ବୋଲ୍ଡ ଫଟୋଶୁଟ୍‌ କରାଇ ଟ୍ରଲ୍‌ ହେଲେ ଦେଶୀଗର୍ଲ

ମୁମ୍ବାଇ: ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଦମଦାର୍‌ ଅଭିନୟ ସହ ଗ୍ଲାମରସ୍‌ ଲୁକ୍‌କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ପ୍ରିୟଙ୍କା ଏକ ମାଗାଜିନ୍ ପାଇଁ ବୋଲ୍ଡ ଫଟୋଶୁଟ୍‌ କରାଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋଗୁଡ଼ିକ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋଶୁଟ୍‌ ପାଇଁ ପ୍ରିୟଙ୍କା ଏକ ଗୋଲଡେନ ରଙ୍ଗର ଶାଢି ପିନ୍ଧିଛନ୍ତି।  ମାତ୍ର ଏହା ବ୍ୟାକ୍‌ଲେସ୍‌ ହୋଇଥିବାରୁ ଟ୍ରଲ୍‌ର ଶିକାର ହୋଇଛନ୍ତି ଏହି ବଲିଉଡ ବିୟୁଟି। ସବୁଥର ପରି […]

priyanka

Chinmayee Roy
  • Published: Friday, 07 June 2019
  • , Updated: 07 June 2019, 09:55 AM IST

ମୁମ୍ବାଇ: ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଦମଦାର୍‌ ଅଭିନୟ ସହ ଗ୍ଲାମରସ୍‌ ଲୁକ୍‌କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ପ୍ରିୟଙ୍କା ଏକ ମାଗାଜିନ୍ ପାଇଁ ବୋଲ୍ଡ ଫଟୋଶୁଟ୍‌ କରାଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋଗୁଡ଼ିକ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫଟୋଶୁଟ୍‌ ପାଇଁ ପ୍ରିୟଙ୍କା ଏକ ଗୋଲଡେନ ରଙ୍ଗର ଶାଢି ପିନ୍ଧିଛନ୍ତି।  ମାତ୍ର ଏହା ବ୍ୟାକ୍‌ଲେସ୍‌ ହୋଇଥିବାରୁ ଟ୍ରଲ୍‌ର ଶିକାର ହୋଇଛନ୍ତି ଏହି ବଲିଉଡ ବିୟୁଟି। ସବୁଥର ପରି ଏହି ଫଟୋରେ ମଧ୍ୟ ପ୍ରିୟଙ୍କା ବେଶ୍ ସୁନ୍ଦର ଲାଗୁଛନ୍ତି। ଫଟୋଟିକୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର କ୍ୟାପଶନ୍‌ ଲେଖି ଶେଆର କରିଛନ୍ତି।

https://www.instagram.com/p/ByU_FoznenN/?utm_source=ig_web_copy_link

ପ୍ରିୟଙ୍କାଙ୍କର ଏହି ହଟ୍‌ ଆଣ୍ଡ ବୋଲ୍ଡ ଅବତାର କିଛି ଫ୍ୟାନ୍ସଙ୍କୁ ପସନ୍ଦ ଆସିଛି ତ କିଛି ଫ୍ୟାନ୍ସଙ୍କୁ ବିଲକୁଲ ପସନ୍ଦ ଆସିନାହିଁ। ପ୍ରିୟଙ୍କାଙ୍କ ଏହି ପୋଷ୍ଟରେ ଅନେକ କମେଣ୍ଟ ମଧ୍ୟ ମିଳିଛି। ଜଣେ ୟୁଜର ଲେଖିଛନ୍ତି, ‘ଧନୀ ଲୁଗା ନ ପିନ୍ଧିଲେ ତାହା ଫ୍ୟାଶନ୍‌ ଆଉ ଗରିବ ନ ପିନ୍ଧିଲେ ସେ ବେଶରମ’। ସେହିଭଳି ଆଉଜଣେ ୟୁଜର ତାଙ୍କୁ ସଂସ୍କାରର ପାଠ ପଢ଼ାଇ ଲେଖିଛନ୍ତି, ଦେଶର ସଂସ୍କାର ଭୁଲିଯାଇଛନ୍ତି, ନିଜକୁ ଏଭଳି ଦେଖାଉଛନ୍ତି  ସତେ ଯେପରି ବହୁ ବଡ଼ ଫରେନର ହୋଇଗଲେଣି। ଅନ୍ୟପଟେ ଅନେକ  ଫ୍ରାନ୍ସ ପ୍ରିୟଙ୍କାଙ୍କ ସମର୍ଥନ ମଧ୍ୟ କରିଛନ୍ତି।

https://www.instagram.com/p/ByTEP8OHuRD/?utm_source=ig_web_copy_link

ନିକଟରେ ପ୍ରିୟଙ୍କା ନିଜର ଏକ ଲୁକ୍‌ ପାଇଁ ଟ୍ରଲ୍‌ର ଶିକାର ହୋଇଥିଲେ। ଜୋନସ୍‌ ବ୍ରଦର୍ସଙ୍କ ‘ଚେଞ୍ଜିଂ ହାପିନେସ୍’ର ପ୍ରିମିୟରରେ ପ୍ରିୟଙ୍କା ବ୍ଲାକ କଲର ହାଇ ସ୍ଲିଟ୍ ବୋଲ୍ଡ ଡ୍ରେସ୍ ପିନ୍ଧି ଯାଇଥିଲେ। ଯାହାକୁ ନେଇ ଫ୍ୟାନ୍ସ ସୋଶାଲ ମିଡିଆରେ ତାଙ୍କୁ  ଟ୍ରଲ୍‌  କରିଥିଲେ। ଜଣେ ୟୁଜର ତ ତାଙ୍କୁ ‘ବାହୁବଲି’ ସହ ତୁଳନା କରିଦେଇଥିଲେ।

Related story