ପୁଣି ଭାଇରାଲ୍‌ ହେଉଛି ନୋରାଙ୍କ ଧମାକେଦାର ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ର ‘ଦିଲବର୍‌ ଗର୍ଲ’ ନାଁରେ ପରିଚିତ ନୋରା ଫତେହି ପୁଣିଥରେ ନିଜ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି। ନୋରା ଏଥର Zee Cine Awardsରେ ଧମାକେଦାର୍‌ ଡ୍ୟାନ୍ସ ପର୍ଫମାନ୍ସ ଦେଇଛନ୍ତି। ଏହି ଡ୍ୟାନ୍ସ ଭିଡିଓଟିକୁ ନୋରା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି, ଯାହାକି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି।  ଦର୍ଶକଙ୍କୁ ନୋରାଙ୍କ ଡ୍ୟାନ୍ସ ବେଶ୍ ପସନ୍ଦ ଆସୁଛି। ଭିଡିଓରେ ଦେଖବାକୁ ମିଳୁଛି ଯେ ନୋରା ଡ୍ୟାନ୍ସ କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ବଡ଼ […]

nora

Chinmayee Roy
  • Published: Monday, 08 April 2019
  • , Updated: 08 April 2019, 11:33 AM IST

ମୁମ୍ବାଇ: ବଲିଉଡ୍‌ର ‘ଦିଲବର୍‌ ଗର୍ଲ’ ନାଁରେ ପରିଚିତ ନୋରା ଫତେହି ପୁଣିଥରେ ନିଜ ଡ୍ୟାନ୍ସରେ ସମସ୍ତଙ୍କୁ ଦିୱାନା କରିଦେଇଛନ୍ତି। ନୋରା ଏଥର Zee Cine Awardsରେ ଧମାକେଦାର୍‌ ଡ୍ୟାନ୍ସ ପର୍ଫମାନ୍ସ ଦେଇଛନ୍ତି। ଏହି ଡ୍ୟାନ୍ସ ଭିଡିଓଟିକୁ ନୋରା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି, ଯାହାକି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଛି।  ଦର୍ଶକଙ୍କୁ ନୋରାଙ୍କ ଡ୍ୟାନ୍ସ ବେଶ୍ ପସନ୍ଦ ଆସୁଛି। ଭିଡିଓରେ ଦେଖବାକୁ ମିଳୁଛି ଯେ ନୋରା ଡ୍ୟାନ୍ସ କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ବଡ଼ ବଡ଼ କଳାକାର ତାଳି ବଜାଇ ତାଙ୍କୁ ଉତ୍ସାହିତ କରୁଛନ୍ତି। ଭିଡିଓଟିକୁ ବର୍ତ୍ତମାନ ସୁଧା ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ନୋରା ଫତେହି ନିଜର ନିଆରା ଡ୍ୟାନ୍ସିଂ ଷ୍ଟାଇଲ୍‌ ପାଇଁ ବେଶ୍ ପରିଚିତ। ଏହି ଆୱର୍ଡ଼ ଫଙ୍କସନ୍‌ରେ ସେ ପଞ୍ଜାବୀ ସୁପରହିଟ୍‌ ଗୀତରେ ଧୂଆଁଦାର ଡ୍ୟାନ୍ସ କରିଥିଲେ। ନୋରାଙ୍କ ଡ୍ୟାନ୍ସ ଦେଖି ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତ୍‌, କ୍ୟାଟ୍ରିନା କୈଫ୍, ସୋନମ୍ କପୁର, ଦୀପିକା ପାଦୁକୋନ୍, ବରୁଣ ଧୱନ୍‌ଙ୍କ ପରି ବିଗ୍‌ ସେଲିବ୍ରିଟିମାନେ ତାଳି ବଜାଉଥିବା ଦେଖିବାକୁ ମିଳିଥିଲା। ନିଜ  ଡ୍ୟାନ୍ସ ରେ ନୋରା ସମସ୍ତଙ୍କ ମନ ପୁଣିଥରେ ଜିତିନେଇଛନ୍ତି।

https://www.instagram.com/p/Bv6mI1BlRG1/?utm_source=ig_web_copy_link

ନୋରା ଫତେହି ଫିଲ୍ମ ‘ବାହୁବଲି’ ଓ ‘ସତ୍ୟମେବ ଜୟତେ’ର ଦିଲ୍‌ବର୍‌ ଗୀତରେ ନିଜର ଡାନ୍ସରେ ସମସ୍ତଙ୍କୁ ଦିୱାନା କରିଦେଇଥିଲେ। ନୋରାଙ୍କ ଡ୍ୟାନସ୍ ଦେଖି ଏବେ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଏବେ ନୋରାଙ୍କ ପାଖରେ ବଲିଉଡ୍‌ର ୨ଟି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ନୋରା ସଲମାନ୍‌ ଓ କ୍ୟାଟ୍ରିନାଙ୍କ ଫିଲ୍ମ ‘ଭାରତ୍‌’ରେ ନଜର ଆସିବେ। ଏହା ବ୍ୟତୀତ ସେ ବରୁଣ ଧୱନ୍ ଓ ଶ୍ରଦ୍ଧା କପୁର ଷ୍ଟାରର୍ ‘ଷ୍ଟ୍ରିଟ୍ ଡ୍ୟାନ୍ସର୍’ରେ ମଧ୍ୟ ନଜର ଆସିବେ।

https://www.instagram.com/p/BsQZTInlGRx/?utm_source=ig_web_copy_link

Related story