ଆସନ୍ତା ୪୮ଘଣ୍ଟା ମଧ୍ୟରେ ‘ରଇସ’ର ଟ୍ରେଲର ରିଲିଜ ସୂଚନା ଦିଆଯିବ: ରିତେଶ ସିଦ୍ଧୱାନୀ

ମୁମ୍ବାଇ: ବଲିଉଡ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ‘ଡିୟର ଜିନ୍ଦେଗୀ’ ରିଲିଜ ଅପେକ୍ଷାରେ ଥିବା ବେଳେ ଚର୍ଚ୍ଚାରେ କିନ୍ତୁ ‘ରୟିସ୍‌’କୁ ନେଇ ଚାଲିଛି। ‘ରୟିସ’ର ଟ୍ରେଲରକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଏସବୁ ଭିତରେ ‘ରଇସ’ର ପ୍ରଯୋଜକ ଫିଲ୍ମ ଟ୍ରେଲର ରିଲିଜ ସଂପର୍କିତ ଖବର ଆସନ୍ତା ୪୮ଘଣ୍ଟା ମଧ୍ୟରେ ଘୋଷଣା କରାଯିବ ବୋଲି କହିଛନ୍ତି। କିଛି ଦିନ ପୂର୍ବର ଫିଲ୍ମର ଟ୍ରେଲର ଶାହାରୁଖଙ୍କ ଜନ୍ମ ଦିନରେ ରିଲିଜ ହେବାର ଯୋଜନା ଥିବା ବେଳେ ଏହା ହୋଇ […]

raees-new-poster-srk-mahira-khan-pic

Rakesh Mallick
  • Published: Thursday, 24 November 2016
  • , Updated: 24 November 2016, 02:17 PM IST

ମୁମ୍ବାଇ: ବଲିଉଡ କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ‘ଡିୟର ଜିନ୍ଦେଗୀ’ ରିଲିଜ ଅପେକ୍ଷାରେ ଥିବା ବେଳେ ଚର୍ଚ୍ଚାରେ କିନ୍ତୁ ‘ରୟିସ୍‌’କୁ ନେଇ ଚାଲିଛି। ‘ରୟିସ’ର ଟ୍ରେଲରକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଏସବୁ ଭିତରେ ‘ରଇସ’ର ପ୍ରଯୋଜକ ଫିଲ୍ମ ଟ୍ରେଲର ରିଲିଜ ସଂପର୍କିତ ଖବର ଆସନ୍ତା ୪୮ଘଣ୍ଟା ମଧ୍ୟରେ ଘୋଷଣା କରାଯିବ ବୋଲି କହିଛନ୍ତି।

କିଛି ଦିନ ପୂର୍ବର ଫିଲ୍ମର ଟ୍ରେଲର ଶାହାରୁଖଙ୍କ ଜନ୍ମ ଦିନରେ ରିଲିଜ ହେବାର ଯୋଜନା ଥିବା ବେଳେ ଏହା ହୋଇ ନଥିଲା। ପ୍ରଯୋଜକ ରିତେଶ ସିଦ୍ଧୱାନୀ ‘ରଇସ’ର ରିଲିଜ ତାରିଖ ଓ ସ୍ଥାନ ଆସନ୍ତା ୪୮ଘଣ୍ଟା ମଧ୍ୟରେ ସୂଚନା ଦିଆଯିବ ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି।

Related story