ପୁଣି ଏକାଠି କାଟ୍ରିନା ଓ ରଣବୀର!

ମୁମ୍ୱାଇ:  ଏକ୍ସ ଲଭର୍ କାଟ୍ରିନା କୈଫ୍ ଓ ରଣବୀର କପୁରଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ପୁଣି ରୋମାନ୍ସ ମୁଡ୍‌ରେ।  ବ୍ରେକ୍‌ଅପ୍‌ ପରେ ଏ ଦୁହେଁ ପାର୍ଟି ହେଉବା କୌଣସି ଉତ୍ସବରେ ପରସ୍ପରକୁ ଚାହୁଁ ନଥିବା ବେଳେ, ଏଭଳି ଭିଡିଓ କଥା ଆପଣମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରୁଥିବ। ଏଣୁ ଯଦି ଆପଣମାନେ ଚିନ୍ତା କରୁଥିବେ ଯେ ରଣବୀର ଓ କାଟ୍ରିନା ପୁଣି ଥରେ ନିକଟତର ହେବାକୁ ଯାଉଛନ୍ତି, […]

ranbir-katrina

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 12:09 PM IST

ମୁମ୍ୱାଇ:  ଏକ୍ସ ଲଭର୍ କାଟ୍ରିନା କୈଫ୍ ଓ ରଣବୀର କପୁରଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ପୁଣି ରୋମାନ୍ସ ମୁଡ୍‌ରେ।  ବ୍ରେକ୍‌ଅପ୍‌ ପରେ ଏ ଦୁହେଁ ପାର୍ଟି ହେଉବା କୌଣସି ଉତ୍ସବରେ ପରସ୍ପରକୁ ଚାହୁଁ ନଥିବା ବେଳେ, ଏଭଳି ଭିଡିଓ କଥା ଆପଣମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରୁଥିବ। ଏଣୁ ଯଦି ଆପଣମାନେ ଚିନ୍ତା କରୁଥିବେ ଯେ ରଣବୀର ଓ କାଟ୍ରିନା ପୁଣି ଥରେ ନିକଟତର ହେବାକୁ ଯାଉଛନ୍ତି, ତାହା ସତ। ହେଲେ ଏହି ନିକଟତର କେବଳ ପ୍ରଫେସନାଲ୍। ପର୍ସନାଲ୍ ଲାଇଫ୍‌ରେ ସେମାନେ ନିକଟତର ହେଉ ନାହାନ୍ତି। ଆଉ ଭାଇରାଲ୍ ହୋଇଥିବା ଭିଡିଓଟି ହେଉଛି ‘ଜଗା ଜାସୁସ୍’ର। ଏହି ଦୁହିଁଙ୍କର ବ୍ରେକଅପ୍‌ କାରଣରୁ ‘ଜଗା ଜାସୁସ୍‌’ର ସୁଟିଂ ଶେଷ ହୋଇପାରି ନ ଥିଲା। ତେବେ ଏବେ ଦୁହେଁ ସୁଟିଂ କରିବାକୁ ରାଜି ହୋଇଛନ୍ତି। ଅନୁରାଗ ବାସୁଙ୍କର ଏହି ଫିଲ୍ମ ସୁଟିଂ ବର୍ତ୍ତମାନ କେପ୍‌ଟାଉନ୍‌ରେ ଚାଲିଛି। ସୁଟିଂ ବେଳେ ଜଣେ ଫ୍ୟାନ୍ କାଟ୍ରିନା ଓ ରଣବୀରଙ୍କ ଏହି ଭିଡିଓକୁ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଦେଇଛନ୍ତି ଏବଂ ସେଇଟି ଭାଇରାଲ୍ ହୋଇଯାଇଛି।

 

Related story