ରିଲିଜ୍‌ ହେଲା ‘ମୋ ଓଡ଼ିଶା ତୋ ଓଡ଼ିଶା’ ମ୍ୟୁଜିକ୍ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ପ୍ରିଲ୍ୟୁଡ୍‌’ ପକ୍ଷରୁ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଯାଇଛି। ଏହାର ନାଁ ରହିଛି ‘ମୋ ଓଡ଼ିଶା ତୋ ଓଡ଼ିଶା’। ଏଥିରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଛି। ଭିଡିଓଟି ‘ମୋଟିଭି’ ନାମକ ଏକ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରିଲିଜ୍ ହୋଇଛି। ଗୀତଟିକୁ ଓଡ଼ିଶାବାସୀଙ୍କ ସହିତ ରାଜ୍ୟର କଳା, ସଂସ୍କୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଜଣେ ବିଦେଶୀ ଯୁବତୀ ଓଡ଼ିଶା ପରିଦର୍ଶନରେ ଆସି କିପରି ଏଠାର ସଂସ୍କୃତି ଓ ପରମ୍ପରାକୁ ଆପଣାଇ ନେଇଛନ୍ତି, […]

moodisha

Jitendra Garnayak
  • Published: Tuesday, 11 December 2018
  • , Updated: 11 December 2018, 05:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): 'ପ୍ରିଲ୍ୟୁଡ୍‌' ପକ୍ଷରୁ ଏକ ମ୍ୟୁଜିକ୍ ଭିଡିଓ ରିଲିଜ୍ ହୋଇଯାଇଛି। ଏହାର ନାଁ ରହିଛି ‘ମୋ ଓଡ଼ିଶା ତୋ ଓଡ଼ିଶା’। ଏଥିରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଛି।

ଭିଡିଓଟି ‘ମୋଟିଭି’ ନାମକ ଏକ ନୂଆ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରିଲିଜ୍ ହୋଇଛି। ଗୀତଟିକୁ ଓଡ଼ିଶାବାସୀଙ୍କ ସହିତ ରାଜ୍ୟର କଳା, ସଂସ୍କୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି।

ଜଣେ ବିଦେଶୀ ଯୁବତୀ ଓଡ଼ିଶା ପରିଦର୍ଶନରେ ଆସି କିପରି ଏଠାର ସଂସ୍କୃତି ଓ ପରମ୍ପରାକୁ ଆପଣାଇ ନେଇଛନ୍ତି, ତାହା ଏ ମ୍ୟୁଜିକ୍ ଭିଡିଓରେ ପ୍ରଦର୍ଶିତ କରାଯାଇଛି।

ଏ ମ୍ୟୁଜିକ୍ ଭିଡିଓର ପରିକଳ୍ପନା କରିଛନ୍ତି ସତ୍ୟବ୍ରତ ସାନୁ ରଥ। ଏଥିରେ ଗୀତ ଗାଇଛନ୍ତି ଋତୁରାଜ ମହାନ୍ତି। ଚିନ୍ମୟ ଦାସ ଓ ସମିତ ପଟ୍ଟନାୟକ ଗୀତ ଲେଖିଛନ୍ତି। ଚିନ୍ମୟ ଦାସ ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ନବାଗତ କଳାକାର ଫୁବୁକି ଓ ସିଲ୍‌ଭା ଶିଭା ଅଭିନୟ କରିଛନ୍ତି।

ଭିଡିଓରେ ପଦ୍ମ ବିଭୂଷଣ ଗୁରୁ ରଘୁନାଥ ମହାପାତ୍ର, ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଓଡ଼ିଶୀ ନ୍ୟତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ଦେଖିବାକୁ ମିଳିବ।
https://youtu.be/EAJXuTp8Ork

Related story