ମୁମ୍ବାଇ: ଗତକାଲି ରିଲିଜ୍ ହୋଇଥିବା ବଲିଉଡ୍ ମୁଭି 'ନୋଟ୍ବୁକ୍'କୁ ମିଳିଛି ଜବରଦସ୍ତ ରେସପନ୍ସ। ଫିଲ୍ମର କାହାଣୀକୁ ନେଇ ଦର୍ଶକ ଖୁସି ଥିବା ବେଳେ ଫିଲ୍ମର ରେଟିଂ ମଧ୍ୟ ଭଲ ରହିଛି। ଫିଲ୍ମ ସମୀକ୍ଷକ ଏହାକୁ ୩ ଷ୍ଟାର ରେଟିଂ ଦେଇଛନ୍ତି। ପ୍ରଥମ ଦିନରେ ଫିଲ୍ମଟି ୧ କୋଟି ଆୟ କରିବ ବୋଲି ନିର୍ମାତା ଆଶା ରଖିଥିବାବେଳେ ଏହା ଡେ ୱାନ୍ରେ ପାଖାପାଖି ୨ କୋଟି ଟଙ୍କା ଆୟ କରିଛି। କାଶ୍ମୀର ଉପତ୍ୟାକାର କାହାଣୀକୁ ନେଇ ଫିଲ୍ମ ‘ନୋଟ୍ବୁକ୍’ ତିଆରି ହୋଇଛି।
https://twitter.com/SKFilmsOfficial/status/1111594411341705220
ଲଭ, ରୋମାନ୍ସ, ବ୍ରେକ୍ଅପ୍ ଆଉ ତା ସାଙ୍ଗକୁ ସସ୍ପେନ୍ସକୁ ନେଇ ଫିଲ୍ମର କାହାଣୀ ଆଧାରିତ। ଫିଲ୍ମ ଜରିଆରେ ଡେବ୍ୟୁ କରିଛନ୍ତି ପ୍ରନୂତନ ବେହଲ୍ ଓ ଜାହିର୍ ଇକବାଲ୍। କାଶ୍ମୀରର ଏକ ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକ ଭାବେ ନଜର ଆସିଛନ୍ତି ପ୍ରନୂତନ। ମାତ୍ର ୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଥିବା ଏହି ସ୍କୁଲରେ ପରେ ଶିକ୍ଷକ ଭାବେ ନିଯୁକ୍ତି ପାଆନ୍ତି ଜାହିର୍। ତେବେ ପ୍ରନୂତନଙ୍କ ନୋଟ୍ବୁକ୍କୁ ପଢ଼ି କିପରି ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିଚ୍ଛେଦ ହେଉଛି ତାକୁ ନେଇ ଫିଲ୍ମର କାହାଣୀ ଗତି କରୁଛି। ଚଳିତ ବର୍ଷର ସଲମାନ୍ ଖାନ୍ ପ୍ରଡକ୍ସନ୍ର ଏ ହେଉଛି ପ୍ରଥମ ସିନେମା। ତେଣୁ ସଲମାନ୍ ମଧ୍ୟ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।
https://twitter.com/SKFilmsOfficial/status/1111497634827517952
ସେପଟେ କିନ୍ତୁ ‘ନୋଟ୍ବୁକ୍’କୁ ଟକ୍କର ଦେବା ଲାଗି ଗତକାଲି ପରଦାକୁ ଆସିଥିବା ‘ଜଙ୍ଗଲି’କୁ ନେଇ ସେତେ ଉତ୍ସାହ ଦେଖିବାକୁ ମିଳିନାହିଁ। ହାତୀ-ମଣିଷ ବନ୍ଧୁତାକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଜଙ୍ଗଲି’କୁ ମିଳିଛି ୨ରୁ ୩ ଷ୍ଟାର ରେଟିଂ। ଫିଲ୍ମରେ ଜବରଦସ୍ତ ଆକ୍ସନ ଥିବା ବେଳେ କାହଣୀରେ ସେତେଟା ଦମ୍ ନଥିବା ସମୀକ୍ଷକ କହିଛନ୍ତି।