ଏଥର ପୂଜା ବଜାରକୁ ନଚେଇବ ‘ଡିଜେ-ୱାଲା-ଡ୍ୟାନ୍ସ’, ଦେଖନ୍ତୁ କେମିତି ହୋଇଥିଲା ଗୀତ ରେକର୍ଡିଂ

Ordigital Desk
  • Published: Thursday, 07 September 2017
  • , Updated: 07 September 2017, 04:25 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ବଜାରରେ ଏଥର ଯେଉଁଠି ବ୍ୟାଣ୍ଡ ପାର୍ଟି ବାଜିବ କିମ୍ୱା ଭସାଣ ବେଳେ ଯେଉଁଠି ଡିଜେ ବାଜିବ, ସେଠି ଏଇ ନୂଆ ଗୀତଟି ହିଁ ବାଜିବ। ଗୀତଟି ଶୁଣିଲେ ଆପଣ ବି ହଲପ ଦେଇ ଏହା କହିପାରିବେ। ଆମେ କହୁଛୁ ପୂଜାକୁ ଆସୁଥିବା ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ହିରୋ ନଂ-୧ର ଏକ ମ୍ୟୁଜିକାଲ୍ ମେଲୋଡିୟସ୍ ଟ୍ରାକ୍ କଥା। ଗୀତଟି ଏକଦମ ଧମାକାଦାର କରିଛନ୍ତି ପ୍ରଡକ୍ସନ ଟିମ୍। ଏହି ଗୀତଟି ଲେଖିଛନ୍ତି ନିର୍ମଳ ନାୟକ, ଗୀତ ତିଆରି କରିଛନ୍ତି ବା ମ୍ୟୁଜିକ୍ ଡିରେକ୍ଟର ହେଲେ ଅଭିଜିତ୍ ମଜୁମଦାର, ଆଉ ଗାଇଛନ୍ତି ଦୁଇଜଣ ଜଣାଶୁଣା ଲୋକପ୍ରିୟ ଯୁବ ଗାୟକ ଗାୟିକା। ସେମାନେ ହେଲେ ହ୍ୟୁମ୍ୟାନ୍ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ। ସାଧାରଣ ଭାବେ ଅନ୍ତରା ଏ ପ୍ରକାର ଗୀତ କେବେ ଗାଇ ନାହିଁନ୍ତି। ପ୍ରଥମଥର ପାଇଁ ତରଙ୍କ ସିନେ ପ୍ରଡକ୍ସନ୍ସ ତାଙ୍କୁ ଏମିତି ପ୍ରକାର ଗୀତ ଗାଇବାକୁ ସୁଯୋଗ ଦେଇଛି। ଏଥିପାଇଁ ସେ ତରଙ୍ଗ ସିନେ ପ୍ରଡକ୍ସନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଫିଲ୍ମରେ ଗୀତଟିକୁ ଚିତ୍ରାୟନ ପାଇଁ କୋରିଓଗ୍ରାଫି ଦେଇଛନ୍ତି ଗିରୀଶ ମହାନ୍ତି। ଫିଲ୍ମରେ ଗୀତଟିକୁ ତ ଆପଣ ଆଗକୁ ଦେଖିବେ, ଏବେ ଆସନ୍ତୁ ଦେଖିବା ଗୀତଟି ରେକର୍ଡିଂ ବେଳର ଭିଡିଓ।</p> <p>&amp;nbsp;</p>

Related story