ନେପାଳୀ ଝିଅ ହୋଇ ଗାଁକୁ ଯିବାବେଳେ ଛୁଇଁଦେଲା ପୁଲିସ ବାବୁ!

ସେ ପାକିସ୍ତାନୀ ଝିଅ ଭାରତ ବୋହୂ, ତାଙ୍କ ସୁଖ ଧୋଇ ନେଇଛି ଲୁହ ଶ୍ରାବଣ। କାରଣ ନେପାଳି ଝିଅ ଗାଁକୁ ଯିବାବେଳେ ରାସ୍ତାରେ ଛୁଇଁଦେଲା ପୁଲିସ ବାବୁ। ଗାଁ ମୁଣ୍ଡରୁ ଫେରିଗଲା ବର ଆଉ ସବାରୀ ବଦଳରେ କୋକେଇରେ ଆସିଲା ଶବ। ଏବେ ଖରାପ ଝିଅ ହୋଇ ଲୁହରେ ସେ ଲେଖୁଛନ୍ତି ନିଜ ପ୍ରେମ କାହାଣୀ। କେତେ ବେଳେ କାନ୍ଦୁଥିଲେ ତ ଆଉ କେତେବେଳେ କନ୍ଦାଇ ବେଦମ କରୁଥିଲେ। ଅଶୀ ଦଶକର ହିଟ୍‌ ହିରୋଇନ୍ ମନୋରମା ରାଉତରାୟ। ‘ନାଲି […]

manorama

manorama

Manoranjan Sial
  • Published: Friday, 11 December 2020
  • Updated: 11 December 2020, 03:22 PM IST

Sports

Latest News

ସେ ପାକିସ୍ତାନୀ ଝିଅ ଭାରତ ବୋହୂ, ତାଙ୍କ ସୁଖ ଧୋଇ ନେଇଛି ଲୁହ ଶ୍ରାବଣ। କାରଣ ନେପାଳି ଝିଅ ଗାଁକୁ ଯିବାବେଳେ ରାସ୍ତାରେ ଛୁଇଁଦେଲା ପୁଲିସ ବାବୁ। ଗାଁ ମୁଣ୍ଡରୁ ଫେରିଗଲା ବର ଆଉ ସବାରୀ ବଦଳରେ କୋକେଇରେ ଆସିଲା ଶବ। ଏବେ ଖରାପ ଝିଅ ହୋଇ ଲୁହରେ ସେ ଲେଖୁଛନ୍ତି ନିଜ ପ୍ରେମ କାହାଣୀ।

କେତେ ବେଳେ କାନ୍ଦୁଥିଲେ ତ ଆଉ କେତେବେଳେ କନ୍ଦାଇ ବେଦମ କରୁଥିଲେ। ଅଶୀ ଦଶକର ହିଟ୍‌ ହିରୋଇନ୍ ମନୋରମା ରାଉତରାୟ। ‘ନାଲି ସୁଇଟର ନେପାଳି ଝିଅ’ ନାଟକ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ସେଥିରେ ସେ ନେପାଳି ଝିଅ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଥିଲେ। ଆଉ ତାଙ୍କ ପାର୍ଟନର ବନିଥିଲେ ମନୋଜ। ସେହି ନାଟକରେ ଅଭିନୟ କରୁ କରୁ ଉଭୟ ପରସ୍ପରଙ୍କୁ ମନ ଦେଇ ବସିଥିଲେ। ଆଉ ଜଲିଉଡ୍‌ ଇଣ୍ଡଷ୍ଟ୍ରୀକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକ, ଆଉ ତାଙ୍କୁ ମିଳିଥିଲା ନେମ୍‌ ଆଣ୍ଡ ଫେମ୍‌। ଉଭୟ ବିବାହ କରି ଘର ସଂସାର କରିଥିଲେ। ହେଲେ କେବେ ହେଲେ ମଞ୍ଚଠାରୁ ଦୂରେଇ ଯାଇନଥିଲେ। ଯୌବନରେ ଉଭୟ ନାୟକ ଓ ନାୟିକା ଭୂମିକାରେ ଅଭିନୟ କରୁଥିଲେ। ଏବେ କିନ୍ତୁ ବୟସ ସହ ବଦଳିଛି ଚିତ୍ର ଓ ଚରିତ୍ର। ନାୟିକାରୁ ଚରିତ୍ର ଅଭିନେତ୍ରୀ ଭାବେ ଖୁସି ବାଣ୍ଟି ଚାଲିଛନ୍ତି ମନୋରମା। ଉଭୟ ମନୋରମା ଓ ତାଙ୍କ ଲାଇଫ ପାର୍ଟନର୍ ମନୋଜ ତାରାପୁର, ଉତ୍ତରକୂଳ, ମଧୁବାସନ୍ତୀ, ଇଷ୍ଟର୍ଣ୍ଣ ବ୍ଲୁ, ଇଷ୍ଟର୍ଣ୍ଣ ଭାଓଲେଟ୍‌, ଜନତା ରଙ୍ଗମଞ୍ଚ ଓ ରଙ୍ଗମହଲ ପରି ଅନୁଷ୍ଠାନରେ ଅଭିନୟ କରିଛନ୍ତି।

