ଏକାଠି ହେବେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌

ମୁମ୍ବାଇ: ସିନେ ଦର୍ଶକଙ୍କ ପାଇଁ ଖୁସି ଖବର। ପୁଣି ଏକାଠି ହେବେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌। ଏକଥା ଶୁଣିଲା ବେଳକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ! ଆପଣଙ୍କ ମନରେ ଅନେକ ପ୍ରଶ୍ନ ବି ଆସୁଥିବ? କାରଣ ଦୁହେଁ ଏବେ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁନାହାନ୍ତି। ସେମାନେ ପୁଣି କେମିତି ଏକାଠି ହେବେ? ବିଶ୍ୱାସ ହେଉ ନ ଥିଲେ ବି କଥାଟା ସତ। ତେବେ କୌଣସି ଫିଲ୍ମରେ ନୁହେଁ, ଏକ ଫ୍ୟାସନ ଶୋ’ରେ ସେମାନେ […]

deepika

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 10:20 AM IST

ମୁମ୍ବାଇ: ସିନେ ଦର୍ଶକଙ୍କ ପାଇଁ ଖୁସି ଖବର। ପୁଣି ଏକାଠି ହେବେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌। ଏକଥା ଶୁଣିଲା ବେଳକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ! ଆପଣଙ୍କ ମନରେ ଅନେକ ପ୍ରଶ୍ନ ବି ଆସୁଥିବ? କାରଣ ଦୁହେଁ ଏବେ ପରସ୍ପରର ମୁହଁ ଦେଖିବାକୁ ବି ପସନ୍ଦ କରୁନାହାନ୍ତି। ସେମାନେ ପୁଣି କେମିତି ଏକାଠି ହେବେ? ବିଶ୍ୱାସ ହେଉ ନ ଥିଲେ ବି କଥାଟା ସତ। ତେବେ କୌଣସି ଫିଲ୍ମରେ ନୁହେଁ, ଏକ ଫ୍ୟାସନ ଶୋ’ରେ ସେମାନେ ଏକାଠି ନଜର ଆସିବେ। ଦୁହିଁଙ୍କୁ ଅପକମିଂ ଫ୍ୟାସନ ଶୋ’ ‘ମିଜୱାନ’ ପାଇଁ ମନୋନୀତ କରାଯାଇଛି। ଏହା ଏପ୍ରିଲ ୯ରେ ଅନୁଷ୍ଠିତ ହେବ। ଏହି ଫ୍ୟାସନ୍‌ ଶୋ’ରେ ମନୀଷ ମଲହୋତ୍ରାଙ୍କ କଲେକସନ୍‌କୁ ଉପସ୍ଥାପନ କରାଯିବ। ସେଠାରେ ରଣବୀର ଓ ଦୀପିକା ପରସ୍ପରର ହାତ ଧରି ରାମ୍ପ ୱାକ୍‌ କରିବେ। ଶୁଣିବାକୁ ମିଳୁଛି ଏଥିପାଇଁ ଦୁହେଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି।

ପ୍ରାୟ ତିନି ବର୍ଷ ପୂର୍ବେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌ ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଥିଲେ। ଦୁହିଁଙ୍କ ରିଲ୍‌ ଲାଇଫ୍‌ ରୋମାନ୍ସ ସହ ରିଅଲ୍‌ ଲାଇଫ୍‌ ରେମାନ୍ସକୁ ଦର୍ଶକେ ବେଶ୍‌ ପସନ୍ଦ କରୁଥିଲେ। କିନ୍ତୁ ପରେ କୌଣସି କାରଣ ଯୋଗୁଁ ଦୁହେଁ ଅଲଗା ହୋଇଯାଇଥିଲେ। ସେବେଠୁ ସେମାନେ ଏକାଠି କୌଣସି ଫିଲ୍ମ  କି ଶୋ’ କରିନାହାନ୍ତି । ଶେଷଥର ପାଇଁ ଦୁହେଁ ଫିଲ୍ମ ‘ତମାସା’ରେ ନଜର ଆସିଥିଲେ। ଏବେ ପୁଣି ତିନି ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି।

Related story