ବୟଫ୍ରେଣ୍ଡ୍‌ଙ୍କୁ ମା’ଙ୍କ ସହ ଭେଟ କରାଇବାକୁ ଆଣିଛନ୍ତି, କିନ୍ତୁ...

ମୁମ୍ବାଇ: ବଲିଉଡ୍‌ର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍‌ ତଥା ଆମେରିକାର ଗାୟକ ନିକ୍‌ ଜୋନ୍‌ସଙ୍କ ପ୍ରେମ ସଂପର୍କକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କୁ ଅନେକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳୁଛି। ଏବେ ପ୍ରିୟଙ୍କା ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କୁ ସାଙ୍ଗରେ ଧରି ମୁମ୍ବାଇ ଆସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାରର ବିଳମ୍ବିତ ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କୁ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। ତା’ପରେ […]

priyanka

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 12:27 PM IST

ମୁମ୍ବାଇ: ବଲିଉଡ୍‌ର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍‌ ତଥା ଆମେରିକାର ଗାୟକ ନିକ୍‌ ଜୋନ୍‌ସଙ୍କ ପ୍ରେମ ସଂପର୍କକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କୁ ଅନେକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳୁଛି। ଏବେ ପ୍ରିୟଙ୍କା ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସଙ୍କୁ ସାଙ୍ଗରେ ଧରି ମୁମ୍ବାଇ ଆସିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାରର ବିଳମ୍ବିତ ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କୁ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା। ତା’ପରେ ଦୁହେଁ ଏକାଠି ଗୋଟିଏ କାରରେ ବସିଥିଲେ। ତା’ପରେ ଜଣା ପଡ଼ିଥିଲା ସେ ନିକ୍‌ଙ୍କୁ ନିଜ ଘରକୁ ଲୁଚାଇ ନେବାକୁ ଚେଷ୍ଟା କରୁଥିଲେ। କିନ୍ତୁ କ୍ୟାମେରା ସାମ୍ନାରେ ଧରାପଡ଼ି ଯାଇଥିଲେ।

କୁହାଯାଉଛି ପ୍ରିୟଙ୍କା କୁଆଡ଼େ ନିକ୍‌ଙ୍କୁ ନିଜ ମା’ ମଧୁ ଚୋପ୍ରାଙ୍କ ସହିତ ସାକ୍ଷତ କରିବା ଲାଗି ଆଣିଛନ୍ତି। ଏହା ଛଡ଼ା ନିକ୍‌ଙ୍କୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଛନ୍ତି। ପ୍ରିୟଙ୍କା ମୁମ୍ବାଇର ବର୍ସୋବାର ବେଳାଭୂମି ନିକଟରେ ୧୦୦ କୋଟି ଟଙ୍କା ମୂଲ୍ୟର ଏକ ଘର କିଣିଛନ୍ତି। ସେ ଏହି ନୂଆ ଘରେ ଏକ ହାଉସ୍‌ ଓ୍ଵାର୍ମିଙ୍ଗ ପାର୍ଟି କରିବାକୁ ଯାଉଛନ୍ତି। ସେହି ପାର୍ଟିକୁ ସେ ତାଙ୍କ ବନ୍ଧୁ ଓ ପରିବାରବର୍ଗ ସହିତ ନିକ୍‌ଙ୍କୁ ବି ନିମନ୍ତ୍ରଣ କରିଛନ୍ତି।

ପ୍ରିୟଙ୍କା ନିକ୍‌ଙ୍କ ସହ ନିଜ ଅଫେଆର ବିଷୟରେ ଏପର୍ଯ୍ୟନ୍ତ କିଛି କହି ନାହାନ୍ତି। କିନ୍ତୁ ଏହି ସବୁ ଘଟଣାରୁ ଜଣାପଡ଼ୁଛି  ଦୁହିଁଙ୍କ ମଧ୍ୟରେ କିଛି ଅଛି। ପ୍ରିୟଙ୍କା ବି କଜିନ୍‌ଙ୍କ ବିବାହରେ ମଧ୍ୟ ସାମିଲ୍‌ ହୋଇଥିଲେ। ଏହା ଛଡ଼ା ଫାଦର୍ସ ଡେ’ରେ ପ୍ରିୟଙ୍କା ନିକ୍‌ଙ୍କ ବାପାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋ କରିବା ଆରମ୍ଭ କରିଛନ୍ତି।

 

 

 

Related story