ପ୍ରିୟଙ୍କା ଚୋପ୍ରା ଓ ଅଜୟ ଦେବଗନ୍‌ଙ୍କୁ ମିଳିଲା ପଦ୍ମଶ୍ରୀ

ନୂଆଦିଲ୍ଲୀ: ଆଜିର ଦିନ ବଲିଉଡ୍‌ କଳାକାରଙ୍କ ପାଇଁ ବେଶ୍ ଖାସ୍। ଆଜି ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଯେଉଁଥିରେ ଏକାଧିକ ପୁରସ୍କାର ବଲିଉଡ୍ ଫିଲ୍ମକୁ ମିଳିଛି। ସେହିପରି ୭ରୁ ଅଧିକ ବଲିଉଡ୍‌ କଳାକାର, ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସୋମବାର ରାଷ୍ଟ୍ରପତି ଭବନରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୫୬ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅନୁପମ୍ ଖେର୍ ଅଜୟ ଦେବଗନ୍, ଓ […]

Ajay Devgn

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 12:29 PM IST

ନୂଆଦିଲ୍ଲୀ: ଆଜିର ଦିନ ବଲିଉଡ୍‌ କଳାକାରଙ୍କ ପାଇଁ ବେଶ୍ ଖାସ୍। ଆଜି ୬୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଯେଉଁଥିରେ ଏକାଧିକ ପୁରସ୍କାର ବଲିଉଡ୍ ଫିଲ୍ମକୁ ମିଳିଛି। ସେହିପରି ୭ରୁ ଅଧିକ ବଲିଉଡ୍‌ କଳାକାର, ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସୋମବାର ରାଷ୍ଟ୍ରପତି ଭବନରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୫୬ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅନୁପମ୍ ଖେର୍ ଅଜୟ ଦେବଗନ୍, ଓ ପ୍ରିୟଙ୍କା ଚୋପ୍ରା ଅଛନ୍ତି।

ସିନେମା ଜଗତରେ ଅତୁଳନୀୟ ଅବଦାନ ପାଇଁ ଅଜୟ ଦେବଗନ୍ ଓ ପ୍ରିୟଙ୍କ ଚୋପ୍ରାଙ୍କ ସମେତ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏବଂ ଏସ୍.ଏସ୍ ମୌଲୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ସେହିପରି ଅନୁପମ୍‌ ଖେର, ରାମ ସୁତାର ଓ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କୁ ପଦ୍ମଭୂଷଣ ସମ୍ମାନରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି।

Related story