ରାପ୍ ଫର୍ମାଟ୍‌ରେ ଓଡ଼ିଆ ଗୀତ: ଆସିଲା ପୁଚୁକି ଗାଲି ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ

Ordigital Desk
  • Published: Friday, 22 September 2017
  • , Updated: 22 September 2017, 08:26 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବଲିଉଡର ରାପ୍ ସଙ୍ଗ୍ ତାଳେ ତାଳେ ଝୁମୁଥିଲେ ଦର୍ଶକ। ଏବେ ଓଡ଼ିଆ ରାପ୍ ଗୀତରେ ବି ଝୁମିବେ। ସଂଗୀତର ଏହି ଢାଞ୍ଚା ଏବେ ଓଡ଼ିଆ ଗୀତରେ ଦେଖିବାକୁ ମିଳିଛି। ପୁଚୁକି ଗାଲି ଫେସନ ବାଲି, ଚାଲି ତୋ ବମ୍ବେ ଦିଲ୍ଲୀ, ମୋ ବୋପାଲୋ ଗୀତକୁ ରାପ୍ ରୂପ ଦେଇଛନ୍ତି ଜଣେ ଓଡ଼ିଶା ସଙ୍ଗୀତ ନିର୍ଦ୍ଦେଶକ। ନବେ ଦଶକର ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସୁନା ପଞ୍ଜୁରୀର ଏହି ଲୋକପ୍ରିୟ ଗୀତଟିକୁ ରି-ମେକ୍ କରି ରାପ୍ ସଂଗ୍ କରାଯାଇଛି। ଏଥିରେ ରାପ୍ ଟଚ୍ ଦେଇଛନ୍ତି ଅଭିନେତା ତଥା ରାପର ରିଷଭ ପ୍ରତୀକ।</p> <p>ଦୀର୍ଘ ୨୩&nbsp; ବର୍ଷ ତଳର ଏହି ଗୀତ ସେ ସମୟରେ ଖୁବ୍ ଲୋକପ୍ରିୟ ହୋଇଥିଲା। ଏହାକୁ&nbsp; ଲେଖିଥିଲେ ଶୀର୍ଷାନନ୍ଦ ଦାସ କାନୁନଗୋ ଓ ଗାଇଥିଲେ ବଲିଉଡ଼ର ସ୍ୱନାମଧନ୍ୟ ଗାୟକ ସୋନୁ ନିଗମ। ଏବେ ଏହି ଗୀତକୁ ରିମେକ୍ କରିଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୌରୀଶଙ୍କର। ତାଙ୍କ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଗୌତମ ଗିରି ଅଭିନୟ କରିଛନ୍ତି ନୂଆ କଳାକାର ଲୋପା ଓ ମୁନ୍ନା ଡ୍ୟାନ୍ସ କୋରିଓଗ୍ରାଫି କରିଛି ଓସୋମ୍ ଡ୍ୟାନ୍ସ ଗ୍ରୁପ୍।</p> <p>https://www.youtube.com/watch?v=XRelqXSxlAs&amp;feature=share&amp;app=desktop</p>

Related story