ରଣବୀର-ଆଲିୟାଙ୍କ ରିଲେସନ୍‌ସିପ୍‌କୁ ମିଳିଲା ଭଉଣୀ ରିଦ୍ଧିମାଙ୍କ ସମ୍ମତି! ଦେଲେ ଏମିତି ଏକ ଗିଫ୍ଟ

ମୁମ୍ବାଇ: ବେଶ୍‌ କିଛି ଦିନ ହେବ ବି’ଟାଉନ୍‌ରେ ଚର୍ଚ୍ଚାରେ ରହିଛନ୍ତି ଆଲିଆ ଭଟ୍ଟ ଏବଂ ରଣବୀର କପୁର। ଚର୍ଚ୍ଚା ହେଉଛି ସେମାନଙ୍କର ରିଲେସନ୍‌ସିପ୍‌କୁ ନେଇ। ଶୁଣାଯାଉଛି ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି। ଇସାରା ଇସାରାରେ ଏସବୁ କଥା ଏବେ ପଦାକୁ ଆସିଲାଣି। ନିକଟରେ ରଣବୀର ଆଲିୟାଙ୍କ ସହ ଅଫେୟାରକୁ ନେଇ ତାଙ୍କୁ ସବୁ କିଛି ନୂଆ ନୂଆ ଲାଗୁଥିବା କଥା କହିବା ବେଳେ ଆଲିୟା ବି ଏହାକୁ ଖଣ୍ଡନ କରିନାହାଁନ୍ତି। ଆଉ ଏଭଳି ସମୟରେ ରଣବୀରଙ୍କ ଭଉଣୀ […]

A15_Riddhima-Kapoor

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 11:10 AM IST

ମୁମ୍ବାଇ: ବେଶ୍‌ କିଛି ଦିନ ହେବ ବି’ଟାଉନ୍‌ରେ ଚର୍ଚ୍ଚାରେ ରହିଛନ୍ତି ଆଲିଆ ଭଟ୍ଟ ଏବଂ ରଣବୀର କପୁର। ଚର୍ଚ୍ଚା ହେଉଛି ସେମାନଙ୍କର ରିଲେସନ୍‌ସିପ୍‌କୁ ନେଇ। ଶୁଣାଯାଉଛି ଦୁହେଁ ପରସ୍ପରକୁ ଭଲ ପାଉଛନ୍ତି। ଇସାରା ଇସାରାରେ ଏସବୁ କଥା ଏବେ ପଦାକୁ ଆସିଲାଣି।

ନିକଟରେ ରଣବୀର ଆଲିୟାଙ୍କ ସହ ଅଫେୟାରକୁ ନେଇ ତାଙ୍କୁ ସବୁ କିଛି ନୂଆ ନୂଆ ଲାଗୁଥିବା କଥା କହିବା ବେଳେ ଆଲିୟା ବି ଏହାକୁ ଖଣ୍ଡନ କରିନାହାଁନ୍ତି। ଆଉ ଏଭଳି ସମୟରେ ରଣବୀରଙ୍କ ଭଉଣୀ  ରିଦ୍ଧିମା କପୁର ଆଲିୟାଙ୍କୁ ଏକ ଉପହାର ଦେଇ ଚର୍ଚ୍ଚାକୁ ଆହୁରି ବଢ଼ାଇଛନ୍ତି।ନିକଟରେ ରିଦ୍ଧିମା ଆଲିୟାଙ୍କୁ ଏକ ଉପହାର ଦେଇଛନ୍ତି। ସେ ଆଲିୟାଙ୍କୁ ଏକ ସୁନ୍ଦର ବ୍ରେସ୍‌ଲେଟ୍‌ ଗିଫ୍ଟ କରିଛନ୍ତି। ଏହି ବ୍ରେସ୍‌ଲେଟ୍‌ର ଏକ ଫଟୋକୁ ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିବା ସହ ରିଦ୍ଧିମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜଣାଇଦେଉଛୁ ଯେ, ରଣବୀରଙ୍କ ମାଆ ନୀତୁ କପୁରଙ୍କୁ ମଧ୍ୟ ଆଲିୟା ପସନ୍ଦ। ମାର୍ଚ୍ଚ ୧୫ରେ ଆଲିଆଙ୍କ ଜନ୍ମଦିନ ପାଳନ କରିବା ପାଇଁ ସେ ବୁଲ୍‌ଗେରିୟାରେ ପହଞ୍ଚିଥିଲେ।

Related story