ଆତ୍ମହତ୍ୟା ଉଦ୍ୟମ ଖବରକୁ ଖଣ୍ଡନ କଲେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ରେ ତିଷ୍ଠିବା ପାଇଁ ସଂଘର୍ଷ କରୁଥିବା ବେଳେ ତିନି ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କିଛି ଦିନ ତଳେ ତାଙ୍କର ମ୍ୟାନେଜର ପ୍ରକାଶ ଜାଜୁ ଦାବି କରିଥିଲେ। ତେବେ ଏଭଳି ଦାବିକୁ ଆଜି ଖଣ୍ଡନ କରିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, “’ପ୍ରକାଶ ଜାଜୁଙ୍କ ମନ୍ତବ୍ୟରେ ଆଦୌ ସତ୍ୟତା ନାହିଁ। ତାଙ୍କ କଥାକୁ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱ ଦେବା ଉଚିତ୍  ନୁହେଁ।” ଏହା ପୂର୍ବରୁ ପ୍ରିୟଙ୍କାଙ୍କ ମାଆ ମଧ୍ୟ ପ୍ରକାଶ ଜାଜୁଙ୍କ ଦାବି […]

priyanka

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 11:33 AM IST

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ରେ ତିଷ୍ଠିବା ପାଇଁ ସଂଘର୍ଷ କରୁଥିବା ବେଳେ ତିନି ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି କିଛି ଦିନ ତଳେ ତାଙ୍କର ମ୍ୟାନେଜର ପ୍ରକାଶ ଜାଜୁ ଦାବି କରିଥିଲେ। ତେବେ ଏଭଳି ଦାବିକୁ ଆଜି ଖଣ୍ଡନ କରିଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, “’ପ୍ରକାଶ ଜାଜୁଙ୍କ ମନ୍ତବ୍ୟରେ ଆଦୌ ସତ୍ୟତା ନାହିଁ। ତାଙ୍କ କଥାକୁ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱ ଦେବା ଉଚିତ୍  ନୁହେଁ।”

ଏହା ପୂର୍ବରୁ ପ୍ରିୟଙ୍କାଙ୍କ ମାଆ ମଧ୍ୟ ପ୍ରକାଶ ଜାଜୁଙ୍କ ଦାବି ସଂପୂର୍ଣ୍ଣ ମିଛ ବୋଲି କହିଥିଲେ।

ଜାଜୁ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ ମ୍ୟାନେଜର ଥିଲେ। ଏପ୍ରିଲ୍ ୩ ତାରିଖରେ ଏକାଧିକ ଟ୍ୱିଟ୍ କରି ସେ କହିଥିଲେ ଯେ ବଲିଉଡ୍‌ରେ ସଂଘର୍ଷ କରୁଥିବା ବେଳେ ପ୍ରିୟଙ୍କା ତିନି ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ୨୦୦୨ରେ ତାଙ୍କର ପୂର୍ବତନ ବୟଫ୍ରେଣ୍ଡ୍ ଅସୀମ ମର୍ଚାଣ୍ଟଙ୍କ ମା’ଙ୍କ ଦେହାନ୍ତ ପରେ ସେ ଥରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କାରଣ ଅସୀମଙ୍କ ମା’ଙ୍କ ସହିତ ତାଙ୍କର ଖୁବ୍ ଭଲ ସଂପର୍କ ଥିଲା। ତାଙ୍କ ମୃତ୍ୟୁରେ ସେ ମ୍ରିୟମାଣ ହୋଇଯାଇଥିଲେ। ଆଉ ଥରେ ଅସୀମଙ୍କ ସହିତ ପାଟିତୁଣ୍ଡ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ପ୍ରିୟଙ୍କା। ତେବେ ସବୁଥର ସେ ହିଁ ପ୍ରିୟଙ୍କାଙ୍କୁ ବଞ୍ଚାଇ ଥିଲେ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଜାଜୁଙ୍କୁ ତାଙ୍କ ମ୍ୟାନେଜର ପଦରୁ ବାହାର କରି ଦେଇଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଖଟା ହୋଇଯାଇଥିଲା। ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ଜୀବନରେ ଜାଜୁ ହସ୍ତକ୍ଷେପ କରୁଥିବା ନେଇ ତାଙ୍କ ବାପା ଅଶୋକ ଚୋପ୍ରା ଥାନାରେ ଏକ ଏତଲା ଦେଇଥିଲେ। ଉକ୍ତ ଏତଲା ଆଧାରରେ ଜାଜୁ ଗିରଫ ହୋଇ ୬୭ ଦିନ ଜେଲ୍‌ରେ ରହିଥିଲେ।

Related story