ଆତ୍ମହତ୍ୟା ଉଦ୍ୟମ କରି ଥିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆତ୍ମହତ୍ୟା ଉଦ୍ୟମ କରି ଥିଲେ। ପୁଣି ଥରେ ନୁହେଁ, ତିନି ଥର। ଏପରି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ପ୍ରିୟଙ୍କାଙ୍କ ପୂର୍ବତନ ମ୍ୟାନେଜର ପ୍ରକାଶ ଜାଜୁ। ସେ ଆଜି ଏକାଧିକ ଟ୍ୱିଟ୍ କରି ଏ କଥା କହିଛନ୍ତି। ସେ କହିଛନ୍ତି,“୨୦୦୨ରେ ପ୍ରିୟଙ୍କା ତାଙ୍କର ପୂର୍ବତନ ବୟଫ୍ରେଣ୍ଡ ଅସୀମ ମର୍ଚ୍ଚାଣ୍ଟଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅସୀମଙ୍କ ମା’କୁ ସେ ଖୁବ୍ ଭଲ ପାଉଥିଲେ। ତେଣୁ […]

priyanka-chopra

Rakesh Mallick
  • Published: Sunday, 03 April 2016
  • , Updated: 04 April 2016, 11:45 AM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆତ୍ମହତ୍ୟା ଉଦ୍ୟମ କରି ଥିଲେ। ପୁଣି ଥରେ ନୁହେଁ, ତିନି ଥର। ଏପରି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି ପ୍ରିୟଙ୍କାଙ୍କ ପୂର୍ବତନ ମ୍ୟାନେଜର ପ୍ରକାଶ ଜାଜୁ। ସେ ଆଜି ଏକାଧିକ ଟ୍ୱିଟ୍ କରି ଏ କଥା କହିଛନ୍ତି।

ସେ କହିଛନ୍ତି,“୨୦୦୨ରେ ପ୍ରିୟଙ୍କା ତାଙ୍କର ପୂର୍ବତନ ବୟଫ୍ରେଣ୍ଡ ଅସୀମ ମର୍ଚ୍ଚାଣ୍ଟଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅସୀମଙ୍କ ମା’କୁ ସେ ଖୁବ୍ ଭଲ ପାଉଥିଲେ। ତେଣୁ ତାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପ୍ରିୟଙ୍କା ଏଭଳି ଚରମ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ।”

ଜାଜୁ କହିଛନ୍ତି,“’ପ୍ରିୟଙ୍କା ବର୍ତ୍ତମାନ ଜଣେ ଦୃଢ଼ ମହିଳା। କିନ୍ତୁ ତାଙ୍କର ଷ୍ଟ୍ରଗଲିଂ ସମୟରେ ସେ  ଖୁବ୍ ଭାବପ୍ରବଣ ଥିଲେ। ସେଥିପାଇଁ ୨-୩ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଥରେ ସେ କରଣ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଥିଲେ। ଥରେ ରାତିରେ ସେ ପୂର୍ବତନ ବୟଫ୍ରେଣ୍ଡ ଅସୀମଙ୍କ ସହିତ ପାଟିତୁଣ୍ଡ କରି ଆତ୍ମହତ୍ୟା ଉଦ୍ୟମ କରି ଥିଲେ।  ତେବେ ସବୁଥର ମୁଁ ଠିକ୍ ସମୟରେ ପହଞ୍ଚି ତାଙ୍କୁ ବଞ୍ଚାଇ ଥିଲି।”

Related story