‘ପିପୁଲ ଚଏସ୍ ଆୱାର୍ଡ’ ପାଇଁ ପ୍ରିୟଙ୍କାଙ୍କୁ ଅକ୍ଷୟଙ୍କ ଶୁଭେଚ୍ଛା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଆମେରିକାନ ଟିଭି ଶୋ ‘କ୍ୱାଣ୍ଟିକୋ’ ପାଇଁ ପିପୁଲ ଚଏସ୍ ଆୱାର୍ଡ ଜିତି ଥିବାରୁ ଅଭିନେତା ଅକ୍ଷୟ କୁମାର ଶୁଭେଚ୍ଛା ଜଣାଇଛନ୍ତି। ପ୍ରିୟଙ୍କାଙ୍କ ଏହି ଆୱାର୍ଡ ଦେଶ ତଥା ବଲିଉଡ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ପ୍ରିୟଙ୍କା ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଛନ୍ତି। ପ୍ରିୟଙ୍କା ଓ ଅକ୍ଷୟଙ୍କୁ ବଲିଉଡରେ ବେଷ୍ଟ ଯୋଡ଼ି ଭାବେ ବିବେଚନା କରାଯାଇଥାଏ। ଉଭୟଙ୍କ ଅଭିନୀତ ଫିଲ୍ମ ‘ଏତରାଜ’ ଓ ‘ମୁଝସେ ସାଦି […]

priyanka-chopra

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 10:51 AM IST

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଆମେରିକାନ ଟିଭି ଶୋ ‘କ୍ୱାଣ୍ଟିକୋ’ ପାଇଁ ପିପୁଲ ଚଏସ୍ ଆୱାର୍ଡ ଜିତି ଥିବାରୁ ଅଭିନେତା ଅକ୍ଷୟ କୁମାର ଶୁଭେଚ୍ଛା ଜଣାଇଛନ୍ତି। ପ୍ରିୟଙ୍କାଙ୍କ ଏହି ଆୱାର୍ଡ ଦେଶ ତଥା ବଲିଉଡ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି।

ପ୍ରିୟଙ୍କା ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନ ପାଇଛନ୍ତି।

ପ୍ରିୟଙ୍କା ଓ ଅକ୍ଷୟଙ୍କୁ ବଲିଉଡରେ ବେଷ୍ଟ ଯୋଡ଼ି ଭାବେ ବିବେଚନା କରାଯାଇଥାଏ। ଉଭୟଙ୍କ ଅଭିନୀତ ଫିଲ୍ମ ‘ଏତରାଜ’ ଓ ‘ମୁଝସେ ସାଦି କରୋଗୀ’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।

Related story