ରଣବୀରଙ୍କ ଜିଦ୍‌ ଆଗରେ ହାର ମାନିପାରନ୍ତି ରୋହିତ

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀ ତାଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ ପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଭିନେତା ରଣବୀର ସିଂହ ଅଛନ୍ତି। କିନ୍ତୁ ତାଙ୍କ ବିପକ୍ଷରେ କେଉଁ ନାୟିକା ଅଭିନୟ କରିବେ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରିନି। ରଣବୀରଙ୍କ ସହ କାମ କରିବା ପାଇଁ ଅନେକ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ସେହି ଅଭିନେତ୍ରୀଙ୍କ ମଧ୍ୟରେ ସାଉଥ୍‌ ଷ୍ଟାର ପ୍ରିୟା ପ୍ରକାଶଙ୍କ ନାଁ ବି ଅଛି। କିନ୍ତୁ ରୋହିତଙ୍କ ତରଫରୁ […]

ranbir

Rakesh Mallick
  • Published: Saturday, 17 March 2018
  • , Updated: 17 March 2018, 01:36 PM IST

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀ ତାଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ ପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି। ଏହି ଫିଲ୍ମରେ ଲିଡ୍‌ ରୋଲରେ ଅଭିନେତା ରଣବୀର ସିଂହ ଅଛନ୍ତି। କିନ୍ତୁ ତାଙ୍କ ବିପକ୍ଷରେ କେଉଁ ନାୟିକା ଅଭିନୟ କରିବେ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରିନି।

ରଣବୀରଙ୍କ ସହ କାମ କରିବା ପାଇଁ ଅନେକ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। ସେହି ଅଭିନେତ୍ରୀଙ୍କ ମଧ୍ୟରେ ସାଉଥ୍‌ ଷ୍ଟାର ପ୍ରିୟା ପ୍ରକାଶଙ୍କ ନାଁ ବି ଅଛି। କିନ୍ତୁ ରୋହିତଙ୍କ ତରଫରୁ ଏପର୍ଯ୍ୟନ୍ତ ଅଭିନେତ୍ରୀ ନାଁ ଫାଇନାଲ ହୋଇପାରି ନାହିଁ । ଏହାର କାରଣ ହେଉଛନ୍ତି ନିଜେ ରଣବୀର। ଏହି ଫିଲ୍ମ ପାଇଁ ଅନେକ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲେ ମଧ୍ୟ ରଣବୀରଙ୍କର ଏକା ଜିଦ୍‌ ସେ ରିଅଲ ଲାଇଫ୍‌ ପ୍ରେମିକା ଦୀପିକାଙ୍କ ସହ ହିଁ ରୋମାନ୍ସ କରିବେ। ସେଥିପାଇଁ  ରଣବୀର ଆଉ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବାକୁ ରାଜି ହେଉନାହାନ୍ତି।

ମିଡିଆ ରିପୋର୍ଟ ମୁତାବକ ରୋହିତଙ୍କ ପାଖରେ ରଣବୀର ଅନେକ ଥର ଦୀପିକାଙ୍କ ନାଁ ସୁପାରିସ୍‌  କରି ସାରିଛନ୍ତି। ଶୁଣିବାକୁ ମିଳୁଛି ଯଦି ରୋହିତ ରଣବୀରଙ୍କ ଜିଦ୍ ଆଗରେ ହାର ମାନନ୍ତି ତେବେ ଦୀପିକା ହିଁ ଏହି ଫିଲ୍ମରେ ଅଭିନୟ କରିବେ।

ପୂର୍ବରୁ ରଣବୀର ଓ ଦୀପିକା ଅନେକ ହିଟ୍‌ ଫିଲ୍ମରେ ଏକାଠି ଅଭିନୟ କରିସାରିଛନ୍ତି।

Related story