ମାସକର ଛୁଆ ପାଇଁ କେକ୍‌ କାଟିଲେ ଟିଏମ୍‌ସି ସାଂସଦ ନୁସରତ

କୋଲକାତା: ମାସକର ଛୁଆ ପାଇଁ କେକ୍‌ କାଟିଲେ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜାହାଁ। ପୁଅ ଇସାନକୁ ମାସେ ପୂରଣ ହୋଇଥିବା ନେଇ ସେ କରିଛନ୍ତି ସେଲିବ୍ରେସନ। ପୁଅର ପ୍ରକୃତ ବାତା ତଥା ୟଶ ଦାଶଗୁପ୍ତାଙ୍କ ସହ ମିଶି ସେ ପୁଅର ଜନ୍ମଦିନ ପାଳିଛନ୍ତି। ଏହି ସେଲିବ୍ରେସନର ଫଟୋକୁ ନୁସ୍‌ରତ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଅଗଷ୍ଟ ୨୬ ତାରିଖରେ ନୁସରତ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପୁଅ ଇସାନକୁ ଜନ୍ମ ଦେଇଥିଲେ। ଏବେ […]

Nushrat-1

Nushrat-1

Madhupriya Mistry
  • Published: Monday, 27 September 2021
  • Updated: 27 September 2021, 05:10 PM IST

Sports

Latest News

କୋଲକାତା: ମାସକର ଛୁଆ ପାଇଁ କେକ୍‌ କାଟିଲେ ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ ଜାହାଁ। ପୁଅ ଇସାନକୁ ମାସେ ପୂରଣ ହୋଇଥିବା ନେଇ ସେ କରିଛନ୍ତି ସେଲିବ୍ରେସନ। ପୁଅର ପ୍ରକୃତ ବାତା ତଥା ୟଶ ଦାଶଗୁପ୍ତାଙ୍କ ସହ ମିଶି ସେ ପୁଅର ଜନ୍ମଦିନ ପାଳିଛନ୍ତି। ଏହି ସେଲିବ୍ରେସନର ଫଟୋକୁ ନୁସ୍‌ରତ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଅଗଷ୍ଟ ୨୬ ତାରିଖରେ ନୁସରତ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପୁଅ ଇସାନକୁ ଜନ୍ମ ଦେଇଥିଲେ। ଏବେ ଇସାନକୁ ଏକ ମାସ ପୂରିଛି। ଏହାକୁ ସେଲିବ୍ରସନ କରିବାକୁ ଯାଇ ନୁସରତ ଘରେ କେକ୍‌ କାଟି ଖୁସି ମନାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ନୁସରତ ନିଜ ଖୁସିକୁ ଜାହିର କରିଛନ୍ତି। ଏଥିସହ କେକ୍‌ର ଫଟୋ ମଧ୍ୟ ଶେଆର କରିଛନ୍ତି। ନୀଳ ରଙ୍ଗର ଏହି କେକ୍‌ରେ 'ହ୍ୟାପି ୱାନ୍‌ ମନ୍ଥ' ଲେଖା ହୋଇଥିବା ଫଟୋରେ ଦେଖିବାକୁ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ସାଂସଦ ନୁସରତ ଜାହାଁଙ୍କ ପୁଅର ବାପା କିଏ? ଏହାକୁ ନେଇ ଦୀର୍ଘ ଦିନ ଧରି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା। ପରେ ସେପ୍ଟେମ୍ବର ୧୬ରେ ତାଙ୍କ ପୁଅର ପ୍ରକୃତ ବାପା କିଏ, ସେନେଇ ଖୁଲାସା ହୋଇଥିଲା। କୋଲକାତା ନଗର ନିଗମ ଦ୍ୱାରା ଜନ୍ମ ପ୍ରମାଣପତ୍ରରୁ ସାଂସଦଙ୍କ ପୁଅର ବାପା ୟଶ୍‌ ଦାଶ ଗୁପ୍ତା ବୋଲି ସାମ୍ନାକୁ ଆସିଥିଲା। ପ୍ରମାଣ ପତ୍ରରେ ୟଶଙ୍କ ନାଁ ଦେବାଶିଷ ଦାସଗୁପ୍ତା ଲେଖା ହୋଇଛି, ଏହା ୟଶ୍‌ଙ୍କ ଅଫିସିଆଲ୍‌ ନାମ।

ନୁସରତ ଏବଂ ୟଶ୍‌ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଶୁଣିବାକୁ ମିଳୁଛି। ଏବେ ଏଦୁହେଁ ଲିଭ୍‌-ଇନ୍‌ରେ ମଧ୍ୟ ରହୁଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମେ ନୁସରତ ନିଖିଲ ଜୈନ୍‌ଙ୍କୁ ତିର୍କୀରେ ବିବାହ କରିଥିଲେ। ପରେ ସେ ଏହି ବିବାହକୁ ଅମାନ୍ୟ ଘୋଷଣା କରି ସ୍ୱାମୀଙ୍କ ଠାରୁ ଭିନ୍ନ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos