ଅନ୍ଧବିଶ୍ୱାସରେ ଶିକାର ହୋଇଥିଲେ: ‘ବିଶ୍ୱାସ୍‌’ ଦେଖି ଘରକୁ ଫେରିଲେ ୪ ବୋହୂ!

ବାରିପଦା (ମାନିକ ଲାଲ ପାଣି): ଲୋକଙ୍କ ମନରେ ବିଶ୍ୱାସ୍‌ ଜନ୍ମାଇ ପାରିଲା ‘ବିଶ୍ୱାସ’। ଅନ୍ଧବିଶ୍ୱାସରେ ଶିକାର ହୋଇଥିବା ବୋହୂମାନେ ଘରକୁ ଫେରିଲେ। ଏହା ସମ୍ଭବ ହୋଇପାରିଛି ‘ବିଶ୍ୱାସ’ ଚଳଚ୍ଚିତ୍ର ପାଇଁ। ‘ବିଶ୍ୱାସ’ ଚଳଚ୍ଚିତ୍ରକୁ ଦେଖିବା ପରେ ହରିଶ୍ଚନ୍ଦ୍ରପୁର ଗାଁର ୪ଟି ପରିବାର ସେମାନଙ୍କ ବୋହୂମାନଙ୍କୁ ଘରକୁ ଫେରାଇ ଆଣିଥିବା କହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଓ ସଂଳାପ ଲେଖକ ଚିନ୍ମୟ ଦାସ ପଟ୍ଟନାୟକ। ଏହାଠାରୁ ବଡ଼ ଖୁସି ଖବର ଆଉ କିଛି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। […]

Baripada

Baripada

Manoranjan Sial
  • Published: Tuesday, 09 August 2022
  • Updated: 09 August 2022, 10:04 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ଲୋକଙ୍କ ମନରେ ବିଶ୍ୱାସ୍‌ ଜନ୍ମାଇ ପାରିଲା ‘ବିଶ୍ୱାସ’। ଅନ୍ଧବିଶ୍ୱାସରେ ଶିକାର ହୋଇଥିବା ବୋହୂମାନେ ଘରକୁ ଫେରିଲେ। ଏହା ସମ୍ଭବ ହୋଇପାରିଛି ‘ବିଶ୍ୱାସ’ ଚଳଚ୍ଚିତ୍ର ପାଇଁ। ‘ବିଶ୍ୱାସ’ ଚଳଚ୍ଚିତ୍ରକୁ ଦେଖିବା ପରେ ହରିଶ୍ଚନ୍ଦ୍ରପୁର ଗାଁର ୪ଟି ପରିବାର ସେମାନଙ୍କ ବୋହୂମାନଙ୍କୁ ଘରକୁ ଫେରାଇ ଆଣିଥିବା କହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଓ ସଂଳାପ ଲେଖକ ଚିନ୍ମୟ ଦାସ ପଟ୍ଟନାୟକ। ଏହାଠାରୁ ବଡ଼ ଖୁସି ଖବର ଆଉ କିଛି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Filmଚିରା ଚରିତ ଜୀବନରେ ବହୁ ଲୋକ ଅନ୍ଧବିଶ୍ୱାସରେ ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି। ଏପରି ଅନ୍ଧ ବିଶ୍ୱାସ, କୁସସ୍କାର ଓ ଅସ୍ପୃଶ୍ୟତା ମଣିଷ ମନରୁ ଦୂରେଇ ଏକ ସୁସ୍ଥ ସମାଜ ଗଠନ ପାଇଁ ତିଆରି ହୋଇଥିଲା ‘ବିଶ୍ୱାସ’ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ରହିଛି ଭରଭୂର ମନୋରଞ୍ଜନ। ହେଲେ ଏଥିରେ ଟିକିଏ ମଧ୍ୟ ନାହିଁ ଅଶ୍ଳିତା। ଚଳଚ୍ଚିତ୍ରଟି ମୟୂରଭଞ୍ଜ ଭାଷା ଓ ଜିଲ୍ଲାର ନବାଗତ କଳାକାରଙ୍କୁ ନେଇ ତିଆରି ହୋଇଛି। କାହାଣୀରେ ମୟୂରଭଞ୍ଜ ଜିଲ୍ଲାର ଲୋକ କଥା ଓ ଅନ୍ଧ ବିଶ୍ୱାସକୁ ସ୍ଥାନୀତ କରାଯାଇଛି। ଦୀର୍ଘ ଦିନର ପରିଶ୍ରମ ପରେ ଆଜି ‘ବିଶ୍ୱାସ’ ଚଳଚ୍ଚିତ୍ର ରିଜିଲ୍‌ ହୋଇଛି।

Baripadaବାରିପଦା ରକ୍ସି ସିନେମା ହଲ୍‌ରେ ମୁକ୍ତିଲାଭ କରିଛି ‘ବିଶ୍ଵାସ’ ଚଳଚ୍ଚିତ୍ର। ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ପସନ୍ଦ କରିଛନ୍ତି। ବାରିପଦାର ଅଭିରାମ ଅନୁଷ୍ଠାନ ଦ୍ଵାରା ପ୍ରଶିକ୍ଷିତ କଳାକାରମାନଙ୍କୁ ନେଇ ‘ବିଶ୍ଵାସ’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ସୁଧୀର ମହାନ୍ତ, ତାପସ ପଣ୍ଡା, ବିଶ୍ଵଜିତ ଦାସ, ସୁଜିତ୍ ନାଥ, ସରୋଜ ଦାସ, ସାଗରିକା ଦାସ, ଦର୍ଶନା ଭଂଜଦେୟ, ସୁଜୟ ମହାନ୍ତ, ସନ୍ତୋଷ ମହାନ୍ତି। ଫିଲ୍ମର ପ୍ରଯୋଜନା କରିଛନ୍ତି ବିବେକାନନ୍ଦ ପାଣିଗ୍ରାହୀ। ମ୍ୟୁଜିକ୍‌ ଦେଇଛନ୍ତି ଶାନ୍ତନୁ ଶତପଥୀ।

ଓଲିଉଡ଼ ଆଗଧାଡିର ଲେଖକ ଚିନ୍ମୟ ଦାସ ପଟ୍ଟନାୟକ ‘ବିଶ୍ୱାସ’ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି। ଏହି ଚଳଚ୍ଚିତ୍ର ଦେଶ ଓ ବିଦେଶରେ ଅନେକ ଖ୍ୟାତି ଲାଭ କରିଛି। ଗ୍ୟାଙ୍ଗଟକରେ ହୋଇଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏହି ଚଳଚ୍ଚିତ୍ରରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ କୁନି କଳାକାର, ଶ୍ରେଷ୍ଠ ଖଳନାୟକ, ଶ୍ରେଷ୍ଠ ନିର୍ଦ୍ଦେଶନା ଭାବେ ପୁରସ୍କୃତ ହୋଇଛି।

‘ବିଶ୍ୱାସ’ ଚଳଚ୍ଚିତ୍ରଟି ମୟୂରଭଞ୍ଜ ଜିଲ୍ଲାର ହରିଶ୍ଚନ୍ଦ୍ରପୁର, ଅସ୍ତିଆ ଓ ଶ୍ୟାମାଖୁଣ୍ଟା ପରି ଅଞ୍ଚଳରେ ଶୁଟିଂ ହୋଇଛି। ଏହି ସବୁ ଅଞ୍ଚଳର ଲୋକମାନେ ଅନ୍ଧବିଶ୍ୱାସରେ ଶିକାର ହୋଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos