ମୁମ୍ବାଇ: ଅଭିନେତ୍ରୀ ଦୀପିକା ଏବଂ ଅଭିନେତା ଶାହିଦ୍ ଓ ରଣବୀର ସିଂହ ଖୁବ୍ ଶୀଘ୍ର ନଜର ଆସିବେ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’ରେ। ପିଲ୍ମର ସୁଟିଂ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଖାସ୍ ସେଥିପାଇଁ ନିର୍ଦ୍ଦେଶକ ଭଂଶାଲୀ ଫିଲ୍ମର ପ୍ରତିଟି ଚରିତ୍ରର ପୋଷାକ ପାଇଁ ଖାସ୍ ଧ୍ୟାନ ଦେଉଛନ୍ତି। ଖାସ୍ ସେଥିପାଇଁ ପୋଷାକ ଡିଜାଇନର ଭାର ଦିଲ୍ଲୀର ରିମ୍ପଲ ଓ ହର୍ପିତ୍ ନରୁଲାକୁ ଦେବା ସହ ଫିଲ୍ମର ପୋଷାକକୁ ନେଇ କିଛି ନୂଆ ଚିନ୍ତା କରିବା ପାଇଁ କହିଛନ୍ତି।
ଫିଲ୍ମଟି ମେୱାର ରାଣୀ ପଦ୍ମାବତୀ ଓ ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ ଖିଲାଜୀଙ୍କ ମଧ୍ୟରେ ପ୍ରେମ ସଂପର୍କକୁ ନେଇ ନିର୍ମାଣ କରାଯାଉଛି। ଇଂରାଜୀ ଖବର କାଗଜ ‘ମିଡ ଡେ’ର ଖବର ଅନୁଯାୟୀ ଦଶ ବର୍ଷ ପୂର୍ବରୁ ଭଂଶାଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ପଦ୍ମାବତୀ’ ରୋମ ଓ ପ୍ୟାରିସର ମଞ୍ଚରେ ପ୍ରଦର୍ଶିତ କରାଯାଇଥିଲା। ବର୍ତ୍ତମାନ ଏହି କାହାଣୀକୁ ନେଇ ବଡ଼ପରଦାକୁ ଆସବେ ସଞ୍ଜୟ।