ନୀଲଙ୍କୁ ମିଳିଲା ଡ୍ରିମ୍ ଗାର୍ଲ

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରାଙ୍କ ଆରେଞ୍ଜ ମ୍ୟାରେଜ ପରେ ଖୁବ୍ ଶୀଘ୍ର ବଲିଉଡରେ ଆଉ ଜଣେ ଜଣାଶୁଣା କଳାକାର ଆରେଞ୍ଜ ମ୍ୟାରେଜ କରିବାକୁ ଯାଉଛନ୍ତି। ଆମେ କହୁଛୁ ବଲିଉଡ ହିରୋ ନୀଲ ନିତିନ ମୁକେଶଙ୍କ କଥା। ଦଶହରା ଅବସରରେ ନୀଲ ମୁମ୍ବାଇର ରୁକ୍ମଣୀ ଶହାୟଙ୍କ ସହ ନିର୍ବନ୍ଧ କରିଛନ୍ତି। ନୀଲଙ୍କ ନିର୍ବନ୍ଧ ମୁମ୍ବାଇ ଜୁହୁ ଅଞ୍ଚଳରେ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଖୁବ ଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧି […]

neil-nitin

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 04:10 PM IST

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରାଙ୍କ ଆରେଞ୍ଜ ମ୍ୟାରେଜ ପରେ ଖୁବ୍ ଶୀଘ୍ର ବଲିଉଡରେ ଆଉ ଜଣେ ଜଣାଶୁଣା କଳାକାର ଆରେଞ୍ଜ ମ୍ୟାରେଜ କରିବାକୁ ଯାଉଛନ୍ତି। ଆମେ କହୁଛୁ ବଲିଉଡ ହିରୋ ନୀଲ ନିତିନ ମୁକେଶଙ୍କ କଥା। ଦଶହରା ଅବସରରେ ନୀଲ ମୁମ୍ବାଇର ରୁକ୍ମଣୀ ଶହାୟଙ୍କ ସହ ନିର୍ବନ୍ଧ କରିଛନ୍ତି। ନୀଲଙ୍କ ନିର୍ବନ୍ଧ ମୁମ୍ବାଇ ଜୁହୁ ଅଞ୍ଚଳରେ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଖୁବ ଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନିକଟ ମହଲରୁ ଜଣାପଡିଛି।

ଏବିଏସନ ଇଣ୍ଡଷ୍ଟ୍ରିରେ କାମ କାଥିବା ରୁକ୍ମଣୀଙ୍କୁ ନୀଲଙ୍କ ଘର ଲୋକେ ପସନ୍ଦ କରିଥଲେ। ନିର୍ବନ୍ଧରେ ଘରଲୋକଙ୍କ ବ୍ୟତୀତ କିଛି ଖାସ୍ ଅତିଥି ଯୋଗ ଦେଇଥିଲେ। ଏହି ଅବସରରେ ନୀଲ କଳା ଓ ଲାଲ ରଙ୍ଗର ସେରୱାନୀ ପିନ୍ଧିଥିବା ବେଳେ ତାଙ୍କ ଦୁଲହନ ଗୋଲାପୀ ଓ ନୀଳ ଏବଂ ଗୋଲାପୀ ରଙ୍ଗ ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଥିଲେ।

Related story