ମୁମ୍ବାଇ: ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ପ୍ରେମିକ ନିକ୍ ଜୋନ୍ସ। ଏବେ ବିବାହକୁ ନେଇ ବଡ଼ ଖୁଲାସା କରିଛନ୍ତି ନିକ୍। ବିବାହର ରୀତିନୀତି ଚାଲିଥିବା ସମୟରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ନିକ୍ ବିବାହ ରୋକି ଦେବାକୁ ଭାବିଥିଲେ । ଆଉ ତା’ ପୁଣି ଖର୍ଚ୍ଚ ବିଲକୁ ଦେଖି ।
ନିକଟରେ ଚାଟ୍ ସୋ’ ‘ଦ ଲେଟ୍ ଲେଟ୍ ସୋ’ ଉଇଥ୍ ଜେମ୍ସ’ କୋର୍ଡନରେ ନିକ୍ ଯୋଗ ଦେଇଥିଲେ। ସେଠାରେ ହିଁ ସେ ଏଭଳି ଖୁଲାସା କରିଛନ୍ତି। ସୋ’ରେ ନିକ୍ଙ୍କ ଲାଇ ଡିଟେକ୍ଟର ଟେଷ୍ଟ କରାଯାଇଥିଲା। ଯେଉଁଥିରେ ସୋ’ର ହୋଷ୍ଟ ଜେମ୍ସ ତାଙ୍କୁ ଏକ ଅଜବ ପ୍ରଶ୍ନ ପଚାରିଥିଲେ। ବିବାହର ଏତେ ରୀତିନୀତି କରୁଥିବା ସମୟରେ କେବେ ମନରେ ଭାବନା ଆସିଥିଲା କି, ଏବେ ଏ ସବୁକୁ ରୋକି ଦେବା ଦରକାର?
ଏହାର ଉତ୍ତର ଦେଇ ନିକ୍ ‘ହଁ’ ବୋଲି କହିଥିଲେ। ଯେତେବେଳେ ମୁଁ ବିବାହର ରୀତିନୀତି ପାଇଁ କରାଯାଉଥିବା ଖର୍ଚ୍ଚର ବିଲ୍ ଦେଖିଲି, ସେତେବେଳେ ଏ ସବୁ ରୋକି ଦେବା ଦରକାର ବୋଲି ମୋ ମନକୁ ଆସିଥିଲା ବୋଲି କହିଛନ୍ତି ନିକ୍।
https://youtu.be/POCGrZxyOls
ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ୍ଙ୍କର ବିବାହ ଗତବର୍ଷ ଡିସେମ୍ବର୧-୨ରେ ଯୋଧପୁର୍ର ଉମୈଦ ଭବନ୍ରେ ହୋଇଥିଲା। ଏହାପରେ ଡିସେମ୍ବର ୪ରେ ପ୍ରିୟଙ୍କା ଓ ନିକ୍ଙ୍କର ରିସେପ୍ସନ୍ର ଆୟୋଜନ ଦିଲ୍ଲୀରେ ହୋଇଥିଲା। ଏହି ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମଧ୍ୟ ସାମିଲ୍ ହୋଇଥିଲେ। ଏହା ପରେ ସେ ମୁମ୍ବାଇରେ ମଧ୍ୟ ଏକ ରିସେପ୍ଶନ୍ ପାର୍ଟି ଦେଇଥିଲେ ଯେଉଥିରେ ବଲିଉଡର ଅନେକ ନାମୀ ଦାମୀ କଳାକାର ସାମିଲ ହୋଇଥିଲେ।