https://youtu.be/HFUEbb1A4-4

ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହୁଚ ପାହୁଚ, ପ୍ରଭାସ ଯଜ୍ଞ, ବର ଫେରିଗଲା ଗାଁ ମୁଣ୍ଡରୁ, ତୁ କୋକେଇ ଯିବୁ ମୁଁ ସବାରୀରେ ଯିବି, ତୋର ମୋର କଟି, ବାପର ଚୌକା ପୁଅର ଛକା, ଓଏମ୍‌ପି ଛକରେ ଝିଅଟି କିଏ, କାଗଜ ଡଙ୍ଗା, ଭଡ଼ା ସ୍ୱାମୀ, ମଝି ନଈର ମଣିଷ, ଚାକରାଣୀ, ପାକିସ୍ତାନି ଝିଅ ଭାରତ ବୋହୂ, ଆକାଶରେ ମେଘନାହିଁ, ଛୁଇଁଦେଲା ମୋତେ ପୁଲିସ ବାବୁ, ମୋ ପତି ତୋ ପରମେଶ୍ୱର, ତମ ପିଲାର ମାଆ ହେବିନି, ଥରେ କହିଦିଅ ଆଇ ଲଭ୍‌ ୟୁ, ମନେ ପଡ଼ିବନି ତୁମ କଥା, ସୁଖ ଧୋଇନେଲା ଲୁହ ଶ୍ରାବଣ, ଅଣ୍ଟିଏ ପୁର୍ଣ୍ଣକୁ ତଣ୍ଟିଏ ପାପ, ବିଚାର କରିବ ଜନତା ମଞ୍ଚ, ଖରାପ ଝିଅର ଗପ, କିଣିନେଲା ମନ କଳାନାଗର, ଲୁହରେ ଲେଖୁଛି ପ୍ରେମ କାହାଣୀ, ଫଗୁଣ ଦେଶର ରାଜ କୁମାରୀ ପ୍ରମୁଖ ନାଟକ ରହିଛି।

ଦୀର୍ଘ ୨୦ ବର୍ଷର କ୍ୟାରିଅରରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ଏହି କଳାକାର ଦମ୍ପତି। କିନ୍ତୁ ଏବର୍ଷ ଅନ୍ୟ ମଞ୍ଚ କଳାକାରଙ୍କ ଭଳି ତାଙ୍କ ମେରୁଦଣ୍ଡ ବି ଭାଙ୍ଗିଦେଇଛି ମହାମାରୀ କରୋନା। ମଞ୍ଚ ବନ୍ଦ ହୋଇଯିବାରୁ ଘରକୁ ଫେରିଥିଲେ ମନୋଜ ଓ ମନୋରମା। ହେଲେ ପରିବାର ଚଳାଇବାରେ ବାଧକ ସାଜିଲା ରୋଜଗାର ଅଭାବ ଓ ଅନଟନ। ସ୍ୱାମୀ ମନୋଜ କଟକ-ପାରାଦୀପ ରାସ୍ତାର ମନ୍ତ୍ରିପାଟଣା ନିକଟରେ ଏକ ଠେଲାଗାଡିରେ ଜଳଖିଆ ବିକ୍ରି ଆରମ୍ଭ କଲେ। ଏବେ ଚା ସାଙ୍ଗକୁ ସିଙ୍ଗଡା, ଇଡଲି, ବରା ବିକୁଛନ୍ତି। ସକାଳେ ଓ ସଞ୍ଜ ବେଳେ ତାଙ୍କର ବେପାର ଜମୁଛି। ଦିନେ ମୁହଁରେ ରଙ୍ଗ ମାଖି ଦର୍ଶକଙ୍କୁ ହସାଉଥିଲେ ଓ କନ୍ଦାଉଥିଲେ, ଏବେ ନିଜ ହାତରେ ଜଳଖିଆ କରି ଆନନ୍ଦ ବାଣ୍ଟୁଛନ୍ତି। ଯାତ୍ରା କଥା ପଚାରିଲେ କୁହନ୍ତି, ସ୍ୱାଭିମାନରେ ବଞ୍ଚିବାକୁ ଚାହୁଁଛୁ। ତେଣୁ ରାସ୍ତା କଡ଼ରେ ଜଳଖିଆ ଦୋକାନ କରି ଖୁସି ବାଣ୍ଟୁଛି।

ପାରାଦୀପରୁ ରମାକାନ୍ତ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story