ଆମେରିକାରେ ଚମକିଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିୟଲିଟି ସୋ ‘ଆମେରିକାସ୍‌ ଗଟ୍‌ ଟାଲେଣ୍ଟ’ରେ କିମିଆଁ କରୁଛନ୍ତି ଜଣେ ଓଡ଼ିଶା ପୁଅ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସୁମନ୍ଥ ନିଜ ନୃତ୍ୟକଳାର ଜଲ୍‌ୱା ଦେଖାଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ସେ ‘ଆମେରିକାସ୍‌ ଗଟ୍‌ ଟାଲେଣ୍ଟ’ର କ୍ୱାର୍ଟର ଓ ସେମି ଫାଇନାଲ ହିପ୍‌ ହପ୍‌ ଏବଂ ସାଲ୍‌ସା ଡ୍ୟାନ୍ସ ପ୍ରଦର୍ଶନ କରି ଫାଇନାଲ୍‌କୁ ଯାଇଛନ୍ତି। କୋଲକାତାର ତାଙ୍କ ପୁରୁଣା ପାର୍ଟନର ସୋନାଲିଙ୍କ ସହ ମିଶି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି। ୨୦୧୨ରେ ଇଣ୍ଡିଆସ୍‌ […]

suman

Manoranjan Sial
  • Published: Thursday, 17 September 2020
  • , Updated: 17 September 2020, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିୟଲିଟି ସୋ ‘ଆମେରିକାସ୍‌ ଗଟ୍‌ ଟାଲେଣ୍ଟ’ରେ କିମିଆଁ କରୁଛନ୍ତି ଜଣେ ଓଡ଼ିଶା ପୁଅ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ସୁମନ୍ଥ ନିଜ ନୃତ୍ୟକଳାର ଜଲ୍‌ୱା ଦେଖାଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ସେ ‘ଆମେରିକାସ୍‌ ଗଟ୍‌ ଟାଲେଣ୍ଟ’ର କ୍ୱାର୍ଟର ଓ ସେମି ଫାଇନାଲ ହିପ୍‌ ହପ୍‌ ଏବଂ ସାଲ୍‌ସା ଡ୍ୟାନ୍ସ ପ୍ରଦର୍ଶନ କରି ଫାଇନାଲ୍‌କୁ ଯାଇଛନ୍ତି। କୋଲକାତାର ତାଙ୍କ ପୁରୁଣା ପାର୍ଟନର ସୋନାଲିଙ୍କ ସହ ମିଶି ସୁମନ୍ଥ ସଫଳତା ପାଇ ଚାଲିଛନ୍ତି।

୨୦୧୨ରେ ଇଣ୍ଡିଆସ୍‌ ଗଟ୍‌ ଟାଲେଣ୍ଟରେ ଚମ୍ପିଆନ୍‌ ହୋଇଥିଲେ ସୁମନ୍ଥ-ସୋନାଲି ଯୋଡ଼ି। ତା’ପରଠୁ ଆଉ ଉଭୟେ ପଛକୁ ଚାହିଁ ନାହାଁନ୍ତି। ଏବେ ଅନ୍ତର୍ଜାତୀୟସ୍ତରର ଟେଲିଭିଜନ ଚାନେଲ୍‌ରେ ପ୍ରସାରିତ ରିୟଲିଟି ସୋ ‘ଆମେରିକାସ୍‌ ଗଟ୍‌ ଟାଲେଣ୍ଟ’ରେ ସୁମନ୍ଥ-ସୋନାଲି ଯୋଡ଼ି ଚର୍ଚ୍ଚାରେ।

ତେବେ ଆଗକୁ ଯିବାକୁ ହେଲେ କେବଳ ଆମେରିକାରେ ରହୁଥିବା ବ୍ୟକ୍ତି ହିଁ ଭୋଟିଂ କରିପାରିବେ। ତେଣୁ ଆଗାମୀ ଏପିସୋଡ୍‌ରେ ସେମାନଙ୍କ ପରଫର୍ମାନ୍ସକୁ ଦେଖି ଆମେରିକାରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଓ ଭାରତୀୟଙ୍କୁ ଭୋଟିଂ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Related story