ଟିଭି ଇଣ୍ଟଷ୍ଟ୍ରିକୁ ପୁଣି ଝଟକା, ଆଖି ବୁଜିଲେ ଆଉ ଜଣେ ଅଭିନେତା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଲା ଆଉ ଏକ ଶକ୍ତ ଝଟକା। କିଛି ଦିନ ପୂର୍ବେ ଛୋଟ ପରଦାର ‘ଭାବୀଜୀ ଘର ପର ହେଁ’  ସିରିଏଲ ଫେମ୍‌ ମଲଖାନ ଓରଫ ଦୀପେଶ ଭାନ ଆଖି ବୁଜିଥିଲେ। ଏବେ ପୁଣି ଥରେ ମିଳିଛି ଆଉ ଏକ ଦୁଃଖଦ ଖବର । ଟିଭି ଇଣ୍ଟଷ୍ଟ୍ରୀର ବର୍ଷୀୟାନ କଳାକାର ରସିକ ଦବେ ଗତକାଲି ରାତିରେ ଆଖି ବୁଜିଛନ୍ତି । ରସିକ ଦୀର୍ଘ ଦିନ ହେଲା କୀଡନୀଜନିତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ […]

rasik

  • Published: Saturday, 30 July 2022
  • , Updated: 30 July 2022, 12:30 PM IST

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଲା ଆଉ ଏକ ଶକ୍ତ ଝଟକା। କିଛି ଦିନ ପୂର୍ବେ ଛୋଟ ପରଦାର ‘ଭାବୀଜୀ ଘର ପର ହେଁ’  ସିରିଏଲ ଫେମ୍‌ ମଲଖାନ ଓରଫ ଦୀପେଶ ଭାନ ଆଖି ବୁଜିଥିଲେ। ଏବେ ପୁଣି ଥରେ ମିଳିଛି ଆଉ ଏକ ଦୁଃଖଦ ଖବର । ଟିଭି ଇଣ୍ଟଷ୍ଟ୍ରୀର ବର୍ଷୀୟାନ କଳାକାର ରସିକ ଦବେ ଗତକାଲି ରାତିରେ ଆଖି ବୁଜିଛନ୍ତି । ରସିକ ଦୀର୍ଘ ଦିନ ହେଲା କୀଡନୀଜନିତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଜୀବନ ଯୁଦ୍ଧରେ ସଂଘର୍ଷ କରି କରି ଶେଷରେ ହାରି ଯାଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ପ୍ରାୟ ୨ ବର୍ଷ ପୂର୍ବେ ରସିକ କୀଡନୀଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହାପରେ ନିୟମିତ ଭାବେ ତାଙ୍କର ଡାଏଲସିସି ଚାଲିଥିଲା। କିନ୍ତୁ ତାଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାକୁ ଲାଗିଲା ଏବଂ ପ୍ରାୟ ମାସେ ହେବ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ପ୍ରାୟ ୧୫ ଦିନ ହେବ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରସିକ ଦବେ ଗତକାଲି ରାତିରେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

[caption id="attachment_753333" align="aligncenter" width="650"] ପତ୍ନୀ କେତକୀଙ୍କ ସହ ରସିକ । (ଫାଇଲ ଫଟୋ)[/caption]

‘ମହାଭାରତ’ ସିରିଏଲରେ ନନ୍ଦୀ ଚରିତ୍ରରେ ଅଭିନୟ କରିଥିବା ରସିକ ଦବେ ଘରେ ଘରେ ପରିଚିତ ଥିଲେ। ତାଙ୍କ ପତ୍ନୀ କେତକୀ ଦବେ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ । ‘କ୍ୟୁ କି ଶାଶ ଭି କଭି ବହୁ ଥି’  ସିରିଏଲର ଲୋକପ୍ରିୟ ସଂଳାପ ଆରାରାରାରା ପାଇଁ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ କେତକୀ । ଉଭୟ ରସିକ ଓ କେତକୀଙ୍କର ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି।

ଦୀର୍ଘ ଦଶନ୍ଧି ଧରି ଛୋଟ ପରଦାରେ କାମ କରିଥିବା ରସିବ ଦବେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ହସ ହସ ମୁହଁର ବହୁ ଦିୱାନା ଥିଲେ। ସେ ଗୁଜରାଟ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତା ଥିଲେ। ୧୯୮୨ ମସିହାରେ ଗୁଜରାଟୀ ଫିଲ୍ମ ‘ପୁତ୍ର ବଧୁ’ ରେ ସେ ନିଜ ଆକ୍ଟିଂ ଡେବ୍ୟୁ କରିଥିଲେ। ସେବେଠୁ ସେ ଆଉ ପଛକୁ ଫେରି ନାହାନ୍ତି। ଫିଲ୍ମ ‘ମାସୁମ’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ।ରସିକ ଓ କେତକୀ ୨୦୦୬ ମସିହାରେ ‘ନଚ ବଲିୟେ’ରେ ଭାଗ ନେଇ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ଏହାବାଦ ଉଭୟଙ୍କର ଗୁଜରାଟରେ ଏକ ଥିଏଟର କମ୍ପାନୀ ଅଛି।

Related story