'ନିମ୍‌କୀ ମୁଖିଆ' ଦର୍ଶକଙ୍କ ପାଇଁ ଦୁଃଖ ଖବର

ମୁମ୍ବାଇ: ଷ୍ଟାର୍‌ ଭାରତରେ ପ୍ରସାରିତ ହେଉଥିବା ଅନ୍ୟତମ ଚର୍ଚ୍ଚିତ ଧାରାବାହିକ ‘ନିମ୍‌କୀ ମୁଖିଆ’ର ଦର୍ଶକଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର। ମିଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ମାସରେ ଭୂମିକା ଗୁରୁଙ୍ଗଙ୍କ ଏହି ଶୋ’ ବନ୍ଦ ହୋଇଯିବ। ଭଲ ଟିଆର୍‌ପି ଆସୁ ନଥିବା ଯୋଗୁ ଏହାକୁ ଅଗଷ୍ଟ ମାସରୁ ବନ୍ଦ କରି ଦେବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। https://www.instagram.com/p/Byy2_QFALZx/?utm_source=ig_web_copy_link ଭଲ ଟିଆର୍‌ପି ପାଇଁ ଶୋ’ରେ ଅନେକ ଏକ୍ସପେରିମେଣ୍ଟ୍‌ କରାଯାଇଥିଲା। ନୂଆ ଟ୍ରାକ୍ ଓ କମେଡିର ତଡ଼କା ବି […]

nimki-mukhiya

Chinmayee Roy
  • Published: Wednesday, 31 July 2019
  • , Updated: 31 July 2019, 12:45 PM IST

ମୁମ୍ବାଇ: ଷ୍ଟାର୍‌ ଭାରତରେ ପ୍ରସାରିତ ହେଉଥିବା ଅନ୍ୟତମ ଚର୍ଚ୍ଚିତ ଧାରାବାହିକ ‘ନିମ୍‌କୀ ମୁଖିଆ’ର ଦର୍ଶକଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର। ମିଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ମାସରେ ଭୂମିକା ଗୁରୁଙ୍ଗଙ୍କ ଏହି ଶୋ’ ବନ୍ଦ ହୋଇଯିବ। ଭଲ ଟିଆର୍‌ପି ଆସୁ ନଥିବା ଯୋଗୁ ଏହାକୁ ଅଗଷ୍ଟ ମାସରୁ ବନ୍ଦ କରି ଦେବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

https://www.instagram.com/p/Byy2_QFALZx/?utm_source=ig_web_copy_link

ଭଲ ଟିଆର୍‌ପି ପାଇଁ ଶୋ’ରେ ଅନେକ ଏକ୍ସପେରିମେଣ୍ଟ୍‌ କରାଯାଇଥିଲା। ନୂଆ ଟ୍ରାକ୍ ଓ କମେଡିର ତଡ଼କା ବି ଲଗା ଯାଇଥିଲା। ହେଲେ ଏଥିରୁ  ଆଶା ଅନୁଯାୟୀ ଫାଇଦା ମିଳିଲା ନାହିଁ। ଫଳରେ ନିର୍ମାତା ବାଧ୍ୟ ହୋଇ ଏହାକୁ ଅଫ୍‌ ଏୟାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

https://www.instagram.com/p/B0Am0bbliOv/?utm_source=ig_web_copy_link

‘ନିମ୍‌କୀ ମୁଖିଆ’ରେ ମୁଖ୍ୟ ଭୂମିକାରେ ଭୂମିକା ଗୁରୁଙ୍ଗ ଅଭିନୟ କରୁଥିବା ବେଳେ ଇନ୍ଦ୍ରନୀଲ ସେନ୍‌ଗୁପ୍ତା, ଅଭିଷେକ ଶର୍ମା, ଶ୍ରିୟା ଝା ଓ ପ୍ରିୟାଂଶୁ ସିଂହ ପ୍ରମୁଖ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।  ୨୦୧୭ ଅଗଷ୍ଟ ମାସରୁ ଏହି ଧାରାବାହିକ ଚାଲିଛି। ମହିଳା ସଶକ୍ତିକରଣକୁ ନେଇ ଏହି ଧାରାବାହିକ ଗତିଶୀଳ ହୋଇଥିଲା।

Related story