ପ୍ୟାରିସ୍‌ ମୁହାଁ ରାଣୀ ଆଣ୍ଡ କୋ

ମୁମ୍ବାଇ: ମାୟା ନଗରୀ ଛାଡି ବିଦେଶ ମୁହାଁ ହୋଇଛନ୍ତି ‘ମର୍ଦ୍ଦାନୀ’ ଷ୍ଟାର ରାଣୀ ମୁଖାର୍ଜି। ତାହା ପୂରା ଫୁଲ ପରିବାର ସହ। ସାଥିରେ ଅଛନ୍ତି ପତିଦେବ ଆଦିତ୍ୟ ଚୋପ୍ରା ଓ ତାଙ୍କ ଲାଳନା ଆଦିରା ଏବଂ ତାଙ୍କ ଶାଶୂ ପାମେଲା। ବଲିଉଡ ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି ଯେ, ପୂରା ପରିବାର ସହ ରାଣୀ କାଳେ ପ୍ୟାରିସ୍‌ରେ ଘର କରିବେ। କିନ୍ତୁ ସେ ଏକ ୬-ବିଏଚକେ ଘର ଭଡା ସୁତ୍ରରେ ନେଇଥିବା ଜଣାପଡିଛି। ସେଠାରେ ପରିବାର ସହ […]

hqdefault (1)

Rakesh Mallick
  • Published: Thursday, 26 May 2016
  • , Updated: 26 May 2016, 04:46 PM IST

ମୁମ୍ବାଇ: ମାୟା ନଗରୀ ଛାଡି ବିଦେଶ ମୁହାଁ ହୋଇଛନ୍ତି ‘ମର୍ଦ୍ଦାନୀ’ ଷ୍ଟାର ରାଣୀ ମୁଖାର୍ଜି। ତାହା ପୂରା ଫୁଲ ପରିବାର ସହ। ସାଥିରେ ଅଛନ୍ତି ପତିଦେବ ଆଦିତ୍ୟ ଚୋପ୍ରା ଓ ତାଙ୍କ ଲାଳନା ଆଦିରା ଏବଂ ତାଙ୍କ ଶାଶୂ ପାମେଲା।

ବଲିଉଡ ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି ଯେ, ପୂରା ପରିବାର ସହ ରାଣୀ କାଳେ ପ୍ୟାରିସ୍‌ରେ ଘର କରିବେ। କିନ୍ତୁ ସେ ଏକ ୬-ବିଏଚକେ ଘର ଭଡା ସୁତ୍ରରେ ନେଇଥିବା ଜଣାପଡିଛି। ସେଠାରେ ପରିବାର ସହ ରହିବେ। ଏବଂ ଝିଅ ଆଦିରାଙ୍କ ଲାଳନପାଳନରେ ମନ ଦେବେ। ଏଥିପାଇଁ ମୁମ୍ବାଇରୁ ବ୍ୟାଗ୍‌ବ୍ୟାଗେଜ୍‌ ସହ ପ୍ୟାରିସ ଯାଇଛନ୍ତି ରାଣୀଙ୍କ ପୁରା ଫ୍ୟାମିଲି।  ଅନ୍ୟପକ୍ଷରେ ନର୍ଗିସ ଫକ୍ରୀଙ୍କ ସହ ଉଦୟ ଚୋପ୍ରାଙ୍କର ବ୍ରେକ୍‌ ଅପ୍‌ ହେବା ପରେ ସେ ମଧ୍ୟ ପରିବାର ସହ ଯୋଡି ହେଉଥିବା ଜଣାପଡିଛି।

ସୂଚନାଯୋଗ୍ୟ, ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ‘ବେଫିକ୍ର’ ପାଇଁ ଆଦିତ୍ୟ ଚୋପ୍ରା ପ୍ୟାରିସ୍‌ରେ ବହୁଦିନ ହେବ ଡେରା ପକାଇଛନ୍ତି।

Related story