ମାହିରା ଖାନ୍ଙ୍କୁ ଭେଟିବାକୁ ରଣବୀର ପହଁଚିଲେ ଲଣ୍ଡନ: ଜାଣନ୍ତୁ କାହିଁକି?
ମୁମ୍ବାଇ: ବଲିଉଡ୍ର ସଫଳ ଅଭିନେତା ରଣବୀର କପୁର। ଅନେକ ହିଟ୍ ଫିଲ୍ମ ଦେଇଥିବା ଏହି ଅଭିନେତା ପ୍ରେମ ମାମଲାରେ ପୁରା ଫ୍ଲପ୍। ପ୍ରଥମେ ଦୀପିକା ପାଦୁକୋନ୍ ତା’ପରେ କ୍ୟାଟ୍ରିନା କୌଫ୍ଙ୍କ ପରି ଆଗ ଧାଡିର ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ରହିଥିଲା। କ୍ୟାଟ୍ରିନାଙ୍କ ସହ ପ୍ରେମ ସମ୍ପର୍କ ଏତେ ଆଗକୁ ବଢି ଯାଇଥିଲା ଯେ, ଦୁହିଁଙ୍କର ବିବାହ ପାଇଁ କଥାବାର୍ତ୍ତା ଚାଲିଥିଲା। କିନ୍ତୁ ଶେଷରେ କ’ଣ ହେଲା କେଜାଣି, ଉଭୟ ଜଣାଇଲେ ଯେ ସେମାନଙ୍କ ଭିତରେ ସେମିତି […]
ମୁମ୍ବାଇ: ବଲିଉଡ୍ର ସଫଳ ଅଭିନେତା ରଣବୀର କପୁର। ଅନେକ ହିଟ୍ ଫିଲ୍ମ ଦେଇଥିବା ଏହି ଅଭିନେତା ପ୍ରେମ ମାମଲାରେ ପୁରା ଫ୍ଲପ୍। ପ୍ରଥମେ ଦୀପିକା ପାଦୁକୋନ୍ ତା'ପରେ କ୍ୟାଟ୍ରିନା କୌଫ୍ଙ୍କ ପରି ଆଗ ଧାଡିର ଅଭିନେତ୍ରୀଙ୍କ ସହ ତାଙ୍କ ସମ୍ପର୍କ ରହିଥିଲା। କ୍ୟାଟ୍ରିନାଙ୍କ ସହ ପ୍ରେମ ସମ୍ପର୍କ ଏତେ ଆଗକୁ ବଢି ଯାଇଥିଲା ଯେ, ଦୁହିଁଙ୍କର ବିବାହ ପାଇଁ କଥାବାର୍ତ୍ତା ଚାଲିଥିଲା। କିନ୍ତୁ ଶେଷରେ କ'ଣ ହେଲା କେଜାଣି, ଉଭୟ ଜଣାଇଲେ ଯେ ସେମାନଙ୍କ ଭିତରେ ସେମିତି କିଛି ସମ୍ପର୍କ ନାହିଁ ଉଭୟ ଭଲ ବନ୍ଧୁ।
କ୍ୟାଟ୍ରିନାଙ୍କ ସହ ବ୍ରେକଅପ୍ ପରେ ରଣବୀରଙ୍କ ନାଁ ଆଉ ଏକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲା। ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ଙ୍କୁ ସେ ଲୁଚିଛପି ଭେଟ କରୁଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇଲା।
ଦୁହେଁ ଏକାଠି ରାତି ବିତାଉଥିବା ମଧ୍ୟ ଶୁଣିବାକୁ ମିଳିଲା। ଏ ଖବର ଏତେ ମାତ୍ରାରେ ପ୍ରଚାର ହେଲା ଯେ, ରଣବୀର ଏବଂ ପିତା ଋଷି କପୁର ଗଣମାଧ୍ୟମ ସାମ୍ନାକୁ ଆସି ସବୁ କଥା ସ୍ପଷ୍ଟ କରିଥିଲେ। ଦୁହିଁଙ୍କ ମଧ୍ୟରେ ସେମିତି କିଛି ନାହିଁ ବୋଲି ରଣବୀର କହିଥିଲେ। ଏହା ପରେ କଥାଟା ଥମିଗଲା। ଆଉ କିଛିଦିନ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିନଥିଲେ ରଣବୀର ଓ ମାହିରା।
ହେଲେ ପୁଣିଥରେ ଖବର ମିଳୁଛି, ରଣବୀର ମାହାରାଙ୍କୁ ଦେଖା କରିବାକୁ ଲଣ୍ଡନ ଯାଇଛନ୍ତି। ନିଜର ଅପକମିଂ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ସାରିବା ପରେ ବୁଲ୍ଗେରିଆରୁ ସିଧା ବିମାନ ଧରି ରଣବୀର ପହଁଚିଥିଲେ ଲଣ୍ଡନରେ। ସେଠାରେ ମାହିରା ତାଙ୍କ ଫିଲ୍ମ 'ୱରନା'ର ପ୍ରମୋସନ୍ କରୁଥିଲେ। ଉଭୟ ସେଠାରେ କିଛି ସମୟ ବିତାଇଥିଲେ। ତା'ପରେ ମାହିରା ପିକିସ୍ତାନ ଫେରିଯାଇଛନ୍ତି ଓ ରଣବୀର ମୁମ୍ବାଇ ଫେରିଛନ୍ତି।