ହଲିଉଡରେ ବର୍ଣ୍ଣ ବୈଷମ୍ୟ: ରଙ୍ଗ ଠିକ୍‌ ନାହିଁ କହି ପ୍ରିୟଙ୍କାଙ୍କୁ ମନା କରିଦେଲେ ନିର୍ଦ୍ଦେଶକ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଆଜି କେବଳ ବଲିଉଡ ନୁହେଁ ହଲିଉଡର ମଧ୍ୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ବିଦେଶରେ ଟିଭି ଧାରାବାହିକ ବ୍ୟତୀତ ସେ ହଲିଉଡ ଫିଲ୍ମରେ ଚମତ୍କାର ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ବିଦେଶରେ ଏତେ ନାଁ କମାଇଥିବା ଏହି ଅଭିନେତ୍ରୀଙ୍କୁ ହଲିଉଡରେ ବର୍ଣ୍ଣ ବୈଷମ୍ୟର ଶିକାର ହେବାକୁ ପଡୁଛି। ଖୋଦ୍‌ ପ୍ରିୟଙ୍କା ଏହି ଗୁମର ଖୋଲିଛନ୍ତି। ଏକ ଆନ୍ତର୍ଜାତୀୟ ସ୍ତରର ପତ୍ରିକାରେ ସାକ୍ଷାତକାର ଦେବା ସମୟରେ ପ୍ରିୟଙ୍କା […]

priyanka

Rakesh Mallick
  • Published: Friday, 13 April 2018
  • , Updated: 13 April 2018, 12:48 PM IST

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଆଜି କେବଳ ବଲିଉଡ ନୁହେଁ ହଲିଉଡର ମଧ୍ୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ବିଦେଶରେ ଟିଭି ଧାରାବାହିକ ବ୍ୟତୀତ ସେ ହଲିଉଡ ଫିଲ୍ମରେ ଚମତ୍କାର ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ବିଦେଶରେ ଏତେ ନାଁ କମାଇଥିବା ଏହି ଅଭିନେତ୍ରୀଙ୍କୁ ହଲିଉଡରେ ବର୍ଣ୍ଣ ବୈଷମ୍ୟର ଶିକାର ହେବାକୁ ପଡୁଛି। ଖୋଦ୍‌ ପ୍ରିୟଙ୍କା ଏହି ଗୁମର ଖୋଲିଛନ୍ତି। ଏକ ଆନ୍ତର୍ଜାତୀୟ ସ୍ତରର ପତ୍ରିକାରେ ସାକ୍ଷାତକାର ଦେବା ସମୟରେ ପ୍ରିୟଙ୍କା ରଙ୍ଗଭେଦର ଶିକାର ହୋଇଥିବା କହିଛନ୍ତି। ରଙ୍ଗକୁ କାରଣ ଦର୍ଶାଇ ତାଙ୍କୁ ଫିଲ୍ମରୁ ବାଦ ଦିଆଯାଇଥିବା ସେ କହିଛନ୍ତି।

ପ୍ରିୟଙ୍କା କହିଛନ୍ତି, “ହଠାତ୍ ଏକ ଫିଲ୍ମ ଷୁଡିଓରୁ ମୋ ମ୍ୟାନେଜରଙ୍କ ପାଖକୁ ଫୋନ୍‌ ଆସିଲା। ଫୋନ୍‌ରେ କେହି ଜଣେ ମ୍ୟାନେଜରଙ୍କୁ କହିଲେ, ପିଲ୍ମ ପାଇଁ ପ୍ରିୟଙ୍କା ଫିଜିକାଲି ଠିକ୍‌ ନୁହଁନ୍ତି। ଫିଲ୍ମ ପାଇଁ ତାଙ୍କର ବ୍ରାଉନ ଚେହେରା ଆବଶ୍ୟକ ନାହିଁ। ସେ ଗୋରା ସ୍କିନ୍‌ ଅଭିନେତ୍ରୀ ଖୋଜୁଛନ୍ତି।”

ଏହି କଥା ଶୁଣି ପ୍ରିୟଙ୍କାଙ୍କୁ ବହୁତ ବାଧିଥିଲା ଓ  ସେ ନିରାଶ ହୋଇଯାଇଥିଲେ। କେବଳ ହଲିଉଡ ନୁହେଁ, ପିଲା ବେଳେ ମଧ୍ୟ ପ୍ରିୟଙ୍କା ବର୍ଣ୍ଣ ବୌଷମ୍ୟର ଶିକାର ହୋଇଥିବା କହିଛନ୍ତି।

Related story