ବାହା ହୋଇଗଲେ ପ୍ରିୟଙ୍କା!

ମୁମ୍ୱାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ରିଲେସନ୍‌ସିପ୍‌କୁ ନେଇ ସବୁବେଳେ ଚୁପ୍‌ ରହିଆସିଛନ୍ତି। କିଛିଦିନ ହେବ ପ୍ରିୟଙ୍କାଙ୍କ ଏକ ଫଟୋକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଥିଲା। ଚର୍ଚ୍ଚାର କାରଣ ହେଲା କାଳେ ପ୍ରିୟଙ୍କା ଗୋପନରେ ବିବାହ କରିଛନ୍ତି। ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ। ସେହି ଫଟୋରେ ପ୍ରିୟଙ୍କା ଆସାମ ଯାଉଥିବା ଏକ ପୋଷ୍ଟ ହୋଇଛି। ବିମାନରେ ବସିଥିବା ପ୍ରିୟଙ୍କା ମଙ୍ଗଳସୁତ୍ରର ବ୍ରେସ୍‌ଲେଟ୍‌ ବେକରେ ନୁହେଁ ବରଂ ହାତରେ ପିନ୍ଧିଛନ୍ତି। ଯାହାକୁ […]

Priyanka-Chopra

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 11:15 AM IST

ମୁମ୍ୱାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ରିଲେସନ୍‌ସିପ୍‌କୁ ନେଇ ସବୁବେଳେ ଚୁପ୍‌ ରହିଆସିଛନ୍ତି। କିଛିଦିନ ହେବ ପ୍ରିୟଙ୍କାଙ୍କ ଏକ ଫଟୋକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଥିଲା। ଚର୍ଚ୍ଚାର କାରଣ ହେଲା କାଳେ ପ୍ରିୟଙ୍କା ଗୋପନରେ ବିବାହ କରିଛନ୍ତି।

ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ। ସେହି ଫଟୋରେ ପ୍ରିୟଙ୍କା ଆସାମ ଯାଉଥିବା ଏକ ପୋଷ୍ଟ ହୋଇଛି। ବିମାନରେ ବସିଥିବା ପ୍ରିୟଙ୍କା ମଙ୍ଗଳସୁତ୍ରର ବ୍ରେସ୍‌ଲେଟ୍‌ ବେକରେ ନୁହେଁ ବରଂ ହାତରେ ପିନ୍ଧିଛନ୍ତି। ଯାହାକୁ ଦେଖିବା ପରେ ସେ ବିବାହ କରିଛନ୍ତି ବୋଲି ଚର୍ଚ୍ଚା ଜୋର ଚାଲିଥିଲା।

ଚର୍ଚ୍ଚା ଜୋର ଧରିବା ପରେ ଏହାର ଉତ୍ତର ରଖିଛନ୍ତି ପ୍ରିୟଙ୍କା। ସେ ବ୍ରେସ୍‌ଲେଟ୍‌ର ଫଟୋକୁ ଜୁମ୍‌ କରି ପୋଷ୍ଟ କରିବା ସହ  ‘ଅନ୍ଦାଜ ଲଗାଇବାର ବି ସୀମା ରହିଛି ’ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, ଏହା ଖରାପ ନଜରରୁ ରକ୍ଷା କରୁଥିବା ବ୍ରେସ୍‌ଲେଟ୍‌। ଚିନ୍ତା କରନ୍ତୁ ନାହିଁ, ବିବାହ ମୁଁ ଗୋପନରେ କରିବି ନାହିଁ, ସମସ୍ତଙ୍କୁ ଜଣାଇବି।

ନିକଟରେ ଏକ ଇଣ୍ଟରଭ୍ୟୁରେ ପ୍ରିୟଙ୍କା ବିବାହ ପାଇଁ ଉପଯୁକ୍ତ ବରପାତ୍ରର ସନ୍ଧାନ କରୁଛନ୍ତି ବୋଲି କହିଥିଲେ।

Related story