ପ୍ରତ୍ୟୁଷା ଆତ୍ମହତ୍ୟା ମାମଲା: ରାହୁଲଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ମୁମ୍ବାଇ ପୋଲିସ୍ ତାଙ୍କ ବୟଫ୍ରେଣ୍ଡ୍ ତଥା ଅଭିନେତା ରାହୁଲ ରାଜ ସିଂହଙ୍କ ନାମରେ ଏକ ମାମଲା ରୁଜୁ କରିଛି। ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ଅଭିଯୋଗରେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଏହା ପୂର୍ବରୁ ପୋଲିସ୍ ରାହୁଲଙ୍କୁ ଦୁଇ ଥର ପଚରାଉଚରା କରିଥିଲା। ସୋମବାର ପୋଲିସ୍ ରାହୁଲଙ୍କୁ ପଚରାଉଚରା କରିବା ବେଳେ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅନେକ କଥା ପଦାକୁ ଆସିଥିଲା। […]

pratyusha-banerjee

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 12:11 PM IST

ମୁମ୍ବାଇ: ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ମୁମ୍ବାଇ ପୋଲିସ୍ ତାଙ୍କ ବୟଫ୍ରେଣ୍ଡ୍ ତଥା ଅଭିନେତା ରାହୁଲ ରାଜ ସିଂହଙ୍କ ନାମରେ ଏକ ମାମଲା ରୁଜୁ କରିଛି। ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ଅଭିଯୋଗରେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରିଛି। ଏହା ପୂର୍ବରୁ ପୋଲିସ୍ ରାହୁଲଙ୍କୁ ଦୁଇ ଥର ପଚରାଉଚରା କରିଥିଲା।

ସୋମବାର ପୋଲିସ୍ ରାହୁଲଙ୍କୁ ପଚରାଉଚରା କରିବା ବେଳେ ପ୍ରତ୍ୟୁଷାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅନେକ କଥା ପଦାକୁ ଆସିଥିଲା। ତେବେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପ୍ରତ୍ୟୁଷାଙ୍କ ମୃତ୍ୟୁ ପରେ ସେ ଖୁବ୍ ମାନସିକ ଆଘାତ ପାଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇନାହିଁ। ମନୋଚିକିତ୍ସକମାନେ ତାଙ୍କର କାଉନ୍‌ସିଲିଂ କରୁଛନ୍ତି।

ଅଭିଯୋଗ ହୋଇଛି ଯେ ରାହୁଲ ବିବାହିତ। ତାଙ୍କ ପତ୍ନୀ କୋଲକାତାରେ ରହୁଛନ୍ତି। ଏ କଥା ଜାଣିବା ପରେ ପ୍ରତ୍ୟୁଷା ସହି ପାରି ନ ଥିଲେ ଓ ଆତ୍ମହତ୍ୟା କରି ଥିଲେ।

Related story