ବାହୁବଲୀଙ୍କ ଜନ୍ମ ଦିନରେ ରିଲିଜ ହେଲା ‘ସାହୋ’ ପ୍ରଥମ ପୋଷ୍ଟର : ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

ବାହୁବଲୀ ପ୍ରଭାସଙ୍କର ଆଜି ଜନ୍ମଦିନ। ଏହି ଅବସରରେ ଫ୍ୟାନ୍ସମାନେ ବାହୁବଲୀଙ୍କ ଜନ୍ମଦିନକୁ ଖୁବ ଧୁମଧାମର ସହ ପାଳନ କରିଛନ୍ତି। ଏହାସହ ବାହୁବଲୀ ପ୍ରଭାସଙ୍କର ଆଗାମୀ ଫିଲ୍ମ ‘ସାହୋ’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ପ୍ରଭାସଙ୍କ ଜନ୍ମଦିନରେ  ତାଙ୍କ ଫ୍ୟାନ୍ସ ଭିନ୍ନଭିନ୍ନ ଉପାୟରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଦଣିଣ ଭାରତରେ ପ୍ରଭାସଙ୍କ ଫ୍ୟାନ୍ସମାନେ ତାଙ୍କ ପୋଷ୍ଟର ଲଗାଇ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ମଉକାରେ ଚାଲନ୍ତୁ ଜାଣିବା ପ୍ରଭାସଙ୍କ ବିଷୟରେ କିଛି ଖାସ କଥା। ୧.ପ୍ରଭାସଙ୍କର ପ୍ରକୃତ […]

Ordigital Desk
  • Published: Monday, 23 October 2017
  • , Updated: 23 October 2017, 11:37 PM IST

ବାହୁବଲୀ ପ୍ରଭାସଙ୍କର ଆଜି ଜନ୍ମଦିନ। ଏହି ଅବସରରେ ଫ୍ୟାନ୍ସମାନେ ବାହୁବଲୀଙ୍କ ଜନ୍ମଦିନକୁ ଖୁବ ଧୁମଧାମର ସହ ପାଳନ କରିଛନ୍ତି। ଏହାସହ ବାହୁବଲୀ ପ୍ରଭାସଙ୍କର ଆଗାମୀ ଫିଲ୍ମ ‘ସାହୋ’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ପ୍ରଭାସଙ୍କ ଜନ୍ମଦିନରେ  ତାଙ୍କ ଫ୍ୟାନ୍ସ ଭିନ୍ନଭିନ୍ନ ଉପାୟରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଦଣିଣ ଭାରତରେ ପ୍ରଭାସଙ୍କ ଫ୍ୟାନ୍ସମାନେ ତାଙ୍କ ପୋଷ୍ଟର ଲଗାଇ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ମଉକାରେ ଚାଲନ୍ତୁ ଜାଣିବା ପ୍ରଭାସଙ୍କ ବିଷୟରେ କିଛି ଖାସ କଥା।

୧.ପ୍ରଭାସଙ୍କର ପ୍ରକୃତ ନାଁ ହେଉଛି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟ୍ଟୀ।

୨.ସମସ୍ତେ ଜଣିଛନ୍ତି ପ୍ରଭାସ ତେଲଗୁ ହିରୋ, କିନ୍ତୁ ସେ ଏକ ହିନ୍ଦି ଫିଲ୍ମ ମଧ୍ୟ କରିଛନ୍ତି ଯାହାକି ସୁପରହିଟ୍ ତାଲିକାରେ ସାମିଲ ହୋଇଛି। ଫିଲ୍ମଟିର ନାଁ ହେଉଛି ‘ଆକ୍ସନ ଜ୍ୟାକସନ’। ଏହି ଫିଲ୍ମରେ ସେ ପ୍ରଭୁଦେବାଙ୍କ ସହ ଡେବ୍ୟୁ କରିଥିଲେ।

