୩ ଦିନରେ ୬୦ କୋଟି ପାର କଲା 'ଟୋଟାଲ୍ ଧମାଲ'

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ୍ ଧମାଲକୁ ମିଳୁଛି ଦର୍ଶକଙ୍କ ଥମ୍‌ସଅପ୍‌। କିଛି ଦର୍ଶକ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଥିବାବେଳେ ବକ୍ସ ଅଫିସ୍‌ରେ ଏହା ଧମାକାଦାର ପ୍ରଦର୍ଶନ କରୁଛି। ମାତ୍ର ୩ ଦିନରେ ଫିଲ୍ମଟି ୬୨ କୋଟି ୪୦ ଲକ୍ଷ ଟଙ୍କା ଆୟ କରିଛି। ଏ ସମ୍ପର୍କିତ ସୂଚନା ବକ୍ସ ଅଫିସ୍‌ ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଟ୍ୱିଟ୍‌ କରି ଦେଇଛନ୍ତି। ତରନଙ୍କ ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୧୬ […]

dhamal

Chinmayee Roy
  • Published: Tuesday, 26 February 2019
  • , Updated: 26 February 2019, 08:30 AM IST

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ଟୋଟାଲ୍ ଧମାଲକୁ ମିଳୁଛି ଦର୍ଶକଙ୍କ ଥମ୍‌ସଅପ୍‌। କିଛି ଦର୍ଶକ ଏହାକୁ ଚଳିତ ବର୍ଷର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ ମୁଭି ବୋଲି କହୁଥିବାବେଳେ ବକ୍ସ ଅଫିସ୍‌ରେ ଏହା ଧମାକାଦାର ପ୍ରଦର୍ଶନ କରୁଛି। ମାତ୍ର ୩ ଦିନରେ ଫିଲ୍ମଟି ୬୨ କୋଟି ୪୦ ଲକ୍ଷ ଟଙ୍କା ଆୟ କରିଛି। ଏ ସମ୍ପର୍କିତ ସୂଚନା ବକ୍ସ ଅଫିସ୍‌ ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ଟ୍ୱିଟ୍‌ କରି ଦେଇଛନ୍ତି। ତରନଙ୍କ ଅନୁଯାୟୀ ଫିଲ୍ମଟି ପ୍ରଥମ ଦିନରେ ୧୬ କୋଟି ୫୦ ଲକ୍ଷ, ଦ୍ୱିତୀୟ ଦିନରେ ୨୦ କୋଟି ୪୦ ଲକ୍ଷ ଓ ତୃତୀୟ ଦିନରେ ଏହା ୨୫ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଛି। ତେବେ ଦ୍ୱିତୀୟ ସପ୍ତାହର ୱିକେଣ୍ଡ ସୁଦ୍ଧା ଏହା ୧୦ କୋଟି କ୍ଲବରେ ସାମିଲ ହୋଇଯିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି।

https://twitter.com/taran_adarsh/status/1099904142108028928

ଧମାଲ ପ୍ରାଞ୍ଚାଇଜ୍‌ର ଏହା ହେଉଛି ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ତୃତୀୟ ଫିଲ୍ମ। ଏଥିରେ ନବେ ଦଶକର ହିଟ୍‌ ଯୋଡ଼ି ଅନୀଲ କପୁର ଓ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିଛି। ଏଥିସହ ଫିଲ୍ମରେ ସୁପର୍‌ଷ୍ଟାର୍‌ ଅଜୟ ଦେବଗନ, ଅର୍ସଦ ୱାର୍ସି, ରିତେଶ ଦେଶମୁଖ, ଈଶା ଗୁପ୍ତା, ବୋମନ ଇରାନି, ଜାଭେଦ୍‌ ଜାଫ୍ରି ଓ ଜନି ଲିଭର୍‌ ପ୍ରମୁଖ ଅଭିନୟ କରିଛନ୍ତି।

ଫିଲ୍ମରେ ଅଜୟ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। ଧମାଲ ସିରିଜ୍‌ର ପ୍ରଥମ ଫିଲ୍ମ ‘ଧମାଲ’ର ସର୍ବମୋଟ ଆୟ ୩୨ କୋଟି ୫୧ ଲକ୍ଷ ଟଙ୍କା ଥିଲା, ସେହିପରି ଏହାର ଦ୍ୱିତୀୟ ଫିଲ୍ମ ‘ଡବଲ ଧମାଲ୍’ର ସର୍ବମୋଟ ଆୟ ଥିଲା ୪୫ କୋଟି ୬ ଲକ୍ଷ ଟଙ୍କା। ହେଲେ ସିରିଜ୍‌ର ତୃତୀୟ ଫିଲ୍ମ ‘ଟୋଟାଲ୍‌ ଧମାଲ’ର ପ୍ରଥମ ୩ ଦିନର ଆୟ ଦେଖି ଏହା ବାରି ହେଇଯାଉଛି ଯେ ଫିଲ୍ମଟି ଚଳିତ ବର୍ଷର ବ୍ଲକବଷ୍ଟର ଫିଲ୍ମ ମାନଙ୍କ ମଧ୍ୟରେ ସାମିଲ ହେବ।

https://youtu.be/fo9EhcwQXcM

Related story