ମୁମ୍ବାଇ ରେଲୱେ ଷ୍ଟେସନରେ ବୁଲୁଥିଲେ ରଣବୀର: କାରଣ କ’ଣ ଜାଣିଛନ୍ତି

ମୁମ୍ବାଇ: ରଣବୀର ସିଂହ ଜଣେ ଦକ୍ଷ ଅଭିନେତା ସହ ଖୁବ୍‌ ପରିଶ୍ରମୀ। କିଛିଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ତାଙ୍କ ପରିଶ୍ରମ ସ୍ପଷ୍ଟ ଦେଖା ଯାଇଥିଲା। ସେ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। କେବେ ନିଜ ରିଲ୍‌ ଲାଇଫ୍‌କୁ ନେଇ ହେଉ ତ କେବେ ଦୀପିକାଙ୍କ ସହ ରୋମାନ୍ସକୁ ନେଇ ହେଉ, ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଏବେ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ […]

ranveer_singh-HD

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 10:36 AM IST

ମୁମ୍ବାଇ: ରଣବୀର ସିଂହ ଜଣେ ଦକ୍ଷ ଅଭିନେତା ସହ ଖୁବ୍‌ ପରିଶ୍ରମୀ। କିଛିଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ତାଙ୍କ ପରିଶ୍ରମ ସ୍ପଷ୍ଟ ଦେଖା ଯାଇଥିଲା। ସେ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। କେବେ ନିଜ ରିଲ୍‌ ଲାଇଫ୍‌କୁ ନେଇ ହେଉ ତ କେବେ ଦୀପିକାଙ୍କ ସହ ରୋମାନ୍ସକୁ ନେଇ ହେଉ, ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଏବେ ତାଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି।

କଥା ହେଉଛି, ନିକଟରେ ରଣବୀରଙ୍କୁ ରେଲୱେ ପ୍ଲାଟ୍‌ ଫର୍ମରେ ଦେଖିବାକୁ ମିଳିଥିଲା। ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ ଫ୍ଲାଇଟ୍‌ରେ ଯିବା ଲୋକ ରେଲୱେ ଷ୍ଟେସନରେ କ’ଣ କରୁଛନ୍ତି? ଟ୍ରେନ୍‌ରେ ସେ କହିଁକି ବା କୁଆଡ଼େ ଯିବେ।

ପ୍ରକୃତରେ  ରଣବୀର ଟ୍ରେନ୍‌ରେ କୁଆଡ଼େ ଯିବାକୁ ସେଠାକୁ ଯାଇ ନଥିଲେ। ମୁମ୍ବାଇର ଚର୍ଚ୍ଚଗେଟ୍‌ ରେଲୱେ ଷ୍ଟେସନରେ ସେ ଫିଲ୍ମର ସୁଟିଂ କରୁଥିଲେ। ସେଥିପାଇଁ ସେ ସେଠାରେ ବୁଲୁଥିବାର ଦେଖିବାକୁ ମିଳିଥିଲା।  ସୁଟିଂରେ କାହାକୁ କିଛି ଯେମିତି ଅସୁବିଧା ନହେବ ସେଥିପାଇଁ ସୁଟିଂର ସମୟ ଅପରାହ୍ଣ ରଖାଯାଇଥିଲା। ଜୋୟା ଅଖତର ୫୦ ଲୋକଙ୍କ ସହ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସୁଟିଂ କରିଥିଲେ। କୁହାଯାଉଛି ଯେ, ଏହି ସିନ୍‌ ଫିଲ୍ମ ପାଇଁ ବହୁତ ମହତ୍ୱପୂର୍ଣ୍ଣ।

କିଛିଦିନ ପୂର୍ବରୁ ରଣବୀର ସିଂହ କହିଥିଲେ ଯେ, ‘ଗଲି ବୟ’ ପ୍ରତି ତାଙ୍କର ଖୁବ୍‌ ଦୁର୍ବଳତା ରହିଛି। ଏହି ଫିଲ୍ମରେ ରଣବୀରଙ୍କ ସହ ଆଲିଆ ଭଟ୍ଟ ଲିଡ୍‌ ରେଲରେ ନଜର ଆସିବେ।

Related story