ନିଆ ଶର୍ମା ଦେଲେ ଟ୍ରୋଲର୍ସଙ୍କୁ କଡ଼ା ଜବାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟେଲିଭିଜନ୍‌ ଅଭିନେତ୍ରୀ ନିଶା ଶର୍ମା ଅନେକ ସମୟରେ ଟ୍ରୋଲ ହୁଅନ୍ତି। ତାଙ୍କ ବୋଲ୍ଡ ଭିଡିଓ ଓ ବିକନି ଫଟୋ ପାଇଁ ତାଙ୍କୁ ଶୋସାଲ୍ ମିଡିଆରେ ଅନେକ ଥର ଟ୍ରୋଲ୍‌ କରାଯାଇଛି। ଅନେକଥର ତାଙ୍କୁ ତାଙ୍କ ଲିପ୍‌ଷ୍ଟିକ୍‌ ରଙ୍ଗ ପା‌ଇଁ ମଧ୍ୟ ଟ୍ରୋଲ କରାଯାଇଛି। ଟିଭି ସିରିଏଲ୍ ‘ଇସ୍କ ମେଁ ମରଜାୱା’ରେ ନିଶା ଯେବେ ଅଲିଶା ପାୱାରଙ୍କ ସ୍ଥାନ ନେଲେ ସେତେବେଳେ ମଧ୍ୟ ଅନେକ ଟ୍ରୋଲ୍‌ ହେଲେ। ହେଲେ ଏଥର ସେ ଚୁପ୍‌ ବସିନାହାଁନ୍ତି। ଟ୍ରୋଲର୍ସଙ୍କୁ […]

nia sharma

Chinmayee Roy
  • Published: Sunday, 13 January 2019
  • , Updated: 13 January 2019, 06:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟେଲିଭିଜନ୍‌ ଅଭିନେତ୍ରୀ ନିଶା ଶର୍ମା ଅନେକ ସମୟରେ ଟ୍ରୋଲ ହୁଅନ୍ତି। ତାଙ୍କ ବୋଲ୍ଡ ଭିଡିଓ ଓ ବିକନି ଫଟୋ ପାଇଁ ତାଙ୍କୁ ଶୋସାଲ୍ ମିଡିଆରେ ଅନେକ ଥର ଟ୍ରୋଲ୍‌ କରାଯାଇଛି। ଅନେକଥର ତାଙ୍କୁ ତାଙ୍କ ଲିପ୍‌ଷ୍ଟିକ୍‌ ରଙ୍ଗ ପା‌ଇଁ ମଧ୍ୟ ଟ୍ରୋଲ କରାଯାଇଛି। ଟିଭି ସିରିଏଲ୍ ‘ଇସ୍କ ମେଁ ମରଜାୱା’ରେ ନିଶା ଯେବେ ଅଲିଶା ପାୱାରଙ୍କ ସ୍ଥାନ ନେଲେ ସେତେବେଳେ ମଧ୍ୟ ଅନେକ ଟ୍ରୋଲ୍‌ ହେଲେ। ହେଲେ ଏଥର ସେ ଚୁପ୍‌ ବସିନାହାଁନ୍ତି। ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଇଛନ୍ତି।

https://www.instagram.com/p/BqfnOHiFXim/?utm_source=ig_web_copy_link

ଏହି ସିରିୟଲର ଫ୍ୟାନ୍ସ ଅର୍ଜୁନ ବିଜଲାନି ଓ ଅଲିଶାଙ୍କ କେମେଷ୍ଟ୍ରିକୁ ଅନେକ ପସନ୍ଦ କରୁଥିଲେ। ତେଣୁ ଅର୍ଜୁନ ଓ ନିଶାଙ୍କର ନୂଆ ଯୋଡ଼ି ସେମାନଙ୍କୁ ଏତେଟା ପସନ୍ଦ ଆସିଲା ନାହିଁ। ତେଣୁ ସେମାନେ ନିଆଙ୍କୁ ଟ୍ରୋଲ୍‌ କରିବାକୁ ଲାଗିଲେ। ଏଥିମଧ୍ୟରେ ଜଣେ ବ୍ୟକ୍ତି ତାଙ୍କୁ ଅସୁନ୍ଦର ବୋଲି କହିଦେଲେ। ତେବେ ନେହା ତାଙ୍କୁ ଟ୍ୱିଟ୍‌ ବ୍ୟାକ୍‌ କରି ଜବାବ୍‌ ଦେଲେ। ଲେଖିଛନ୍ତି, ‘କେମିତି ହବ ଯଦି ଆପଣ ନିଜର ଅସୁନ୍ଦର ଚେହେରାରୁ ହସ କାଢ଼ିଦେବେ, ତଥାପି ଦେଖୁଥାନ୍ତୁ ଇସ୍କ ମେ ମରଜାୱା’।

https://twitter.com/Theniasharma/status/1083320424946171905

ନିଶାଙ୍କ ଏହି କଡ଼ା ଜବାବ ପରେ ଏହି ଫ୍ୟାନ୍‌ ଜଣକ ତାଙ୍କୁ ହିଁ ବ୍ଲକ କରିଦେଲେ। ହେଲେ ନିଶା ଏହା ପରେ ଆଉ ଏକ ଟ୍ରୋଲ୍‌ର ଜବାବ ଦେଲେ। ନିଜ ପରବର୍ତ୍ତୀ ଟ୍ୱିଟ୍‌ରେ ସେ ଲେଖିଲେ ଯେ, ‘କମ୍‌ ସେ କମ୍‌ ଆପଣ ମୋ ଅସୁନ୍ଦର ଚେହେରା ପରଦାରେ ତ ଦେଖୁଛନ୍ତି, ହେଲେ ମୁଁ ଏବେ ବି ଆପଣଙ୍କ ଚେହେରାବିହୀନ କଳାକାର୍ନାମାକୁ ସହୁଛି।’

https://twitter.com/Theniasharma/status/1083383312838770689

ନିଶା ନିଜର କ୍ୟାରିୟର ଟିଭି ସିରିୟଲ୍ ‘କାଲି’ରୁ ଆରମ୍ଭ କରିଥିଲେ। ଏହାପରେ ସିରିୟଲ ‘ଏକ ହଜାରୋ ମେ ମେରି ବେହେନା ହୈ’ରେ ‘ମାନୱି’ ଚରିତ୍ରରେ ଅଭିନୟ କରିବା ପରେ ସେ ଘରେ ଘରେ ପରିଚିତ ହେଲେ। ଏହାପରେ ‘ଜମାଇ ରାଜା’ ନାମକ ଶୋରୁ ସେ ଲୋକପ୍ରିୟତା ହାସଲ କଲେ। ନିଆ ରିୟାଲିଟି ସୋ’ ‘ଖତରୋକେ ଖୀଲାଡ଼ି’ରେ ମଧ୍ୟ ନଜର ଆସିଥିଲେ।

Related story