ରାକ୍ଷୀ ଏମିତି କ’ଣ କରିଥିଲେ ଯେ ସନ୍ନିଙ୍କୁ କ୍ଷମା ମାଗିଲେ?

ମୁମ୍ବାଇ: ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ସନ୍ନି ଲିଓନ୍‌ଙ୍କ କ୍ଷମା ମାଗି ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ସେ ସନ୍ନିଙ୍କୁ କାହିଁକି କ୍ଷମା ମାଗିଲେ?  ସେ ଏମିତି କ’ଣ କରିଥିଲେ ଯେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଲା? ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ସନ୍ନିଙ୍କୁ ଭାରତ ଛାଡ଼ି ପଳେଇଯିବାକୁ କହିଥିଲେ। ଆଉ ସେଥିପାଇଁ ସେ କ୍ଷମା ମାଗିଥିଲେ। ନିକଟରେ ରାକ୍ଷୀ ରାଜୀବ୍‌ […]

rakhi

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 01:00 PM IST

ମୁମ୍ବାଇ: ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ସନ୍ନି ଲିଓନ୍‌ଙ୍କ କ୍ଷମା ମାଗି ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ସେ ସନ୍ନିଙ୍କୁ କାହିଁକି କ୍ଷମା ମାଗିଲେ?  ସେ ଏମିତି କ’ଣ କରିଥିଲେ ଯେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଲା? ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ସନ୍ନିଙ୍କୁ ଭାରତ ଛାଡ଼ି ପଳେଇଯିବାକୁ କହିଥିଲେ। ଆଉ ସେଥିପାଇଁ ସେ କ୍ଷମା ମାଗିଥିଲେ। ନିକଟରେ ରାକ୍ଷୀ ରାଜୀବ୍‌ ଖଣ୍ଡେଲ୍‌ୱାଲାଙ୍କ ଚାଟ୍‌ ଶୋ’ ‘ ଜଜ୍‌ବାଦ’କୁ ଅତିଥି ଭାବେ ଆସି ଥିବା ଅବସରରେ ଏ ବିଷୟରେ କହିବା ସହ ସନ୍ନିଙ୍କୁ କ୍ଷମା ମାଗିଥିଲେ।

ଘଟଣା ଥିଲା ୨୦୧୫ ମସିହାର। ଖବର ମୁତାବକ ସେତେବେଳେ  ସନ୍ନି  ଲିଓନ୍‌ଙ୍କୁ ତାଙ୍କ ଭଡ଼ା ଘରୁ ବାହାର କରି ଦିଆଯାଇଥିଲା।  ଏହି ବିଷୟରେ ଯେବେ ରାକ୍ଷୀଙ୍କୁ ପଚାରା ଯାଇଥିଲା, ସେ ସମୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ‘‘ତାଙ୍କୁ ଘରୁ ବାହର କରାଯିବନି ତ ଆଉ କ’ଣ କରାଯିବ?  ମୁଁ ଜଣେ ଭାରତୀୟ। ମୁଁ ରାଜନୀତିରେ ବି ଅଛି। କିନ୍ତୁ ତାଙ୍କ ପାଇଁ ମୋତେ ଖରାପ ପୋଷାକ ପିନ୍ଧିବାକୁ ପଡୁଛି।  ଏଠି ମୁଁ  ଅଛି। ତାଙ୍କୁ ଠାରୁ ଅଧିକ  ହଟ୍‌ ବି ଲାଗୁଛି।  ସେ ଏଠି ନିଜ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା ନ କରନ୍ତୁ।  ମୋ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଓ ମୋ ଭାରତରୁ ସେ ବାହାରି ଯାଆନ୍ତୁ।’’

ରାଜୀବ ତାଙ୍କ ଶୋ’ରେ ରାକ୍ଷୀଙ୍କୁ ୨୦୧୫ ମସିହାର ସେହି ମନ୍ତବ୍ୟ ବିଷୟରେ ପଚାରିବାରୁ ସେ ସନ୍ନିଙ୍କୁ କ୍ଷମା ମାଗିଥିଲେ।  ସେ ସେଠାରେ ସ୍ୱୀକାର କରିଥିଲେ ଯେ ତାଙ୍କର ଭୁଲ୍ ହୋଇଛି। ସନ୍ନିଙ୍କୁ ବିଚାର କରିବାର ଅଧିକାର ତାଙ୍କର ନାହିଁ ବୋଲି ବି କହିଥିଲେ।

 

Related story