟ ଶିବ ଶଙ୍କର…’। ଏହା ଏକ ପାର୍ଟି ସଙ୍ଗ୍ ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ରିଲିଜ୍ ହେବାର ମାତ୍ର ୪ଘଣ୍ଟା ଭିତରେ ଗୀତଟିକୁ ୟୁଟ୍ୟୁବ୍ରେ ୧କୋଟିରୁ ଅଧିକ ଥର ଦେଖା ସରିଲାଣି।
ବିଶାଲ୍ ଦଦଲାନି ଓ ବେନି ଦୟାଲଙ୍କର ଏହି ପାର୍ଟି ସଙ୍ଗ୍ର ଶୁଟିଂ ପୂର୍ବରୁ ହ୍ରିତିକ୍ ଓ ଟାଇଗର୍ ପ୍ରାୟ ୩ ସପ୍ତାହ ଏକାଠି ନୃତ୍ୟ ଅଭ୍ୟାସ କରିଥିଲେ। ଉଭୟ ହେଉଛନ୍ତି ଫାଷ୍ଟ୍ ଡ୍ୟାନ୍ସର୍। ତେଣୁ ତାଳମେଳ ଠିକ୍ ରଖିବା ପାଇଁ ଉଭୟଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏ ଗୀତରେ ଟାଇଗର୍ଙ୍କ ଉପରେ ହ୍ରିତିକ୍ ଭାରି ପଡ଼ିଛନ୍ତି। ଗୀତରେ ଗୋଟିଏ ମୁହୂର୍ତ୍ତ ବି ହ୍ରିତିକ୍ଙ୍କ ଉପରୁ ନଜର ହଟୁନି।
.@iHrithik our #WAR can wait for now. How about burning up the dancefloor together 😉 #TeamTiger say out loud #JaiJaiShivshankar!https://t.co/E6YvB9BszU@Vaaniofficial @VishalDadlani @ShekharRavjiani @Benny_Dayal #Kumaar @BoscoMartis @csgonsalves #HrithikVsTiger @yrf
— Tiger Shroff (@iTIGERSHROFF) September 21, 2019
ଗୀତଟି ଦର୍ଶକଙ୍କୁ ଭଲ ଲାଗିବ ବୋଲି ନିର୍ମାତା ଆଶା ରଖିଛନ୍ତି। ଟାଇଗର୍ ଶ୍ରଫ୍ ଗୀତଟିକୁ ନିଜ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ୍ କରି ଲେଖିଛନ୍ତି,“ହ୍ରିତିକ୍ ଆମ ୱାର୍ ଏବେ କିଛି ସମୟ ପାଇଁ ରୋକାଯାଇ ପାରିବ, ଚାଲ କିଛି ସମୟ ଡ୍ୟାନ୍ସ ଫ୍ଲୋର୍ରେ ନିଆଁ ଲଗାଇବା।’
ସୂଚନାଯୋଗ୍ୟ, ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶ୍ରଫ୍ଙ୍କ ଏହି ଅପ୍କମିଂ ଫିଲ୍ମ ‘ୱାର୍’ ଏକ ଆକ୍ସନ୍ ଥ୍ରୀଲର୍। ଫିଲ୍ମଟିର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଇଥିବା ବେଳେ ଏହାର ପ୍ରଯୋଜକ ହେଉଛନ୍ତି ଉଦୟ ଚୋପ୍ରା। ୟଶ୍ରାଜ୍ ବ୍ୟାନର୍ରେ ନିର୍ମିତ ଏହି ଫିଲ୍ମଟି ଅକ୍ଟୋବର ୨ରେ ରିଲିଜ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।