୩. ପ୍ରଭାସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଏମିତି ଜଣେ ହିରୋ ଯାହାଙ୍କ ଷ୍ଟାଚ୍ୟୁ ବ୍ୟାଙ୍କକର ମେଡମ୍ ତୁଷାଦରେ ସ୍ଥାନ ପାଇଛି। ସେଠାରେ ତାଙ୍କୁ ଅମରେନ୍ଦ୍ର ବାହୁବଲୀ ରୂପରେ ଦେଖିପାରିବେ।

୪. ପ୍ରଭାସ ଫିଲ୍ମ ପରିବାରରୁ ଆସିଛନ୍ତି। ତାଙ୍କ ବାପା ସୂର୍ଯ୍ୟନାରାୟଣ ରାଜୁ ଜଣେ ପ୍ରଡ୍ୟୁସର। ତାଙ୍କ ଦାଦା କୃଷ୍ଣମ୍ ରାଜୁ ଜଣେ ଟଲିଉଡ୍ ଷ୍ଟାର।

୫. ପ୍ରଭାସ କେବେ ଅଭିନେତା ହେବାକୁ ଚାହୁଁ ନଥିଲେ। ସେ ହୋଟେଲ ମ୍ୟାନଜମେଣ୍ଟ ଲାଇନରେ ନିଜ କ୍ୟାରିୟର କରିବାକୁ ଚାହୁଁଥିଲେ। ଏ କଥା ସେ ନିଜେ ଏକ ସାକ୍ଷତକାରରେ କହିଥିଲେ। ତାଙ୍କୁ ଭଲ ଭଲ ଖାଦ୍ୟ ଖାଇବାକୁ ଖୁବ ଭଲ ଲାଗେ। ତାଙ୍କର ପ୍ରିୟ ଖାଦ୍ୟ ହେଉଛି ଚିକେନ ବିରିଆନୀ।

୬. ପ୍ରଭାସ ହିନ୍ଦୀ ଫିଲ୍ମର ବହୁତ ବଡ ଫ୍ୟାନ୍। ସେ  ‘ମୁନ୍ନାଭାଇ ଏମବିବିଏସ୍’ ଓ  ‘ଥ୍ରୀ ଇଡିଏଟ’ ୨୦ ଥରରୁ ଅଧିକ ଦେଖିଛନ୍ତି। ପ୍ରଭାସ ରାଜକୁମାର ହିରାନୀଙ୍କ ମଧ୍ୟ ବଡ ଫ୍ୟାନ୍।

୭. ପ୍ରଭାସ ବାହୁବଲୀ ସୁଟିଂ କରିବା ସମୟରେ ୪ ବର୍ଷ ପର୍ଯ୍ୟନ୍ତ କୌଣସି ଫିଲ୍ମ ସାଇନ୍ କରି ନଥିଲେ। ସେଥିପାଇଁ ତାଙ୍କ ପାଖରେ ଆଉ ଟଙ୍କା ବଞ୍ଚି ନଥିଲା।

୮. ବାହୁବଲୀର ଚରିତ୍ରରେ ସେ ଫିଟ୍ ଦେଖାଯିବାକୁ ବହୁତ ପରିଶ୍ରମ କରିଥିଲେ। ସେଥିପାଇଁ ସେ ନିଜର ଓଜନ ୩୦ କେଜି ବଢେଇ ଦେଇଥିଲେ। ଚାରିବର୍ଷ ପର୍ଯ୍ୟନ୍ତ ସେହି ଲୁକ ମେଣ୍ଟେନ କରିବା ପାଇଁ ତାଙ୍କୁ ବହୁତ ଚିକେନ ଓ ଅଣ୍ଡା ଖାଇବାକୁ ପଡିଥିଲା

ଜନ୍ମଦିନ ଅବସରରେ ପ୍ରଭାସଙ୍କୁ ଆମ ‘ଓଡିଶା ରିପୋର୍ଟର’ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭ କାମନା।

 

 

 

Related story