ପରଫେକ୍ଟ ଫଟୋ ପାଇଁ କେତେ କଷ୍ଟ କରିବାକୁ ପଡ଼େ ଦେଖନ୍ତୁ
- Published: Wednesday, 22 November 2017
- , Updated: 22 November 2017, 04:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି ଗୋଟେ ଫଟୋ ଗୋଟେ କାହାଣୀ କହିଦିଏ। ତେଣୁ ଗୋଟେ ପରଫେକ୍ଟ ଫଟୋ ଉଠାଇବା ପାଇଁ ସିନେ କଳାକାରଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼େ। ଦେଖନ୍ତୁ ତାର ଏକ ଝଲକ୍। କେମିତି ଓଲିଉଡ୍‌ ଅଭିନେତା ଜ୍ୟୋତି ତଳେ ଆଣ୍ଠେଇଛନ୍ତି ଏବଂ ତାଙ୍କ ପିଠି ଉପରେ ଅଭିନେତ୍ରୀ ଏଲିନା ବସି ପୋଜ୍ ଦେଉଛନ୍ତି। ଉଭୟ ଏଲିନା ଓ ଜ୍ୟୋତି ଅନେକ ପରିଶ୍ରମ କରୁଛନ୍ତି ଗୋଟେ ପରଫେକ୍ଟ ଫଟୋ ପାଇଁ। ଉପୁଜୁଥିବା ଅସୁବିଧାକୁ ଖାତିର ନକରି ଉଭୟ ପରଫେକ୍ଟ ପୋଜ୍‌ ଦେବାରେ ବ୍ୟସ୍ତ ଅଛନ୍ତି। ତେବେ ଏସବୁ ଦେଖି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏ ଫଟୋସୁଟ୍ କ'ଣ ପାଇଁ ହେଉଛି। ଆପଣ ମାନଙ୍କୁ ଜଣାଇ ଦେଉଛୁ ଯେ ଏସବୁ ଆଡମ୍ବର ପଛରେ ରହିଛି ଏକ କାହାଣୀ। ଅର୍ଥାତ ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୁଆ ଫିଲ୍ମ 'ହାପି ଲକି ' । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି,ଏଲିନା,ସମ୍ବିତ ଓ ସସ୍ମିତା। ଏହି ଫିଲ୍ମରେ ଏକ ନୁଆ ଚେହେରାକୁ ଦର୍ଶକମାନେ ଦେଖିବାରୁ ପାଇବେ। ସେ ହେଲେ ସସ୍ମିତା। ଫିଲ୍ମରେ ସସ୍ମିତା ନୂଆ ହେଲେ ମଧ୍ୟ ତରଙ୍ଗ ପାଇଁ ପୁରୁଣା। ଅର୍ଥାତ୍‌ ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ସୋ 'କିଏ ହେବ ମୋ ହିରୋଇନ ସିଜନ-୩'ର ବିଜୟନୀ। ଫିଲ୍ମରେ ବବି ମିଶ୍ର ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଭାର ସୁଧାଂଶୁ ସାହୁ ସମ୍ଭାଳିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।