ଠକେଇ ଅଭିଯୋଗରେ ଜେଲ୍‌ ଯାଇଥିଲେ, ଏବେ ବିଗ୍‌ବସ୍‌ରେ ଦେଖା ଦେବେ ଏହି କମେଡିଆନ!

ମୁମ୍ବାଇ: ଖୁବ୍‌ ଶୀଘ୍ର ଟିଭି ପରଦାରେ ପ୍ରସାରିତ ହେବାକୁ ଯାଉଛି ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ । ଏଥର ଥିମ୍‌ ‘ହରର ତଡକା’ ଥିବା ବେଳେ କିଏ କିଏ ଏଥିରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।  ପୂର୍ବରୁ ବହୁ ପ୍ରତିଯୋଗୀଙ୍କ ନାଁ ଫାଇନାଲ ହୋଇ ସାରିଥିବା ବେଳେ ଏଥର ଶୋ’ରେ କମେଡି ତଡକା ମାରିବେ ଜଣାଶୁଣା କମେଡିଆନ ରାଜପାଲ ଯାଦବ ବୋଲି ଶୁଣାଯାଉଛି । ରାଜପାଲଙ୍କୁ ଏହି ଶୋ’ ପାଇଁ […]

rajpal

Chinmayee Roy
  • Published: Friday, 07 June 2019
  • , Updated: 07 June 2019, 09:51 AM IST

ମୁମ୍ବାଇ: ଖୁବ୍‌ ଶୀଘ୍ର ଟିଭି ପରଦାରେ ପ୍ରସାରିତ ହେବାକୁ ଯାଉଛି ଟେଲିଭିଜନ ଦୁନିଆର ବହୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌’ । ଏଥର ଥିମ୍‌ ‘ହରର ତଡକା’ ଥିବା ବେଳେ କିଏ କିଏ ଏଥିରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।  ପୂର୍ବରୁ ବହୁ ପ୍ରତିଯୋଗୀଙ୍କ ନାଁ ଫାଇନାଲ ହୋଇ ସାରିଥିବା ବେଳେ ଏଥର ଶୋ’ରେ କମେଡି ତଡକା ମାରିବେ ଜଣାଶୁଣା କମେଡିଆନ ରାଜପାଲ ଯାଦବ ବୋଲି ଶୁଣାଯାଉଛି ।

ରାଜପାଲଙ୍କୁ ଏହି ଶୋ’ ପାଇଁ ଆପ୍ରୋଚ୍‌ କରାଯାଇଛି। ରାଜପାଳଙ୍କ ପର୍ସନାଲିଟି ଓ ଏଣ୍ଟରଟେନିଂ ଫ୍ୟାକ୍ଟର ଶୋ’ର ଟିଆର୍‌ପି ବଢ଼ାଇପାରେ। ତେଣୁ ଶୋ’ର ନିର୍ମାତା ରାଜପାଳଙ୍କୁ ନେବାକୁ ଚାହୁଁଥିବା ଖବର ମିଳିଛି ।

ଠକେଇ ଅଭିଯୋଗରେ ଜେଲ୍‌ ଯାଇଥିବା ରାଜପାଲ୍‌ ଯାଦବ ବହୁ ଦିନ ହେଲା ବଡ ପରଦାରୁ ଦୂରେଇ ଯାଇଥିଲେ। କିଛିଦିନ ପୂର୍ବେ ସେ ଜେଲ୍‌ରୁ ମୁକୁଳିଛନ୍ତି। ତାଙ୍କ ନାଁରେ ଟଙ୍କା ଋଣ ନେଇ ଫେରସ୍ତ କରି ନ ଥିବା  ଅଭିଯୋଗ ହୋଇଥିଲା।  ଫିଲ୍ମ ତିଆରି କରିବା ପାଇଁ ଏକ କମ୍ପାନୀରୁ ସେ ୨୦୧୦ ମସିହାରେ ୫ କୋଟି ଟଙ୍କା ଋଣ ନେଇଥିଲେ। ହେଲେ ଏହି ଟଙ୍କା  ଫେରାଇ  ନଥିବା ଅଭିଯୋଗରେ ସେ ଗତ ନଭେମ୍ବରରେ ଜେଲ୍‌ ଯାଇଥିଲେ।

 

https://www.instagram.com/p/Bvx9vIDgAPV/?utm_source=ig_web_copy_link

ଗତ ଫେବୃଆରୀ ମାସରେ ରାଜପାଲ ଜେଲ୍‌ରୁ ବାହାରକୁ ଆସିଛନ୍ତି। ଜେଲ୍‌ ଯିବା କାରଣରୁ ସେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ୍‌ଗର୍ଲ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ହରାଇଛନ୍ତି। ଜେଲ୍‌ରୁ ବାହାରିବା ପରେ ସେ କହିଛନ୍ତି, ‘ମୁଁ କିଛି ଲୋକଙ୍କ ଉପରେ ବିଶ୍ୱାସ କରିଥିଲି, ଯାହାର କି ସେମାନେ ଭୁଲ୍‌ ଫାଇଦା ଉଠାଇଥିଲେ।ହେଲେ ମୁଁ ଆଉ ଏ ବିଷୟରେ କିଛି କହିବି ନାହିଁ। ମୁଁ କେବଳ ଆଗକୁ ବଢ଼ିବାକୁ ଚାହୁଁଛି, କାରଣ ମୁଁ ଜାଣିଛି ଯେ ଏବେ ଜୀବନଠୁ ଅନେକ କିଛି ମିଳିବା ବାକି ଅଛି। ’

https://www.instagram.com/p/Bd7n3rHDcy6/?utm_source=ig_web_copy_link

ରାଜପାଳ ଫିଲ୍ମ ଇଣ୍ଡଷ୍ଟ୍ରିର ବେଶ୍‌ ଲୋକପ୍ରିୟ ହାସ୍ୟଭିନେତା। ତାଙ୍କ କମେଡ଼ି ପାଇଁ ହିଁ ଲୋକ ତାଙ୍କୁ ବହୁତ ଚିହ୍ନିଛନ୍ତି। ରାଜପାଲ୍‌ ଅନେକ ବଡ଼ ବଡ଼ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି।

Related story