କ୍ୟାଟ୍‌ ଓ ରଣବୀରଙ୍କୁ ନେଇ ପୁଣି ଚର୍ଚ୍ଚା

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କେଫ ଓ ରଣବୀର କପୁରଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିବା ଶୁଣି ସେମାନଙ୍କ ଫ୍ୟାନ ହତାଶ ହୋଇଯାଇଥିଲେ। କିନ୍ତୁ ଏବେ ସେମାନଙ୍କୁ ପୁଣି ଏକାଠି ଦେଖିବାକୁ ମିଳୁଛି। ମୁମ୍ବାଇର ମିରର ରିପୋର୍ଟ ଅନୁଯାୟୀ, ଅନୀଲ କପୁର ଓ ଅମ୍ବାନୀଙ୍କ ଦୀପାବଳୀ ପାର୍ଟିରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ରଣବୀରଙ୍କ ବେଷ୍ଟ ଫ୍ରେଣ୍ଡ ଆକାଶ ଅମ୍ବାନୀଙ୍କ ସହ କ୍ୟାଟ୍‌ ପାର୍ଟିକୁ ଯାଇଥିଲେ। ଏପରି ଶୁଣିବାକୁ ମିଳୁଛି […]

ranbir-katrina

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 06:15 PM IST

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କେଫ ଓ ରଣବୀର କପୁରଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିବା ଶୁଣି ସେମାନଙ୍କ ଫ୍ୟାନ ହତାଶ ହୋଇଯାଇଥିଲେ। କିନ୍ତୁ ଏବେ ସେମାନଙ୍କୁ ପୁଣି ଏକାଠି ଦେଖିବାକୁ ମିଳୁଛି।

ମୁମ୍ବାଇର ମିରର ରିପୋର୍ଟ ଅନୁଯାୟୀ, ଅନୀଲ କପୁର ଓ ଅମ୍ବାନୀଙ୍କ ଦୀପାବଳୀ ପାର୍ଟିରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ରଣବୀରଙ୍କ ବେଷ୍ଟ ଫ୍ରେଣ୍ଡ ଆକାଶ ଅମ୍ବାନୀଙ୍କ ସହ କ୍ୟାଟ୍‌ ପାର୍ଟିକୁ ଯାଇଥିଲେ। ଏପରି ଶୁଣିବାକୁ ମିଳୁଛି ଯେ ରଣବୀର ଓ କ୍ୟାଟ୍‌ ଶୀଘ୍ର ନିର୍ବନ୍ଧ କରିବାକୁ ଯାଉଛନ୍ତି।

ନିଜ ସମ୍ପର୍କକୁ ନେଇ ଉଭୟ କେବେ ମିଡିଆ ଆଗରେ ମୁହଁ ଖୋଲି ନ ଥିଲେ ମଧ୍ୟ ଦୁହିଁଙ୍କୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଥାଏ। ମିଡିଆ ଆଗକୁ ନ ଆସିବା ପାଇଁ ଉଭୟ ନିଜ ବନ୍ଧୁଙ୍କ ଘରେ ପରସ୍ପରଙ୍କୁ ଦେଖା କରୁଥିବା ଜଣାପଡିଛି।

Related story