ରାଧିକା କହିଲେ, ଫିଟ୍‌ନେସ୍‌କୁ ନୁହେଁ ଅଭିନୟକୁ ଅଧିକ ଧ୍ୟାନ ଦିଅ: ହେଲେ କାହାକୁ ?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଖୁବ୍‌ ସ୍ପଷ୍ଟବାଦୀ। ଯେକୌଣସି କ୍ଷେତ୍ର ହେଉ ନିଜ ମତ ରଖିବାକୁ କେବେ ବି ସେ କୁଣ୍ଠାବୋଧ କରନ୍ତି ନାହିଁ। ନିକଟରେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣିଲା ପରେ ହୁଏତ ଭାଇଜାନ୍ ବି ରାଗିପାରନ୍ତି। ତେବେ ଚାଲନ୍ତୁ ଜାଣିବା ରାଧିକା ଏମିତି କ’ଣ କହିଲେ କି ? ନିକଟରେ ରାଧିକା ଓ ରାଜ କୁମାର ରାଓ ନେହା ଧୁପିଆଙ୍କ ଟକ୍‌ ଶୋ’ ‘BFFs with Vogue’ ରେ ଆସିଥିଲେ। […]

radhika-apte

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 03:32 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଖୁବ୍‌ ସ୍ପଷ୍ଟବାଦୀ। ଯେକୌଣସି କ୍ଷେତ୍ର ହେଉ ନିଜ ମତ ରଖିବାକୁ କେବେ ବି ସେ କୁଣ୍ଠାବୋଧ କରନ୍ତି ନାହିଁ। ନିକଟରେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣିଲା ପରେ ହୁଏତ ଭାଇଜାନ୍ ବି ରାଗିପାରନ୍ତି। ତେବେ ଚାଲନ୍ତୁ ଜାଣିବା ରାଧିକା ଏମିତି କ’ଣ କହିଲେ କି ?

ନିକଟରେ ରାଧିକା ଓ ରାଜ କୁମାର ରାଓ ନେହା ଧୁପିଆଙ୍କ ଟକ୍‌ ଶୋ’ ‘BFFs with Vogue’ ରେ ଆସିଥିଲେ। ନେହା, ରାଧିକାଙ୍କୁ ପଚାରିଥିଲେ କେଉଁ ଅଭିନେତା ନିଜ ଅଭିନୟରୁ  ଫିଟ୍‌ନେସକୁ ଅଧିକ ଫୋକସ କରନ୍ତି, କହି ପାରିବେ କି? ଉତ୍ତରରେ ରାଧିକା ଏମିତି ଜଣେ ଅଭିନେତାଙ୍କ ନାଁ କହିଥିଲେ, ଯାହା ନାଁ ଶୁଣିବା ପରେ ହୁଏତ ଭାଇଜାନ୍ ଟିକେ ରାଗିଯାଇ ପାରନ୍ତି। କାରଣ ଭାଇଜାନ୍‌ ନିଜ ଫିଲ୍ମ ‘ହିରୋ’ରେ ତାଙ୍କୁ କାଷ୍ଟ୍ କରିଥିଲେ। ସେ ଅଭିନେତା ଜଣକ ହେଉଛନ୍ତି ସୁରଜ ପଞ୍ଚୋଲି। ରାଧିକାଙ୍କ ମତରେ ସୁରଜ ଅଭିନୟ ମାମଲାରେ ସେତେଟା ଭଲ ନୁହନ୍ତି। ତାଙ୍କ ମତରେ ସୁରଜଙ୍କୁ ଏବେ ନିଜ ଫିଟ୍‌ନେସ୍ ଅପେକ୍ଷା ନିଜ ଅଭିନୟରେ ଅଧିକ ଧ୍ୟାନ ଦେବା କଥା।

ରାଧିକା ଆହୁରି କିଛି ସେଲିବ୍ରିଟିଙ୍କ ବିଷୟରେ ମଧ୍ୟ କହିଥିଲେ, ଜଣେ ସାଉଥ୍‌ ସୁପରଷ୍ଟାର ନିଜ ଲିମିଟ୍‌ କ୍ରସ୍‌ କରିବାକୁ ଚେଷ୍ଟା କରିବା ସମୟରେ ସେ କିପରି ତାଙ୍କୁ ଚାପୁଡ଼ା ମାରିଥିଲେ ତାହା ମଧ୍ୟ କହିଛନ୍ତି। ଫିଲ୍ମ ନିର୍ମାତା ରାମଗୋପାଲ ବର୍ମା ଏବେ ଫିଲ୍ମ ଦୁନିଆରୁ ଅବସର ନେଇଯିବା କଥା ବୋଲି ମଧ୍ୟ ସେ କହିଛନ୍ତି।

ରାଧିକା ନିକଟରେ ଅକ୍ଷୟ କୁମାରଙ୍କ ସହ ‘ପ୍ୟାଡ୍‌ମ୍ୟାନ୍‌’ରେ ନଜର ଆସିଥିଲେ। ଫିଲ୍ମକୁ ଖୁବ୍‌ ଭଲ ରେସ୍‌ପନ୍ସ ମଧ୍ୟ ମିଳିଥିଲା। ରାଧିକାଙ୍କ ଆଗାମୀ ଫିଲ୍ମର ନାଁ ହେଉଛି ‘ବାଜାର’। ରାଧିକା ରଜନୀକାନ୍ତଙ୍କ ସହ ‘କବାଲୀ’ରେ ବି ଅଭିନୟ କରିସାରିଛନ୍ତି।

 

Related story