‘ରମଣ ରାଘବ ଟୁ ପଏଣ୍ଟ ଜିରୋ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ଅନୁରାଗ କାଶ୍ୟପଙ୍କ ଚର୍ଚ୍ଚିତ ଥ୍ରୀଲର ଫିଲ୍ମ ‘ରମଣ ରାଘବ ଟୁ ପଏଣ୍ଟ ଜିରୋ’ର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ‘ରମଣ ରାଘବ ଟୁ ପଏଣ୍ଟ ଜିରୋ’ର ଟ୍ରେଲରରେ ସିଦ୍ଦିକିଙ୍କୁ ଜଣେ ଦୁର୍ଦ୍ଦାନ୍ତ ସିରିଏଲ ହତ୍ୟାକାରୀ ଭୂମିକାରେ ଦେଖିବାକୁ ମିଳିଛି। ଯାହାର ହତ୍ୟା କରିବାର ଶୈଳୀ ବି ଖୁବ୍ ନୃଶଂସ। ରମଣ ରାଘବ ନାମକ ଜଣେ ରିୟଲ ଲାଇଫ ସିରିୟଲ କିଲର଼ ୧୯୬୦ଦର୍ଶକରେ ମୁମ୍ବାଇରେ ଆତଙ୍କ ସୃଷ୍ଟି କରିଥିଲା। […]

raman

Rakesh Mallick
  • Published: Wednesday, 11 May 2016
  • , Updated: 11 May 2016, 10:14 AM IST

ମୁମ୍ବାଇ: ଅନୁରାଗ କାଶ୍ୟପଙ୍କ ଚର୍ଚ୍ଚିତ ଥ୍ରୀଲର ଫିଲ୍ମ ‘ରମଣ ରାଘବ ଟୁ ପଏଣ୍ଟ ଜିରୋ’ର ଟ୍ରେଲର ରିଲିଜ୍ ହୋଇଛି। ଏଥିରେ ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ‘ରମଣ ରାଘବ ଟୁ ପଏଣ୍ଟ ଜିରୋ’ର ଟ୍ରେଲରରେ ସିଦ୍ଦିକିଙ୍କୁ ଜଣେ ଦୁର୍ଦ୍ଦାନ୍ତ ସିରିଏଲ ହତ୍ୟାକାରୀ ଭୂମିକାରେ ଦେଖିବାକୁ ମିଳିଛି। ଯାହାର ହତ୍ୟା କରିବାର ଶୈଳୀ ବି ଖୁବ୍ ନୃଶଂସ।

ରମଣ ରାଘବ ନାମକ ଜଣେ ରିୟଲ ଲାଇଫ ସିରିୟଲ କିଲର଼ ୧୯୬୦ଦର୍ଶକରେ ମୁମ୍ବାଇରେ ଆତଙ୍କ ସୃଷ୍ଟି କରିଥିଲା।  ତାହାରି ଜୀବନ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ। ଫ୍ୟାଣ୍ଟମ ଫିଲ୍ମ ବ୍ୟାନରେ ନିର୍ମିତ ‘ରମଣ ରାଘବ ଟୁ ପଏଣ୍ଟ ଜିରୋ’କୁ ଚଳିତ ମେ’ ୧୬ରେ ହେବାକୁ ଥିବା କାନ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବାର ଯୋଜନା ରହିଛି।

Related story