ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମଡେଲ, ଅଭିନେତ୍ରୀ ଓ ଲେଖିକା ପଦ୍ମା ଲକ୍ଷ୍ମୀ ନିକଟରେ ନିଜ ସହ ହୋଇଥିବା ଯୌନ ଉତ୍ପୀଡ଼ନ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। ମଙ୍ଗଳବାର ନ୍ୟୁୟର୍କ ଟାଇମ୍ସ୍ରେ ପଦ୍ମା ଲେଖିଛନ୍ତି ଯେ ପ୍ରଥମଥର ପାଇଁ ସେ ମାତ୍ର ୭ ବର୍ଷ ବୟସରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ।
ତାଙ୍କ ମା'ଙ୍କ ଦ୍ୱିତୀୟ ସ୍ୱାମୀଙ୍କର କେହି ଜଣେ ସମ୍ପର୍କୀୟ ତାଙ୍କ ସହ ସେତେବେଳେ ଏଭଳି କାଣ୍ଡ ଭିଆଇଥିଲା। ଏହାପରେ ସେ ୧୬ ବର୍ଷ ବୟସରେ ଦ୍ୱିତୀୟଥର ପାଇଁ ଏହାର ଶିକାର ହୋଇଥିଲେ, ଯେତେବେଳେ ତାଙ୍କ ବୟଫ୍ରେଣ୍ଡ୍ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ୨୩ ବର୍ଷ ବୟସରେ ତାଙ୍କୁ ପୁଣିଥରେ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ିଥିଲା।
https://twitter.com/PadmaLakshmi/status/1043262443605188608
https://twitter.com/PadmaLakshmi/status/1043265493963038720
https://twitter.com/PadmaLakshmi/status/1043273904037474304
ଉଲ୍ଲେଖଯୋଗ୍ୟ, ଆମେରିକା ସୁପ୍ରିମ୍ କୋର୍ଟ ଜଜ୍ ପଦ ପ୍ରାର୍ଥୀ ବ୍ରେଟ୍ କ୍ୟାଭାନଗ୍ଙ୍କ ବିରୋଧରେ କିଛି ଦିନ ତଳେ ଡକ୍ଟର କ୍ରିଷ୍ଟାଇନ୍ ଫର୍ଡ ନାମକ ଜଣେ ପ୍ରଫେସର୍ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଫର୍ଡଙ୍କ କହିବା ଅନୁସାରେ, ୩୬ ବର୍ଷ ତଳେ କ୍ୟାଭାନଗ୍ ତାଙ୍କ ସହ ଦୁଷ୍କର୍ମ କରିଥିଲେ।
https://twitter.com/realDonaldTrump/status/1043126336473055235
ତେବେ କ୍ୟାଭାନଗ୍ଙ୍କ ବିରୋଧରେ ଡକ୍ଟର ଫର୍ଡଙ୍କ ଏଭଳି ସଙ୍ଗୀନ୍ ଅଭିଯୋଗ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ଟ୍ୱିଟର୍ ଆକାଉଣ୍ଟରେ ମତାମତ ଦେଇ ପ୍ରଶ୍ନ କରିଥିଲେ ଯେ ଯଦି ଫର୍ଡ କହୁଥିବା ଘଟଣା ସତ, ତେବେ ଯେତେବେଳେ ଏହି ସବୁ କାଣ୍ଡ ହୋଇଥିଲା, ସେତେବେଳେ ସେ ତତ୍କ୍ଷଣାତ୍ କାହିଁକି ଏସମ୍ପର୍କରେ ଅଭିଯୋଗ କରି ନଥିଲେ? ଟ୍ରମ୍ପଙ୍କ ଏହି ଟିପ୍ପଣୀକୁ ନେଇ ସୋଶାଲ୍ ମିଡିଆରେ #WhyIDidntReport ନାଁରେ ଏକ ଟ୍ରେଣ୍ଡ୍ ଜୋର୍ ଧରିଛି। ବିଭିନ୍ନ ବର୍ଗର ମହିଳା ଟ୍ରମ୍ପ୍ଙ୍କ ଟିପ୍ପଣୀର ରିକାଉଣ୍ଟର୍ରେ #WhyIDidntReport ଲେଖି ଟ୍ୱିଟ୍ କରିଛନ୍ତି। ଟ୍ରମ୍ପ୍ଙ୍କ ଟିପ୍ପଣୀକୁ ଏମିତି ସମାଲୋଚନା କରିଥିବା ୟୁଜର୍ସଙ୍କ ସଂଖ୍ୟା ରବିବାର ସୁଦ୍ଧା ସୋଶାଲ୍ ମିଡିଆରେ ୬ ଲକ୍ଷ ୭୫ ହଜାର ଛୁଇଁଛି। ଏଥିରେ ଅନେକ ସେଲେବ୍ରିଟି ଓ ସମାଜସେବୀ ମଧ୍ୟ ସାମିଲ ହୋଇଛନ୍ତି।
https://twitter.com/PadmaLakshmi/status/1043333579844014080
ଏହି ଟ୍ରେଣ୍ଡ୍ ଜୋର୍ ଧରିବା ଦେଖି ନିଜ ସହ ହୋଇଥିବା ଦୁଷ୍କର୍ମ ସମ୍ପର୍କରେ କାହିଁକି ସେ ସେତେବେଳେ ଅଭିଯୋଗ କରି ନଥିଲେ ବୋଲି ପ୍ରଶ୍ନର ଜବାବରେ ପଦ୍ମା ଲକ୍ଷ୍ମୀ ଲେଖିଛନ୍ତି, ‘ମୁଁ ୩୨ବର୍ଷ ଏଥିପାଇଁ ଚୁପ୍ ଥିଲି, କାରଣ ମୋ ଉପରେ ଆଖପାଖ ସମାଜର ଅଙ୍ଗୁଳି ଉଠିବାର ଭୟ ମୋତେ ଥିଲା। କାରଣ ଯଦି କାହା ସହ ଏଭଳି କିଛି ହୁଏ, ତାହାକୁ ସମାଜ ଗ୍ରହଣ କରିବାକୁ ଢେର୍ ସମୟ ଲାଗିଥାଏ। ଏଭଳି ଘଟଣାରେ ପୀଡ଼ିତାଙ୍କୁ ଦୋଷୀ ବୋଲି ମାନୁଥିବା ଆମ ସମାଜ ଆଗରେ ମୁହଁ ଖୋଲି ସତ କହିବା ପାଇଁ ଅଦମ୍ୟ ସାହସ ଦରକାର। ’ ପଦ୍ମା ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଯଦି ଏଭଳି ଯୌନ ଉତ୍ପୀଡ଼ନ ବିଷୟରେ ସତ କହିବା ଉପରେ ସମୟ ସୀମା ଲଗାଇଦେବା, ତେବେ ଆମକୁ ବହୁତ କିଛି ହରାଇବାକୁ ପଡ଼ିବ।