‘ନୋ ସ୍ମୋକିଂ’ ବିଜ୍ଞାପନରେ ଆସିବେ ବଲିଉଡ ଷ୍ଟାର ବିବେକ

ମୁମ୍ବାଇ: ଅନେକ ତମାଖୁ ବିରୋଧୀ ଅଭିଯାନରେ ଭାଗ ନେଇସାରିଥିବା ଅଭିନେତା ବିବେକ ଓବରାୟ ଏବେ ‘ନୋ ସ୍ମୋକିଂ’ ଉପରେ ଆଧାରିତ ଏକ ବିଜ୍ଞାପନରେ ନଜର ଆସିବେ। ବିବେକ ଏହି ‘ନୋ ସ୍ମୋକିଂ’ ବିଜ୍ଞାପନରେ ଅଭିନୟ କରିବା ସହିତ ଏହାର ନିର୍ମାଣ ମଧ୍ୟ କରୁଛନ୍ତି। ଏହି ବିଜ୍ଞାପନକୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯିବ। ବିବେକ ଏହି ବିଜ୍ଞାପନଟିକୁ ବିଭିନ୍ନ ସିନେମାହଲରେ ମଧ୍ୟ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି। ସେ କହିଛନ୍ତି,“ତମାଖୁ ଏବଂ ଧୂମ୍ରପାନ ଦ୍ୱାରା ହେଉଥିବା […]

vivek-oberoi

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 11:16 PM IST

ମୁମ୍ବାଇ: ଅନେକ ତମାଖୁ ବିରୋଧୀ ଅଭିଯାନରେ ଭାଗ ନେଇସାରିଥିବା ଅଭିନେତା ବିବେକ ଓବରାୟ ଏବେ ‘ନୋ ସ୍ମୋକିଂ’ ଉପରେ ଆଧାରିତ ଏକ ବିଜ୍ଞାପନରେ ନଜର ଆସିବେ। ବିବେକ ଏହି ‘ନୋ ସ୍ମୋକିଂ’ ବିଜ୍ଞାପନରେ ଅଭିନୟ କରିବା ସହିତ ଏହାର ନିର୍ମାଣ ମଧ୍ୟ କରୁଛନ୍ତି। ଏହି ବିଜ୍ଞାପନକୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପ୍ରଦର୍ଶିତ କରାଯିବ। ବିବେକ ଏହି ବିଜ୍ଞାପନଟିକୁ ବିଭିନ୍ନ ସିନେମାହଲରେ ମଧ୍ୟ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି।

ସେ କହିଛନ୍ତି,“ତମାଖୁ ଏବଂ ଧୂମ୍ରପାନ ଦ୍ୱାରା ହେଉଥିବା କ୍ଷତିର ଭରଣା ହୋଇପାରିବ ନାହିଁ । ମୁଁ ବହୁ ବର୍ଷ ଧରି ‘କ୍ୟାନସ୍‌ର ପେସେଣ୍ଟସ୍ ଏଡ୍ ଆସୋସିଏସନ’ (ସିପିଏଏ) ସହ କାମ କରୁଛି। ମୁଁ ଏହି ବିଜ୍ଞାପନ ଜରିଆରେ ତମାଖୁ ବିରୋଧରେ ଅଭିଯାନକୁ ଆଗକୁ ବଢାଉଛି।”

‘ସୁଟଆଉଟ ଏଟ ଲୋଖଣ୍ଡୱାଲ’ ଫିଲ୍ମର ଏହି ଅଭିନେତା ବହୁ ତମାଖୁ ବିରୋଧୀ ଅଭିଯାନରେ ଭାଗ ନେଇ ସଚେତନତା କାର୍ଯ୍ୟ କରିସାରିଛନ୍ତି ।

Related story